• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ରାଉରକେଲାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ର ଗବେଷକମାନେ ପରିତ୍ୟକ୍ତ କାକଫ୍ରୁଟ୍ ଚୋପାରୁ ଏକ ଏପରି ସାମଗ୍ରୀ ବିକଶିତ କରିଛନ୍ତି ଯାହା ପରୀକ୍ଷାଗାର ପରିସ୍ଥିତିରେ ପ୍ରାୟ 10 ମିନିଟ୍ ମଧ୍ୟରେ ଦୂଷିତ ପାଣିରୁ 90 ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍ ବାହାର କରିପାରିବ, ବୁଧବାର ଦିନ ଅଧିକାରୀମାନେ କହିଛନ୍ତି।
  2. 2. ୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଅଣ-ଗେଜେଟେଡ୍‌ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍‌ କୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ପ୍ରାୟ ୧୧.୪୦ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ।
  3. 3. ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାରେ ୨୮୪.୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଏହାଦ୍ୱାରା ଆନୁମାନିକ ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ।
  4. 4.  ଲଦାଖର ୨୮ଟି ସ୍ଥାନର ମାନକ ନାମ ଘୋଷଣା କରିବା ସହ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ସାମିଲ କରିବା ନେଇ ଭାରତର ପଦକ୍ଷେପକୁ ବିରୋଧ କରିଛି ଚୀନ୍।
  5. 5. ମଙ୍ଗଳବାର ଜର୍ମାନୀର ବୋଚୁମ୍ ସହରରେ ଥିବା ଏକ ବିଲ୍‌ଡିଂରେ ନିଆଁ ଲାଗି ୨ ଜଣ ଭାରତୀୟ ଯୁବତୀ ଓ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି ।
  6. 6. ପୁଲିସ୍‌ ସମସ୍ତଙ୍କୁ କନୌଟ ପ୍ୟାଲେସ ପୁଲିସ୍‌ ଷ୍ଟେସନକୁ ନିଆଯାଇଥିଲା। ଏହି ସମୟରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏଥିଯୋଗୁ ତାଙ୍କ ଆଖି ପାଖରେ ଆଘାତ ଲାଗିଥିଲା ଓ କାନ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ଆଥିରା ଅଭିଯୋଗ କରିଛନ୍ତି।
  7. 7. ସୋମବାର ଲକ୍ଷ୍ନୌରେ ରମେଶ ଯାଦବ ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। କିଛି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଫାର୍ମ ହାଉସରେ ଧସେଇ ପଶି ତାଙ୍କ ହାତ ଗୋଡ଼ ବାନ୍ଧି ସେଠାରେ ଥିବା ନଗଦ ଟଙ୍କା ଓ ମୂଲ୍ୟବାନ ଜିନିଷ ସବୁ ଲୁଟି ନେଇଛନ୍ତି। ଲୁଟ ଟଙ୍କା ଓ ଜିନିଷର ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ।
  8. 8. ହର୍ମୁଜ୍ ପ୍ରଣାଳୀରେ ବୁଧବାର ଏକ ସାମୁଦ୍ରିକ ଲ୍ୟାଣ୍ଡମାଇନ ସହିତ ଧକ୍କା ପରେ ୨୫୦୦ ରୁ ଅଧିକ କଣ୍ଟେନର ବୋଝେଇ ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଥିଲା ଓ ପରେ ଜାହାଜଟି ବୁଡ଼ି ଯାଇଥିଲା ‌ବୋଲି ଇରାନର ରିଭଲ୍ୟୁସନାରୀ ଗାର୍ଡ ନୌସେନା କହିଛି।
  9. 9. ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲସେଭିୟରର ୨୦୨୬ ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନ ପାଇଛନ୍ତି। ଏଥିରେ ୩୫ ଜଣ ସିଙ୍ଗଲ୍‌ ଇୟର ଓ ୨୦ ଜଣ କ୍ୟାରିୟର ଲଙ୍ଗ୍‌ ତାଲିକାରେ ଅଛନ୍ତି।
  10. 10. ଭାରତରେ କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି. ଜେ. ଅବଦୁଲ କଲାମ୍‌ ୧୯୩୧ ଅକ୍‌ଟୋବର‌ ୧୫ଦିନରେ ତାମିଲନାଡୁ ଅନ୍ତର୍ଗତ ରାମେଶ୍ବରମ୍‌ରେ ଜନ୍ମ ହୋଇଥିଲେ। ଆଜି ତାଙ୍କର ଜନ୍ମଦିନ।
  11. 11. ସମସ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ସ୍ବରୂପ ଆସନ୍ତା ୨୭ରୁ କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକେଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରେଲଓ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି।
  12. 12. ବଡ଼ ଆକାରର କୁକୁରମାନେ ଛୋଟ ପ୍ରଜାତିର କୁକୁରଙ୍କ ତୁଳନାରେ କମ୍‌ ଦିନ ବଞ୍ଚିଥାନ୍ତି। ‘ଗ୍ରେଟ୍‌ ଡେନ୍‌’ ଭଳି ବଡ଼ କୁକୁରମାନେ ‘ଚିହୁଆହୁଆ’ ଭଳି ସାନ କୁକୁରଙ୍କ ଅପେକ୍ଷା କମ୍‌ ବୟସରେ ମୃତ୍ୟୁବରଣ କରିଥାନ୍ତି।
  13. 13. ଓଡ଼ିଶା ମାନବାଧିକାର ଆୟୋଗ (OHRC) ର ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟ ପୋଲିସ ବିରୁଦ୍ଧରେ OHRC ରେ ପ୍ରାୟ ୯,୦୦୦ ଅଭିଯୋଗ ଦାଖଲ କରାଯାଇଛି। ଏଥିମଧ୍ୟରୁ ୩୦୦ରୁ ଅଧିକ ମାମଲା ଗତ ନଅ ବର୍ଷ ମଧ୍ୟରେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ରହିଛି।
  14. 14. ସରକାରୀ ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀ, ଉତ୍ପାଦିତ ସାମଗ୍ରୀ ତଥା ଇନ୍ଧନ ଓ ବିଦ୍ୟୁତ୍‌ର ମୂଲ୍ୟ ବୃଦ୍ଧି ପାଇବା କାରଣରୁ ସେପ୍ଟେମ୍ବର ମାସରେ ଭାରତର ହୋଲସେଲ୍ ମୂଲ୍ୟ (wholesale price) ଭିତ୍ତିକ ମୁଦ୍ରାସ୍ଫୀତି ୧୧.୩୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଅଗଷ୍ଟ ମାସରେ ୯.୯୨ ପ୍ରତିଶତ ଥିଲା।
  15. 15 .ଦିଲ୍ଲୀରେ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆସନ୍ତା ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.