• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭିଭିପାଟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

  2. ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି।

  3. କୌଣସି ଆୟ ନ ଥିବା ହିନ୍ଦୁ ମହିଳାଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ମୃତ ସ୍ୱାମୀଙ୍କ ସ୍ୱ-ଅର୍ଜିତ ସମ୍ପତ୍ତି ଉପଭୋଗ କରିବାର ଅଧିକାର ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

  4. ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଲୋକସଭା ନିର୍ବାଚନ ଲଢ଼ିବ। ଖଦୁର ସାହିବରୁ ଏହାର ପ୍ରାର୍ଥୀତ୍ବ ଘୋଷଣା କରାଯାଇଛି।

  5. ବାଗେଶ୍ୱର ଧାମର ପୀଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ଖଜୁରାହୋ ଲୋକସଭା ଆସନରେ ଭୋଟ୍ ଦେଇଛନ୍ତି ଏବଂ ଏହା ସହିତ ସେ ଉତ୍ସାହର ସହ ମତଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

  6. ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି।

  7. ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଭୋଟ୍‌ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ବ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠ‌ାତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।

  8. ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୋ ଫାଷ୍ଟ୍‌କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଗୋ ଫାଷ୍ଟ୍‌ ନିକଟରେ ଲିଜ୍‌ରେ ଥିବା ବିମାନଗୁଡ଼ିକର ପଞ୍ଜୀକରଣ ବାତିଲ କରିବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)କୁ ଆଦେଶ ଦେଇଛନ୍ତି।

  9. ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ଧରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛନ୍ତି। ନାମାଙ୍କନପତ୍ର ସହିତ ଆପତ୍ତି ନ ଥବା ପ୍ରମାଣପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଦେବାଶିଷ ଜଣେ ପୂର୍ବତନ ଆଇପିଏସ ଅଧିକାରୀ।ଦେବାଶିଷଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ବିଜେପି ସେଠାରେ ଦେବଦୂତ ଭଟ୍ଟାଚାର୍ଯ୍ୟଙ୍କୁ ନୂଆ ପ୍ରାର୍ଥୀ କରିଛି।

  10. ଓଡିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ସଂସଦୀୟ କ୍ଷେତ୍ର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମେ ୨୦ରେ ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟିଂ ହେବ ।

  11.  ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି ।

  12. କୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୪୦ ଥର କୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ବୈଧତାକୁ ସମର୍ଥନ କରିଛନ୍ତି।

  13. କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨ ନମ୍ବର ନେତା।

  14. ଥରେ ବ୍ୟବହାରଯୋଗ୍ୟ ଖାଦ୍ୟ ପ୍ୟାକେଟ, ବେଭେରେଜ ଓ ତମାଖୁ ଉତ୍ପାଦଗୁଡ଼ିକର ଖୋଳ ଆଦି ଉପରେ ଗବେଷଣା ପାଇଁ ସେମାନଙ୍କୁ ୫ ବର୍ଷ ଲାଗିଥିଲା। ଗବେଷଣାରୁ ଜଣାପଡ଼ିଛି ଯେ, ଅଧାରୁ ଅଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ଏଭଳି ସାମଗ୍ରୀ ଉତ୍ପାଦନ କରୁଥିବା ୫୬ଟି ଫାଷ୍ଟ-ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) ବହୁରାଷ୍ଟ୍ରୀୟ କମ୍ପାନୀକୁ ଦାୟୀ କରାଯାଇପାରିବ।

  15. ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସମସ୍ତେ ଇରାନ ସେନା ପାଇଁ କାମ କରୁଥିଲେ।

  16. ୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟସଙ୍କଟ ଉପରେ ଏହି ବୈଶ୍ୱିକ ରିପୋର୍ଟରେ କୁହାଯାଇଛି, ଖାଦ୍ୟ ସୁରକ୍ଷାରେ ଅବନତି ଯୋଗୁ ୨୦୨୨ ତୁଳନାରେ ଗତବର୍ଷ ଅଧିକ ୨୪ ନିୟୁତ ଲୋକଙ୍କୁ ଖାଦ୍ୟାଭାବର ସାମନା କରିବାକୁ ପଡ଼ିଛି।

  17. ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ଏହି ସମୟରେ କୃତ୍ରିମ ବୁଦ୍ଧି ବା ଏଆଇ ଦ୍ୱାରା ତିଆରି କରାଯାଇଛି ଡିପଫେକ ବିଷୟବସ୍ତୁ। ନକଲି ଭିଡିଓ ଓ ଫଟୋକୁ ଏଭଳି ଭାବେ ଚିତ୍ରଣ କରାଯାଉଛି ଯେ ମିଛ-ସତ କିଛି ବି ଜଣାପଡ଼ୁ ନାହିଁ।

  18. ଏଣିକି ବର୍ଷକୁ ଦୁଇ ଥର ସିବିଏସ୍‌ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା କରୁଛି। ପିଲାଙ୍କୁ ଚାପ ମୁକ୍ତ ଓ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି ଯୋଜନା କରାଯାଉଛି।

  19. ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି।

  20. ଭାରତ ଇତିହାସରେ ପ୍ରଥମ ରାଜନୀତିକ ଦଳ ଭାବେ ଶାସକ ବିଜେପି ନିଜର ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ ଗୁଗଲ ଓ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲାଣି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.