-
1.ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ପରିବହନ କରୁଥିବା ଏକ ବୃହତ୍ ସୁପରଟ୍ୟାଙ୍କର ଶନିବାର ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ନୌସେନା ମାଇନ୍ ସହ ଧକ୍କା ହୋଇ ବିସ୍ଫୋରଣ ଘଟିବା ସହ ପ୍ରବଳ ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇଛି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂତନ ହ୍ୱାଇଟ୍ ହ୍ୱାଉସ୍ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ବହିଷ୍କାର କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର ୫ ଦିନ ମଧ୍ୟରେ ତାଙ୍କୁ ବିଦା କରାଯାଇଛି।
-
3.ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆଇନ ଶିକ୍ଷାର୍ଥୀମାନଙ୍କୁ ବୌଦ୍ଧିକ ସ୍ୱାଧୀନତା, ନିରପେକ୍ଷତା ଏବଂ ଅନ୍ୟର ଭିନ୍ନମତ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟ ଜଣକର ସମ୍ମାନହାନି ନକରି ମଧ୍ୟ ମତଭେଦ ପ୍ରକାଶ କରାଯାଇପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
-
4.ଇଣ୍ଟରନେଟ୍ ବ୍ୟବହାର ଏବଂ ଏହାର ସେବା ପାଇବା ପ୍ରତ୍ୟେକ ନାଗରିକଙ୍କ ସମେତ ଶିଶୁମାନଙ୍କର ମଧ୍ୟ ଏକ ସାମ୍ବିଧାନିକ ମୌଳିକ ଅଧିକାର ବୋଲି ସୁପ୍ରେମେକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି। ଅନଲାଇନ୍ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସାମଗ୍ରୀ (ସିଏସ୍ଇଏଏମ୍)ର ଚିହ୍ନଟ ଏବଂ ସେଗୁଡ଼ିକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବା ପାଇଁ କୋର୍ଟ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।
-
5.ଅନେକ ଲୋକ ନିଜର ବ୍ୟକ୍ତିଗତ କଥାବାର୍ତ୍ତା ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି। ଏଥିରେ ଥିବା ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ୍ ବ୍ୟବସ୍ଥା ଯୋଗୁଁ ମେସେଜ୍ କେବଳ ପଠାଉଥିବା ଓ ପାଉଥିବା ବ୍ୟକ୍ତି ହିଁ ପଢ଼ିପାରନ୍ତି। କିନ୍ତୁ ଏବେ ମେଟାର ନୂଆ ଏଆଇ ସହାୟକ ‘ମ୍ୟୁଜ୍’କୁ ନେଇ ଗୋପନୀୟତା ସମ୍ପର୍କିତ ଚିନ୍ତା ବଢ଼ିଛି।
-
6.ସ୍ୱିଜରଲାଣ୍ଡର ନିଜସ୍ୱ ଭୂମିରେ ଗୋଟିଏ ବି ସୁନା ଖଣି ନାହିଁ, ସେହି ଦେଶ ହିଁ ବିଶ୍ୱର ସବୁଠାରୁ ଅଧିକ ସୁନା ରପ୍ତାନି କରେ ଏବଂ ଭାରତକୁ ସବୁଠାରୁ ଅଧିକ ସୁନା ଆମଦାନୀ କରୁଥିବା ମୁଖ୍ୟ ଦେଶ । ଭାରତ ପ୍ରାୟତଃ ଏହାର ମୋଟ ସୁନା ଆମଦାନୀର ଏକ ବଡ଼ ଭାଗ (ପ୍ରାୟ ୪୦%) ସ୍ୱିଜରଲାଣ୍ଡରୁ ହିଁ ମଗାଇଥାଏ।
-
7.ବିଶ୍ୱର ବୈଦ୍ୟୁତିକ କାର୍ ନିର୍ମାତା ଟେସଲାପୁଣି ଥରେ ନିଜର ଅଭିନବ ପ୍ରଯୁକ୍ତିକୁ ନେଇ ଚର୍ଚ୍ଚାକୁ ଆସିଛି। କମ୍ପାନିର ମୁଖ୍ୟ ଏଲନ୍ ମସ୍କ ନୂଆ ପିଢ଼ିର ରୋଡ୍ଷ୍ଟର୍ କାର୍ର ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି।
-
8.ଓଡ଼ିଶା ସମେତ ସାରା ଦେଶରେ ଜିଓର ୫ଜି ଓ ଫିକ୍ସଡ ଓୟାରଲେସ୍ ଆକ୍ସେସ୍ (ଏଫ୍ଡବ୍ଲ୍ୟୁଏ)ର ଅଭିବୃଦ୍ଧି ହେବ। କମ୍ପାନିର ୫ଜି ନେଟ୍ୱର୍କ ଦେଶର ୯୯% ଲୋକଙ୍କ ପାଖରେ ପହଞ୍ଚିଛି।
-
9.ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ କରିଛି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କର ନିଟ୍ ଲାଭ ୨୬.୭୭ ପ୍ରତିଶତ ବୃଦ୍ଧି ପାଇ ୭୮୬ କୋଟି ଟଙ୍କାରେ ପହଞ୍ଚିଛି।
-
10.ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ତାଙ୍କ ଗାଡ଼ି ଓ ଭୁବନେଶ୍ୱର ଘାଟିକିଆସ୍ଥିତ ଭଡ଼ା ଫ୍ଲାଟ୍ରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ।
-
11.ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ନିକଟସ୍ଥ ଇନ୍ଫୋଭ୍ୟାଲିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଡାଟା ସେଣ୍ଟର ଉଦ୍ଘାଟନ କରିବେ।
-
12.ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।
-
13.ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସବୃଦ୍ଧି ଜାରି ରହିଛି। ଏପରି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ରପ୍ତାନି ଉପରେ ଲାଗୁ ହେଉଥିବା ଟିକସକୁ ୫ ଗୁଣ ବୃଦ୍ଧି କରିଛନ୍ତି।
-
14.ଭିଜିଲାନ୍ସ ମାମଲାରେ ଦାଖଲ ହେଉଥିବା ଚାର୍ଜସିଟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ନାଁକୁ ‘ସାକ୍ଷୀ’ ତାଲିକାରୁ ବାଦ୍ ଦେବା ସହ କୋର୍ଟରେ ସେମାନଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।
-
15.ଦିଲ୍ଲୀ ହାଇକୋର୍ଟ ନିକଟରେ ପଥଚାରୀଙ୍କ ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ପ୍ରଶାସନ କରୁ ନଥିବାରୁ ସୁପ୍ରିମକୋର୍ଟ ଏପରି ଧାରଣା ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଗାମୀ ଶୁଣାଣି ପୂର୍ବରୁ ଯଦି ସମସ୍ୟାର ସମାଧାନ ହୋଇ ନଥିବ, ତା’ହେଲେ ବିଚାରପତିମାନେ କୋର୍ଟଙ୍କ ମୁଖ୍ୟ ଗେଟ୍ ନିକଟରେ ଧାରଣାରେ ବସିବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
