• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ ମାନହାନି ମାମଲାର ବିଚାର ଉପରେ ଶୀର୍ଷକୋର୍ଟ ରୋକ ଲଗାଇ ତଳ କୋର୍ଟର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି। 

  2. 2.କେନ୍ଦ୍ର ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

  3. 3.ଆସନ୍ତା ଦୁର୍ଗାପୂଜା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ, ଭୁବନେଶ୍ୱର ସହର ପାଇଁ ଟ୍ରାଫିକ କଟକଣା ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜାରି କରିଛି । ଦିନ ୨ରୁ ରାତି ୨ଟା ମଧ୍ୟରେ ସହରର ବିଭିନ୍ନ ରୁଟ୍‌ରେ ଭାରୀଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି ।

  4. 4.ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ମଙ୍ଗଳବାର ଘୋଷଣା କରିଛି ଯେ କିଛି ବ୍ୟବସାୟୀଙ୍କ ସହିତ ୟୁପିଆଇ କାରବାର (ପିଟୁଏମ – ବ୍ୟକ୍ତିରୁ ବ୍ୟବସାୟୀ) ଉପରେ ଏମଡିଆର (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ହାର) ଦୀପାବଳି ପରେ ଲାଗୁ କରାଯିବ।

  5. 5.ଭାରତୀୟ ନୌସେନାର ତୃତୀୟ ଅଗଭୀର ଜଳ ଆଣ୍ଟି-ସବମେରିନ୍ ଯୁଦ୍ଧପୋତ ଆଇଏନଏସ୍‌ ମାଙ୍ଗରୋଲ୍‌କୁ ନୌସେନାରେ ସାମିଲ କରାଯାଇଛି।

  6. 6.ସୁପ୍ରିମକୋର୍ଟ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଚାଲିଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବିରୋଧୀ ଆନ୍ଦୋଳନରେ ପୁଲିସ୍‌ର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ।

  7. 7.ଦିଲ୍ଲୀ-ଏନ୍‌ସିଆର୍‌ରେ ବାଣଫୁଟା ଉପରେ କଟକଣା ଲଗାଇବା ଦାବି ସମ୍ପର୍କିତ ମାମଲାର ଶୁଣାଣି କରି ଲୋକଙ୍କ ସ୍ୱାସ୍ଥ୍ୟ ଓ ଧାର୍ମିକ ଭାବନା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  8. 8.ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ପୁଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  9. 9.ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ କନ୍ଧମାଳ ଜିଲାର ଜଣେ ମହିଳା ୨ଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏଭଳି ବିରଳ ନବଜାତର ପରୀକ୍ଷା ନିରୀକ୍ଷା ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି।

  10. 10.ଗତ ଅଗଷ୍ଟରେ ଖଚୁରା ମୁଦ୍ରାସ୍ଫୀତି ହାର ୪.୮୩ ପ୍ରତିଶତ ରହିଥିଲାବେଳେ ସେପ୍ଟେମ୍ବରରେ ଏଥିରେ ପୁଣି ୦.୭୨ ପ୍ରତିଶତ ବୃଦ୍ଧି ଘଟି ଏହା ୫.୫୪ ପ୍ରତିଶତ ଛୁଇଁଛି ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

  11. 11.ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ଉପରେ ଟ୍ରମ୍ପ ଆକାଶ ଛୁଆଁ ଶୁଳ୍କ ଲଗାଇଛନ୍ତି। ଏଥିସହ ଆଗକୁ ଅତିରିକ୍ତ ଟାରିଫ ଲଗାଇବାର ଧମକ ଦେଉଛନ୍ତି।

  12. 12.ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଦୈନିକ ଆୟ କିମ୍ବା ବ୍ୟୟ କ୍ଷମତାଠାରୁ ବି ଅଧିକ।

  13. 13.ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ଘଟିଛି।

  14. 14.ଆମେରିକାର ଫେଡେରାଲ୍ ବିଚାରପତି ଜେନିଫର ଏଲ୍. ରୋଚନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ କରଦାତାଙ୍କ ଅର୍ଥ ଉପଯୋଗ କରି ସରକାରଙ୍କ ଗରିମା ବର୍ଣ୍ଣନା କରୁଥିବା ସମସ୍ତ ଟିଭି ବିଜ୍ଞାପନ ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।

  15. 15.ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝରର ଜିଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେବାରେ ଲାଗିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.