• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଯୁକ୍ତ୨ ବାର୍ଷିକ ପରୀକ୍ଷା ୨୦୨୭ ପାଇଁ ନଭେମ୍ବର ୩୦ ସୁଦ୍ଧା ପରୀକ୍ଷାକେନ୍ଦ୍ର ଓ ପରିଚାଳନା ହବ୍‌ରେ ସିସିଟିଭି ଲଗାଇବାକୁ ସିଏଚ୍‌ଏସ୍‌ଇ ନିର୍ଦ୍ଦେଶ ଦେଇଛନ୍ତି 

  2. 2.ଚଳିତ ବର୍ଷ ଅନଲାଇନ୍‌ ସପିଂ ପ୍ରତି ଗ୍ରାହକଙ୍କ ଆଗ୍ରହରେ ବୃଦ୍ଧି ପାଇଛି । ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେ‌ଷ୍ଟିଭାଲ୍‌ ୨୦୨୬କୁ ପ୍ରଥମ ୨ ଦିନରେ ୪୪ କୋଟିରୁ ଅଧିକ ଗ୍ରାହକ ପରିଦର୍ଶନ କରିଥିଲେ। 

  3. 3.ବିଶ୍ୱର  ଶିଳ୍ପପତି ଏଲନ ମସ୍କଙ୍କ ଦୁଇ ପ୍ରମୁଖ କମ୍ପାନି ଟେସ୍‌ଲା ଓ ସ୍ପେସ୍‌ଏକ୍ସ ମଧ୍ୟରେ ମିଶ୍ରଣ ହେବ।

  4. 4.ଇଟାଲୀ ସରକାର  ହିଂସାତ୍ମକ ପ୍ରଦର୍ଶନ, ଦୋକାନ ଲୁଟ୍‌ ଓ ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ କରିବା ଘଟଣା ଉପରେ ରୋକ୍‌ ଲଗାଇବାକୁ କଠୋର ସୁରକ୍ଷା ନିୟମ ଲାଗୁ କରିଛନ୍ତି।

  5. 5.ଉତ୍ତରାଖଣ୍ଡର ହରିଦ୍ୱାରରେ ଏବେ ହର୍ କି ପୌଡ଼ି ସମେତ ଅନ୍ୟ ପ୍ରମୁଖ ଘାଟଗୁଡ଼ିକରେ ଗଙ୍ଗା ନଦୀର ଜଳସ୍ତର ହ୍ରାସ ପାଇଛି।

  6. 6.ସିଏକ୍ୟୁଏମ୍‌ ଅନୁସାରେ ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଙ୍କ (ଏକ୍ୟୁଆଇ) ଅକ୍ଟୋବର ୨୦ରେ ୧୭୯ ଥିଲା, ଯାହା ମଡରେଟ କାଟାଗରିରେ ଆସିଥାଏ। କିନ୍ତୁ ଅକ୍ଟୋବର ୨୧ ତାରିଖ ଅପରାହ୍ଣ ୨ଟାରେ ଏହା ବଢ଼ି ୨୪୪ରେ ପହଞ୍ଚି ଯାଇଥିଲା। ଏଥି ସହିତ ଦିଲ୍ଲୀର ବାୟୁ ଖରାପ ବର୍ଗରେ ରେକର୍ଡ କରାଯାଇଛି।

  7. 7.ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଖେଇ ଆସୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଭୋଟରଙ୍କୁ ହାତେଇବା ପାଇଁ ୨୫ ନିୟୁତ ଡଲାର ଅର୍ଥାତ୍ ୨୩୬.୮୩ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

  8. 8.ୟୁକ୍ରେନ୍‌ର ସାମରିକ ଡ୍ରୋନ୍‌ ଅପରେସନରେ ବ୍ୟବହୃତ ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ଯୋଗାଯୋଗ ସେବାର ଗତି ଉପରେ କଟକଣା ଲଗାଇବାକୁ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ୍‌ ମସ୍କ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଛି।

  9. 9.ଟ୍ରେନ୍‌ରେ ଯାତ୍ରା ସମୟରେ ଭୋକ ଲାଗିଲେ SwiggyଓZomatoଭଳି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍‌ ମାଧ୍ୟମରେ ଖାଦ୍ୟ ଅର୍ଡର କରିହେବ। ଅର୍ଡର କରିବା ପରେ ଡେଲିଭରି ପାର୍ଟନର୍ ଟ୍ରେନ୍‌ର ନିର୍ଦ୍ଧାରିତ ରେଳ ଷ୍ଟେସନରେ ଆପଣଙ୍କ ସିଟ୍ ପାଖରେ ଖାଦ୍ୟ ପହଞ୍ଚାଇ ଦେଇଥାଆନ୍ତି।

  10. 10.ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଏକ ବଡ଼ ଧରଣର ଡାଟା ଲିକ୍ ଖବର ସାମ୍ନାକୁ ଆସିଛି। ଡାଟା ଲିକ୍ ଘଟଣାର ଶିକାର ହୋଇଥିବା ବ୍ୟାଙ୍କ ସ୍ପଷ୍ଟ କରିଛି। ୩,୮୯୭ ଗ୍ରାହକଙ୍କ ଡାଟା ଡାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି।

  11. 11.ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ପରାମର୍ଶ ଜାରି କରିଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବୁଧବାର ଜାରି ହୋଇଥିବା ଏହି ପରାମର୍ଶରେ ଆତଙ୍କବାଦ ବିରୋଧୀ ଅଭିଯାନର ସିଧା ପ୍ରସାରଣରୁ ଦୂରେଇ ରହିବା, ହିଂସାତ୍ମକ ଦୃଶ୍ୟ ପ୍ରସାରଣ ବେଳେ ସତର୍କତା ଅବଲମ୍ବନ କରିବା ଏବଂ ରାଷ୍ଟ୍ରବିରୋଧୀ ବିଷୟବସ୍ତୁ ପ୍ରସାରଣ ନକରିବାକୁ କୁହାଯାଇଛି ।

  12. 12.କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥନୀତିବିଦ୍ ପରକଳା ପ୍ରଭାକର ଅକ୍ଟୋବର ୨୩ରେ ଆୟୋଜିତ ହେବାକୁ ଥିବା ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବେ।

  13. 13.ଆଇଫୋନ୍‌ କିଣୁଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣିଛି ଆପଲ୍‌ । ଏଣିକି ଭାରତରେ କମ୍ପାନୀର ଅନଲାଇନ୍‌ ଷ୍ଟୋର୍‌ରୁ ଜଣେ ଗ୍ରାହକ ସର୍ବାଧିକ ୨ଟି ଆଇଫୋନ୍‌ କିଣିପାରିବେ ।

  14. 14.ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା।

  15. 15.ରିଜର୍ଭ ବ୍ୟାଙ୍କ ର ନିୟମ ଅନୁସାରେ, ଯଦି ର୍ନିଦ୍ଧାରିତ ସମୟ ସୀମା ମଧ୍ୟରେ ବ୍ୟାଙ୍କ ଆପଣଙ୍କ ଟଙ୍କା ଫେରସ୍ତ ନ କରେ, ତେବେ ପ୍ରତିଦିନର ବିଳମ୍ୱ ପାଇଁ ଆପଣଙ୍କୁ ୧୦୦ ଟଙ୍କା କ୍ଷତିପୂରଣ ମିଳିପାରିବ। ଏହି କ୍ଷତିପୂରଣ ଧାର୍ଯ୍ୟ ସମୟ ସୀମା ଶେଷ ହେବା ପରଠାରୁ ଲାଗୁ ହୋଇଥାଏ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.