-
1.ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଆଜି ଭାରତକୁ ‘ଆଶାର ଆଲୋକବର୍ତ୍ତିକା’ କହି ପ୍ରଶଂସା କରିଛନ୍ତି।
-
2.ତିବ୍ଦତରେ ଗୁରୁବାର ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍ସି (ଚାଇନା ଆର୍ଥକ୍ୱେକ୍ ନେଟୱର୍କସ୍ ସେଣ୍ଟର) ଅନୁଯାୟୀ, ଉତ୍ତର ତିବ୍ଦତର ନାଗକୁ କାଉଣ୍ଟିରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି।
-
3.ସଡ଼କ ଦୁର୍ଘଟଣା ଓ ପଦଚାରୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଏବେ ସମସ୍ତ ପ୍ରକାରର ଗ୍ରାମୀଣ ରାସ୍ତାରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଷ୍ଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
-
4.ୟେମେନର ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଯେ, ଲୋହିତ ସାଗରର ଜୁକାର ଦ୍ୱୀପ ନିକଟରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାକୁ ସାଉଦି ଆରବ ଟାର୍ଗେଟ କରିବା ପରେ ସେମାନଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।
-
5.ଗ୍ରାମୀଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟର ଯୋଗ୍ୟ ଗ୍ରାମୀଣ ପରିବାରଙ୍କୁ ବର୍ଷକୁ ଅତିରିକ୍ତ ୨୫ ଦିନର ମଜୁରିଭିତ୍ତିକ କାମ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
-
6.୨୦୨୭ ମେ’ ୧୨ ତାରିଖରେ ଆୟୋଜନ ହେବାକୁ ଥିବା ଇସ୍ରାଏଲ୍ର ସ୍ବାଧୀନତା ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ନିମନ୍ତ୍ରଣ କରିଛନ୍ତି।
-
7.ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ରପ୍ରଦେଶର ୧୦୦ଟି ପୌର ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ (ଏପିଏସ୍ଇସି)। ଏଥିରେ ୧୩ଟି ମହାନଗର ନିଗମ ଏବଂ ୮୭ଟି ପୌରପାଳିକା ଓ ନଗର ପଞ୍ଚାୟତ ରହିଛି।
-
8.ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଇନ୍ଧନ ପ୍ରଚୁର ଓ ଶସ୍ତା ବୋଲି ରହିଥିବା ସାଧାରଣ ଧାରଣାକୁ ଭାଙ୍ଗି ଏବେ ଦୁବାଇ ଠାରୁ ଭାରତର କେତେକ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କମ୍ ରହିଛି। ଅକ୍ଟୋବର ମାସ ପାଇଁ ଦୁବାଇ ସରକାର ଇନ୍ଧନ ଦରରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି କରିବା ପରେ ଏଭଳି ଏକ ରୋଚକ ଆକଳନ ସାମ୍ନାକୁ ଆସିଛି।
-
9. ଚାଟ ଜିପିଟିରେ ନିଜର ବ୍ୟକ୍ତିଗତ କଥାବାର୍ତ୍ତାକୁ ଲକ୍ କରି ରଖିପାରିବେ ବ୍ୟବହାରକାରୀ। ଏଥିପାଇଁ ଓପନ୍ଏଆଇ ଏକ ନୂଆ ସୁବିଧା ଆଣିଛି, ଯାହାର ନାଁ ହେଉଛି ‘ଲକ୍ଡ ଚାଟ୍ସ’ । ଯେଉଁମାନେ ନିଜ ଫୋନ୍ କିମ୍ବା କମ୍ପ୍ୟୁଟର୍ ଅନ୍ୟମାନଙ୍କ ସହ ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ବେଶ୍ କାମରେ ଆସିପାରେ।
-
10.ଥାଇଲାଣ୍ଡ ଉପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଓ ମ୍ୟାନ୍ମାର ଉପରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ବୁଧବାର ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
-
11. ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
-
12.ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆହୁରି କଠିନ ହେବାକୁ ଯାଉଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଅନଲାଇନ ‘ସୁରକ୍ଷିତ ଡ୍ରାଇଭିଂ’ ପାଠ୍ୟକ୍ରମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆବଶ୍ୟକ ସର୍ବନିମ୍ନ ସ୍କୋରକୁ ୬୦ ପ୍ରତିଶତରୁ ବଢ଼ାଇ ୭୫ ପ୍ରତିଶତ କରିବାକୁ ପ୍ରସ୍ତାବ ଦେଇଛି।
-
13.ଏସୀୟ ପାରା କ୍ରୀଡ଼ାରେ ଦୌଡ଼କୁଦରେ ଭାରତର ଦୃଷ୍ଟିବାଧିତ ଧାବିକା ସିମ୍ରମ ଶର୍ମା ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବୁଧବାର ମହିଳା ୧୦୦ ମିଟର ଦୌଡ଼ ଟି-୧୨ ବର୍ଗରେ ସିମ୍ରନ ୧୨.୦୨ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
-
14.ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅନେକ ଫଟୋ ସୋସିଆଲ୍ ମିଡିଆରେ ପ୍ରଘଟ ହୋଇଛି।
-
15.ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ । ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୧୭ ବର୍ଷୀୟ ଝିଅ ପେଟରୁ ୨୦ କେଜି ଓଜନର ବିଶାଳ ଟ୍ୟୁମର ବାହାର କରାଯାଇଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
