-
1.କେନ୍ଦ୍ର ସରକାର ଶନିବାର ରାତିରେ ଜଷ୍ଟିସ୍ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି।
-
2.ଭାରତୀୟ ପରିବାରଗୁଡ଼ିକ କେବଳ ବ୍ୟାଙ୍କ ଜମା ଉପରେ ନିର୍ଭର ନ କରି ମ୍ୟୁଚୁଆଲ୍ ଫଣ୍ଡ, ସେୟାର ବଜାର, ପେନ୍ସନ୍ ଫଣ୍ଡ ଓ ଅନ୍ୟାନ୍ୟ ନିବେଶ ବିକଳ୍ପ ଆଡ଼କୁ ଢଳିଛନ୍ତି। ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡର ଏକ ରିପୋର୍ଟରେ ଏହି ପରିବର୍ତ୍ତନର ଚିତ୍ର ସାମ୍ନାକୁ ଆସିଛି।
-
3.ଚଳିତ ମାସ ୧୨ ତାରିଖରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକ ଆସନ୍ତା ଅକ୍ଟୋବର ୭କୁ ଘୁଞ୍ଚିପାରେ। ସେପ୍ଟେମ୍ବର ୧୨-୧୩ରେ ବ୍ରିକ୍ସ ଲିଡର୍ସ ସମ୍ମିଳନୀ ଅନୁଷ୍ଠିତ ହେବ।
-
4.ଖୋର୍ଦ୍ଧା କଟକ, ପୁରୀ ଓ ଜଗତସିଂପୁର -ଏହି ୪ଟି ଜିଲ୍ଲା ଏବଂ ଏହା ଅନ୍ତର୍ଭୁକ୍ତ ୧୯ଟି ସହରାଂଚଳକୁ ନେଇ ଗଠିତ ଏହି ଅର୍ଥନୈତିକ ଅଞ୍ଚଳକୁ ଏକ ସମାବେଶୀ, ବାସଯୋଗ୍ୟ ଓ ସ୍ଥାୟୀ ଅର୍ଥନୈତିକ ଅଞ୍ଚଳ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ଯୋଗେ ୪୦ ଲକ୍ଷରୁ ଅଧିକ ଅଣ-କୃଷି ନିଯୁକ୍ତି ଏବଂ ୪୦୦ ବିଲିୟନ୍ ଡଲାରରୁ ଅଧିକ କର୍ପୋରେଟ୍ ନିବେଶର ଲକ୍ଷ୍ୟ ରଖାଯାଇଛି ।
-
5.ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଖାତାଗୁଡିକ ମଧ୍ୟରୁ ପ୍ରତି ଚତୁର୍ଥ ଖାତା ଅଚଳ ରହିଛି। ଅର୍ଥାତ ସେହି ଖାତାରେ କୌଣସି କାରବାର ହେଉନାହିଁ। ପ୍ରାୟ ୫.୭୨ ଜନଧନ ଖାତାରେ କୌଣସି ଜମାରାଶି ନାହିଁ
-
6.ସାତ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରେ ୧୧ଟି ସଂସ୍ଥା ନିଜର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜାରି କରିବେ। ରେଣ୍ଟୋମୋଜୋ, କରମତାରା ଇଞ୍ଜିନିୟରିଂ ଓ କାନୋହର ଇଲେକ୍ଟ୍ରିକାଲ୍ସ ଭଳି ସଂସ୍ଥା ଆଇପିଓ ଜରିଆରେ ଷ୍ଟକ୍ ବଜାରରୁ ୭,୦୫୫ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।
-
7.ଚଳିତ ବର୍ଷ ଅଗଷ୍ଟରେ ବିକ୍ରି ହୋଇଥିବା ମୋଟ୍ କାର୍ ମଧ୍ୟରୁ ୪୨ ପ୍ରତିଶତ ହେଉଛି ସିଏନ୍ଜି, ହାଇବ୍ରିଡ୍ ଓ ଇଲେକ୍ଟ୍ରିକ ଯାନ (ଇଭି)।
-
8.ଆଫ୍ରିକୀୟ ଦେଶ ଡିଆର କଙ୍ଗୋର କିନସାସାଠାରେ ଆୟୋଜିତ ଏକ ଭବ୍ୟ ବାହାଘର ପାର୍ଟିରେ ଅଗ୍ନିକାଣ୍ଡ ଘଟି ୨୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
-
9.ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।
-
10.ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କରାଯାଇଥିବା ମାମଲାରେ ପୋଲିସ ଶିଶୁଙ୍କ ମା’ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଶିଶୁମାନେ ନିଜ ସମ୍ପର୍କରେ ବାଧା ବୋଲି ଭାବି ଏଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।
-
11.ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରିଦିଆଯାଇଛି।
-
12.ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି।
-
13.ଆମେରିକାର ଫ୍ଲୋରିଡାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ନିକଟରେ ଏକ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
14.ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରବିବାର ବିଷାକ୍ତ ମଦ ପିଇ ୧୦ ଜଣଙ୍କରମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
-
15.ପଞ୍ଜାବରେ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁରେ ପ୍ରଥମ ସନ୍ଦିଗ୍ଧ ମୃତ୍ୟୁ ଘଟିଛି। ଜଲନ୍ଧରର ୮୫ ବର୍ଷୀୟ ମୂଲ ରାଜ ଏଚ୧ଏନ୧ ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପ୍ରାଣ ହରାଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
