• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅନ୍ତ୍ୟୋଦୟ ଗୃହ ଯୋଜନାର ଅବଧିକୁ ଆଉ ଦୁଇ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨୦୨୭ରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିବାବେଳେ ଏବେ ଏହା ୨୦୨୯ ପର୍ଯ୍ୟନ୍ତ ଚାଲିବ।

  2. 2.ଲୋକପ୍ରତିନିଧି(ବିଧାୟକ-ସାଂସଦ)ମାନଙ୍କ ସହ ଜଡ଼ିତ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରିତ୍ ଶୁଣାଣି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ଜିଲ୍ଲା ଜଜ୍ କ୍ୟାଡ଼ରର ୩ଟି ଦୌରାଜଜ୍ ଅଦାଲତ ଓ ସିଭିଲ୍ ଜଜ୍ କ୍ୟାଡ଼ରର ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ସାମିଲ ରହିଛି।

  3. 3.ଚଳିତମାସ ୨୬ ତାରିଖରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ। ଏହି ସର୍ଭେ ଶେଷ ହେବାପରେ ୨୦୨୭ ମସିହା ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଦାବି-ଆପତ୍ତି ଶୁଣାଣି ପରେ ଫେବୃଆରୀ ୧୦ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

  4. 4.ବିକ୍ଷୋଭ ବେଳେ ମହିଳା ସାମ୍ବାଦିକଙ୍କୁ ମାଡ଼ ମରାଯିବା ଘଟଣାରେ ସୁପ୍ରିମକୋର୍ଟଙ୍କ ତାଗିଦରେ ହଡ଼ବଡ଼େଇ ଯାଇଥିବା କେନ୍ଦ୍ର ସରକାର ଏବେ ଅଯବ ଯୁକ୍ତି ରଖିଛନ୍ତି। ବିଭିନ୍ନ ବିକ୍ଷୋଭକୁ କ୍ୟାମେରାରେ କଏଦ କରୁଥିବା ସୋଶାଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଓ ସାମ୍ବାଦିକମାନଙ୍କୁ କେମିତି ଚିହ୍ନଟ କରାଯିବ ବୋଲି ସରକାର ଓଲଟା ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି। 

  5. 5.୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ କମିଶନ ଆରମ୍ଭ କରିବେ ସ୍ପେଶାଲ ସମରୀ ରିଭିଜିନ ବା ଏସଏସ୍‌ଆର୍। ଏହି ପ୍ରକ୍ରିୟା ଜରିଆରେ ନୂଆ ଭୋଟର ଓ ବିବାଦୀୟ ଏସ୍‌ଆଇଆର୍‌ ସମୟରେ ବାଦ ପଡ଼ିଥିବା ନାଁ ଗୁଡ଼ିକୁ ଭୋଟର ତାଲିକାରେ ସାମିଲ କରାଯିବ। 

  6. 6.ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କ ପୀଠ ତାମିଲନାଡୁ ସରକାରଙ୍କ ଆବେଦନକୁ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଧର୍ମରୁ କୌଣସି ଏଭଳି ଧର୍ମକୁ ପରିବର୍ତ୍ତନ କରୁଥିବା ବ୍ୟକ୍ତି, ଯାହା ସମ୍ପୃକ୍ତ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ମାନ୍ୟ ନୁହେଁ, ସେ କେବଳ ନିଜର ପୂର୍ବତନ ସାମାଜିକ ପଛୁଆପଣ ଆଧାରରେ ପୂର୍ବର ପଛୁଆ ବର୍ଗ ସଂରକ୍ଷଣ ଲାଭ ଦାବି କରିପାରିବେ ନାହିଁ।

  7. 7.ଭୋଟର ତାଲିକାରୁ ଅନେକ ଲୋକଙ୍କ ନାଁ କଟିବା ଉପରେ ପ୍ରଶ୍ନ ଉଠାଇଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଚାଲିଥିବା ଏସ୍‌ଆଇଆରରେ ଅନିୟମିତତା ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।  ଏନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଇସିଆଇ ଓ ସିଇସିଙ୍କୁ ନୋଟିସ କରିଛନ୍ତି।

  8. 8.ପାକିସ୍ତାନର ପେଶାୱରରେ ଏକ ସ୍କୁଲ୍‌ର ଛାତ ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରୀଛାତ୍ରଙ୍କ ସହ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାସହ ୨୧ ଜଣ ଆହତ ହୋଇଛନ୍ତି।

  9. 9.ଦିଲ୍ଲୀର ଐତିହାସିକ ବିକ୍ଷୋଭ ସ୍ଥଳ ଯନ୍ତରମନ୍ତର ଘଟଣାରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ସପ୍ତାହରେ କେନ୍ଦ୍ର ସରକାର ଯନ୍ତରମନ୍ତରକୁ ମିଳିଥିବା ଆନ୍ଦୋଳନ ସ୍ଥଳ ମାନ୍ୟତା ପ୍ରତ୍ୟାହାର କରିଥିଲେ।କୋର୍ଟ କହିଛନ୍ତି ଯେ “ଆମେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ କରି ଜବାବ ମାଗିଛୁ। ସେମାନଙ୍କୁ ଜବାବ ରଖିବାକୁ ଦିଆଯାଉ। ଯଦି ଏଥିରେ ସନ୍ତୁଷ୍ଟି ନ ମିଳିବ, ତା’ହେଲେ ଆଇନ ତା ବାଟରେ ଯିବ।”

  10. 10.କ୍ୟାମ୍ପସ୍‌ ସମ୍ପ୍ରସାରଣ ପାଇଁ ଗଛକଟାକୁ ନେଇ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)କୁ ଶକ୍ତ ଧକ୍କା ମିଳିଛି। ଗଛ କଟାଯିବା ଉପରେ ରୋକ୍ ଲଗାଇବାକୁ ହୋଇଥିବା ଏକ ଦେୱାନୀ ମାମଲାକୁ ଖାରଜକରିବା ପାଇଁ ଏନ୍‌ଆଇଟି ପକ୍ଷରୁ କରାଯାଇଥିବା ଆବେଦନକୁ ରାଉରକେଲା ସିଭିଲ୍ ଜଜ୍ (ସିନିଅର ଡିଭିଜନ) କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

  11. 11.ସାମୁଦ୍ରିକ ଇତିହାସ ଗବେଷଣା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ଆବିଷ୍କାର ହୋଇଛି। ତୁର୍କୀର ଭୂମଧ୍ୟସାଗରୀୟ ଉପକୂଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରାୟ ୪୭୦୦ ବର୍ଷ ପୁରୁଣା ଜାହାଜର କେତେକ ଭଙ୍ଗା ଅଂଶ ଠାବ କରିଛନ୍ତି।

  12. 12.ସ୍ବାଭିମାନ ଅଞ୍ଚଳ ସମୃଦ୍ଧି ପଥରେ ଅଗ୍ରସର। କିଛି ବର୍ଷ ତଳେ ସ୍ବାଭିମାନ ଅଞ୍ଚଳରୁ ମାତ୍ର ୧୦୦ଟନ୍‌ ହଳଦୀ ଉତ୍ପାଦନ ହେଉଥିଲା। କ୍ରମାଗତ ଭାବେ  ଗଞ୍ଜେଇ ଚାଷ କମିବା ଫଳରେ ହଳଦୀ ଚାଷ ବୃଦ୍ଧି ପାଇଛି। ସରକାରୀ ରେକର୍ଡ ଅନୁସାରେ ଏବେ ବାର୍ଷିକ ପ୍ରାୟ ୬୦୦୦ ମେଟ୍ରିକ୍‌ ଟନ୍‌ ହଳଦୀ ଉତ୍ପାଦନ ହେଉଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୨୦କୋଟି ଟଙ୍କା ହେବ।

  13. 13. ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ସହରରେ କାମ କରୁଥିବା ପାତ୍ରପୁର ବ୍ଲକର ଜଣେ ଯୁବକଙ୍କ ଦେହରେ ଲୁହାରଡ଼ ପଶିଯିବାରୁ ପ୍ରାଣ ହରାଇଥିବା ବେଳେ ଚିକିଟି ବ୍ଲକର ଜଣେ ଯୁବକ ଲିଫ୍‌ଟରୁ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି। 

  14. 14.ଅହମଦାବାଦ: ନବରାତ୍ରି ମହୋତ୍ସବ ସମୟରେ ଅହମଦାବାଦରେ ଅଣହିନ୍ଦୁ ଏବଂ ମୁସଲମାନଙ୍କୁ ଗରବା କାର୍ଯ୍ୟକ୍ରମ ଛାଡିବାକୁ କୁହାଯାଇବା ପରେ ବିବାଦ ଆରମ୍ଭ ହୋଇଛି।

  15. 15.ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୨୪ ରନରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.