-
1.୨୦୨୩-୨୪ରେ ରାଜ୍ୟ ସରକାର ୪୬,୩୯୬.୫୦ କୋଟି ଟଙ୍କାର ଖଣିଜ ରାଜସ୍ଵ ଆଦାୟ କରିଥିଲେ। ୨୦୨୬-୨୭ରେ ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ୨୧,୫୮୬.୧୯ କୋଟି ଟଙ୍କାର ଖଣିଜ ରାଜସ୍ବ ଆଦାୟ କରାଯାଇଛି। ସମଗ୍ର ଆର୍ଥିକ ବର୍ଷରେ କେତେ ରାଜସ୍ବ ମିଳିବ ତାହା ଆକଳନ କରାଯାଇନଥିବା ମନ୍ତ୍ରୀ ଶ୍ରୀ ଜେନା ଜଣାଇଛନ୍ତି। ‘
-
2.ପୃଥିବୀଠାରୁ ପ୍ରାୟ ୬୩ ଆଲୋକବର୍ଷ ଦୂରରେ ଥିବା ବିଟା ପିକ୍ଟୋରିସ୍ ବି’ ନାମକ ଏକ ବିଶାଳ ଗ୍ୟାସୀୟ ଗ୍ରହକୁ ଦକ୍ଷିଣ ଆଫ୍ରିକାର ‘ମିରକ୍ୟାଟ୍’ ରେଡିଓ ଟେଲିସ୍କୋପ୍ ଆରେ ଦ୍ୱାରା ନିରୀକ୍ଷଣ କରାଯାଇଛି। ଏହି ଆବିଷ୍କାର ଫଳରେ ପ୍ରଥମଥର ପାଇଁ ସୌରଜଗତ ବାହାର ଏକ ଗ୍ରହର ଚୁମ୍ବକୀୟ କ୍ଷେତ୍ରର ଶକ୍ତି ସମ୍ପର୍କରେ ପ୍ରତ୍ୟକ୍ଷ ଆକଳନ କରିବାର ସୁଯୋଗ ମିଳିଛି।
-
3.ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ ଆଣ୍ଡ୍ର୍ୟୁଜ ବିମାନବନ୍ଦରରେ ପହଞ୍ଚି ଶି ଜିନପିଙ୍ଗଙ୍କୁ ସ୍ବାଗତ କରିଛନ୍ତି।
-
4.କ୍ଷୀରରୁ ପ୍ରସ୍ତୁତ ହୋଇ ନ ଥିବା ପନିର ବା ଆନାଲଗ ପନିରକୁ ନେଇ ଏବେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
-
5.ନିର୍ବାଚନ କମିସନରେ ଗତ ୧୦ ମାସ ଭିତରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଥିବା ୩ ସଦସ୍ୟ ବିଶିଷ୍ଟ କମିସନରେ ଅନେକ ନିଷ୍ପତ୍ତିକୁ ନେଇ ଦୁଇ କମିସନର ଲିଖିତ ଭାବେ ଆପତ୍ତି ଜଣାଇଥିଲେ।
-
6.ଗୋଆରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରୁ ୯୭ ଜଣ ଯୋଗ୍ୟ ଭୋଟରଙ୍କ ନାଁ ବାଦ ପଡ଼ିଥିବା ନେଇ ନିର୍ବାଚନ ଆୟୋଗକୁ ବିରୋଧୀ ଦଳଗୁଡ଼ିକ ଘେରିଛନ୍ତି।
-
7.ଗତ ୪ ବର୍ଷରେ ଦେଶର ୧୧୧ ଜଣ ବର୍ତ୍ତମାନର ସାଂସଦ ଓ ବିଧାୟକ ନିର୍ବାଚନ ଜିତିବା ପରେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍) ଓ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।
-
8.ମହୁଆ ସେପ୍ଟେମ୍ବର ୨୪ରେ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
-
9.୧ ଅକ୍ଟୋବର, ୨୦୨୬ ଠାରୁ, SBI ଏହାର ATM ଏବଂ ନଗଦ ଉଠାଣ ନିୟମରେ ବ୍ୟାଙ୍କ ଦରମା ପ୍ୟାକେଜ୍ ଆକାଉଣ୍ଟ ଏବଂ (ମୌଳିକ ସଞ୍ଚୟ ବ୍ୟାଙ୍କ ଜମା) ଆକାଉଣ୍ଟଧାରୀଙ୍କ ପାଇଁ ମାଗଣା କାରବାର ସୀମାକୁ ଅଧା ହ୍ରାସ କରାଯାଇଛି, ଅର୍ଥାତ୍ ପ୍ରତି ମାସରେ ୫ଟି କାରବାର। କରିଛି ଏବଂ ସୀମା ଅତିକ୍ରମ କରିବା ପାଇଁ ଚାର୍ଜ ସଂଶୋଧନ କରିଛି।
-
10.ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରିମାସୀରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି ।
-
11.ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ପରିବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି।
-
12.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ କାହାଠାରୁ ଏହା ଆଣିବ ନାହିଁ।
-
13.ସିଜେପିର ଦୀପକେ କହିଛନ୍ତି, ୪୮ ଘଣ୍ଟା ମଧ୍ୟରେ CEC ଇସ୍ତଫା ନଦେଲେ ‘ଜନ୍ତର ମନ୍ତର ପାର୍ଟ-୨’ ଭଳି ଆନ୍ଦୋଳନ କରାଯିବ । CJP ପ୍ରତିଷ୍ଠାତା ଜ୍ଞାନେଶ କୁମାରଙ୍କ ବିରୋଧରେ ତୀବ୍ର ଅଭିଯୋଗ ଆଣିଛନ୍ତି ।
-
14.ରାଜ୍ୟର ବୁଥ୍ ଲେବଲ୍ ଅଫିସର ଙ୍କ ପାଇଁ ଓଡିଶା ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ ବୁଥ୍ ଲେବଲ୍ ଅଫିସର ଙ୍କୁ ଏହି ସମ୍ମାନ ଭତ୍ତା ପ୍ରଦାନ କରାଯିବ, ଯେଉଁଥିରେ ପ୍ରତ୍ୟେକଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା ହୋଇଛି।
-
15.କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) କରାଯିବ।
-
16.ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି ରାଜ୍ୟରେ ମୋଟ ୫୨୯.୩୮ କୋଟି ଟଙ୍କା ଖର୍ଚ୍ଚ କରିଛି।
-
17.ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତା ୨ ଅକ୍ଟୋବରରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଦିନ ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ଆହୱାନ କରିଛନ୍ତି।
-
18.ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ଧମକ ଦେଇଛନ୍ତି।
-
19.୨୦୨୬ ଏସିଆନ୍ ଗେମ୍ସରେ ଭାରତ ଖାତାରେ ଯୋଡ଼ି ହୋଇଛି ୫ ପଦକ । ୨ଟି ପଦକ ଆଥଲେଟିକରୁ ଆସିଥିବା ବେଳେ ସୁଟିଂ, ରୋଇଂ ଏବଂ ଉସୁରୁ ଗୋଟିଏ ଲେଖାଏ ପଦକ ମିଳିଛି । ଫଳରେ ଗୋଟିଏ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୯ ବ୍ରୋଞ୍ଜ ପଦକ ସହ ଭାରତର ପଦକ ତାଲିକା ୧୭ରେ ପହଞ୍ଚିଛି ।
-
20.ମହାନଦୀ ନଦୀବନ୍ଧରମୃତସ୍ତରର ଜଳଧାରଣ କ୍ଷମତା ୧.୦୧ ମିଲିୟନ ଏକର ଫୁଟ ହ୍ରାସ ପାଇଥିବା ବେଳେ ଜୀବନ୍ତ ସ୍ତରର ଜଳଧାରଣ କ୍ଷମତା ୦.୮୧ ମିଲିୟନ ଏକର ଫୁଟ ହ୍ରାସ ପାଇଛି । ସର୍ବମୋଟ ଜଳଧାରଣ କ୍ଷମତା ୧.୮୨ ମିଲିୟନ ଏକର ଫୁଟ ହ୍ରାସପାଇଥିବାମୁଖ୍ୟମନ୍ତ୍ରୀଶ୍ରୀମାଝୀଲିଖିତଉତ୍ତରରେତଥ୍ୟ ବିଧାନ ସଭାରେ ରଖିଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
