-
1.ଚଳିତ ପାର୍ବଣ ସମୟରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର ଦୁର୍ଗାପୂଜା ସମୟରେ ସେ କୌଣସି ପୂଜା ମଣ୍ଡପ ବୁଲିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
-
2.ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ବରିଷ୍ଠ ପୁରୁଷ କ୍ରିକେଟ୍ ଚୟନ କମିଟିରେ ଏକ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
3.ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରେ ଗୁଳିଚାଳନା ଘଟଣାରେ କୋଟା ପୁଲିସ ଜଣେ ନାବାଳକ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ଏବଂ ଜଣେ ବିହାରର।
-
4.ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଉପରିସ୍ଥ ଅଧିକାରୀଙ୍କ କୌଣସି ଅନୁମତି ଆବଶ୍ୟକ ନାହିଁ।
-
5.ଫ୍ରାନ୍ସରେ ଦରଦାମ, ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ମହଙ୍ଗା ଶିକ୍ଷା, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିଦ୍ୟାଳୟରେ ଖରାପ ଅବସ୍ଥା ଓ ଶିକ୍ଷକ ନିଯୁକ୍ତି ଦାବିରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାର ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଏହା ଫଳରେ ୮ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।
-
6.ବ୍ୟବସାୟିକ ସୁଗମତା ବା ‘ଇଜ୍ ଅଫ୍ ଡୁଇଂ ବିଜନେସ୍’କୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ କଟକଣା ହ୍ରାସ କରିବା ନିଷ୍ପତ୍ତି ହୋଇଛି। ଜମି ବ୍ୟବହାର, ବିଲ୍ଡିଂ ଅନୁମତି, ଅଗ୍ନିଶମ ନିରାପତ୍ତା, ସ୍ୱାସ୍ଥ୍ୟସେବା, ଏମ୍ଏସ୍ଏମ୍ଇ ସୁବିଧା ଏବଂ ଶିଳ୍ପ ଜମି ବ୍ୟବହାର ଭଳି ୧୩ଟି ପ୍ରାଥମିକ କ୍ଷେତ୍ରକୁ ସରଳ ଓ ନିୟନ୍ତ୍ରଣମୁକ୍ତ କରିବା ପାଇଁ ଚିହ୍ନଟ କରାଯାଇଛି।
-
7.ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଯୁମନାମ ଖେମଚାନ୍ଦ ସିଂହଙ୍କ ବାସଭବନ ଅଭିମୁଖେ ଗାଁ ଲୋକମାନେ ୨ଟି ମୃତଦେହ ଧରି ବାହାରିଥିଲେ। ସେମାନେ ମୃତଦେହକୁ ଉଚ୍ଚ ସୁରକ୍ଷା ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ରଖିବାକୁ ଚେଷ୍ଟା କରିବା ବେଳେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ।
-
8.ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ୨୦୨୫-୨୬ରେ କେବଳ ୪ ଜଣ ଦାତା ସ୍ୱେଚ୍ଛାକୃତ ଚାନ୍ଦା ସୂତ୍ରରେ ଦେଇଛନ୍ତି ୧୩.୩ କୋଟି ଟଙ୍କା।
-
9.୨୦୨୫-୨୬ ଏଆଇଏଡିଏମକେକୁ ସ୍ୱେଚ୍ଛାକୃତ ଚାନ୍ଦା ଆକାରରେ ୧୬୧.୩୫ କୋଟି ଟଙ୍କା ମିଳିଛି। ଟାଇଗର ଆସୋସିଏଟସ ସବୁଠାରୁ ଅଧିକ ୧୩୫ କୋଟି ଟଙ୍କା ଏଆଇଏଡିଏମକେକୁ ଦେଇଛି। ସେହିପରି ଡିଏମକେ ୧୯୧.୧୯ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛି
-
10. କକରୋଚ୍ ଜନତା ପାର୍ଟିର ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ସୋମବାର ଦିନ ଆଉ ଦୁଇ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
-
11.କନକ ନ୍ୟୁଜର ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କର ସୋମବାର ସକାଳେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଛି। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।
-
12.ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ‘ଜେଲର୍ ୨’ ବକ୍ସ ଅଫିସ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍ ହେବାର ମାତ୍ର ଚାରି ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୪୨୪ କୋଟି ଟଙ୍କାରୁ ଅଧିକ ଆୟ କରିଛି।
-
13.ବାୟୋମେଟ୍ରିକ୍ ଯାଞ୍ଚ ବିଫଳ ହେଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନହେବେ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
-
14.ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ ଗ୍ରୀନ୍ କାର୍ଡ ଆବେଦନ କରିଥିବା ବିଦେଶୀ ନାଗରିକଙ୍କ ପାଇଁ ଆସିଛି ଏକ ବଡ଼ ଝଟକା। ହଜାର ହଜାର ଆବେଦନକାରୀଙ୍କ ୱାର୍କ ପରମିଟ୍ ବା କାର୍ଯ୍ୟ ଅନୁମତି ଆବେଦନକୁ ଆମେରିକା କର୍ତ୍ତୃପକ୍ଷ ଖାରଜ କରିଛନ୍ତି। ୨୦୨୬ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ମୋଟ ୩୫,୭୬୭ଟି ଆବେଦନ ପ୍ରତ୍ୟାଖ୍ୟାନ ହୋଇଛି।
-
15.ନ୍ୟୁଜିଲ୍ୟାଣ୍ଡ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ଅକ୍ଟୋବର ୨୦ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ଫଳରେ ଚମଡ଼ା, ପାଦୁକା, ପୋଷାକ ଏବଂ ବସ୍ତ୍ର ସମେତ ଭାରତର ଶତ ପ୍ରତିଶତ ସାମଗ୍ରୀ ଉକ୍ତ ଦ୍ୱୀପରାଷ୍ଟ୍ରକୁ ବିନା କୌଣସି ଆମଦାନୀ ଶୁଳ୍କରେ ପ୍ରବେଶ କରିପାରିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
