• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭିଏତନାମରେ ଅନୁଷ୍ଠିତ ୭୩ତମ ମିସ୍ ୱାର୍ଲ୍ଡ ଫାଇନାଲରେ  ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲ୍ ଡୋମିଙ୍ଗୁଏଜ୍ ବିଶ୍ବ ସୁନ୍ଦରୀ ୨୦୨୬ ଟାଇଟଲ୍ ଜିତିଛନ୍ତି।

  2. 2.ହଠାତ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶନିବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଭ୍‌ ଉପରେ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

  3. 3.ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର ଅନୁସନ୍ଧାନମୂଳକ ରିପୋର୍ଟ ଅନୁଯାୟୀ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ ଛୋଟ ରାଜନୈତିକ ଦଳ ବହୁତ ବଡ଼ ରାଶିର ଦାନ ପାଇଥିଲେ।

  4. 4.ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ‘କେଜିରୁ ପିଜି’ ଶିକ୍ଷାକୁ ସାର୍ୱଜନୀନ ନିଃଶୁଳ୍କ କରିଛି। ଏଥିସହ ଆସନ୍ତା ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। 

  5. 5.ଗ୍ରୀସ୍‌ର ଏଥେନ୍ସ ବାହାରେ ତାନାଗ୍ରା ଏୟାର ବେସ୍‌ରେ ଏକ ଏୟାର ସୋ’ ସମୟରେ ଏକ ଗ୍ରିକ୍ ଲଢ଼ୁଆ ବିମାନ F-4 ଫାଣ୍ଟମ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୁଇଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି।

  6. 6.ନେପାଳରେ ଆସିଥିବା ଭୟଙ୍କର ବନ୍ୟାର ୧୦ ଦିନ ପରେ ଶନିବାର ଉଦ୍ଧାରକାରୀ ଦଳ ଜଣେ ଚୀନ୍ ନାଗରିକ ଏବଂ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି।

  7. 7.ମଧ୍ୟପ୍ରଦେଶର ଜଣେ ୨୦ ବର୍ଷୀୟ ଯୁବକ ବିନା କୌଣସି ସରକାରୀ ସହାୟତାରେ ମାସ ମାସ ଧରି ଏକ ପ୍ରଦୂଷିତ ନଦୀକୁ ସଫା କରିବା ପ୍ରୟାସ ଡଚ୍ ସିଇଓ ବୋୟାନ ସ୍ଲାଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଲାଟ୍‌ ଯୁବକଙ୍କୁ ତାଙ୍କ ସଂଗଠନ, ‘ଦି ଓସେନ୍ କ୍ଲିନଅପ୍’ ସହିତ କାମ କରିବାକୁ ନିମନ୍ତ୍ରଣ କରିଛନ୍ତି।

  8. 8.ଭାରତୀୟ ଚା’ ଉଦ୍ୟୋଗକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ପାଇଁ ଭାରତୀୟ ଚା’ ବୋର୍ଡ୍‌, ଇସ୍ରୋର ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର୍‌ (ଏନ୍‌ଆର୍‌ଏସ୍‌ସି) ଓ ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏକାଠି ହୋଇଛନ୍ତି।

  9. 9.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସୀମିତ ସମ୍ବଳରେ ତାଙ୍କର ନବସୃଜନ ଏବଂ ଶିକ୍ଷାରେ ନିରନ୍ତର ବିକାଶ ଲକ୍ଷ୍ୟକୁ ସମନ୍ୱିତ କରିବା ପାଇଁ ସେ ଏହି ପୁରସ୍କାର ପାଇଛନ୍ତି।

  10. 10.ଆସନ୍ତା ବର୍ଷ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି।

  11. 11.ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

  12. 12.ଦେଶକୁ ଦୋହଲାଇ ଦେଇଥିବା ୨୦୧୩ ମସିହା ନକ୍ସଲ ହମଲାରେ ଆଜି ଆସିଛି ରାୟ। ଛତିଶଗଡ଼ର ବସ୍ତର ରିଜନର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦୀର୍ଘ ୧୩ ବର୍ଷ ପରେ ୧୦ ଜଣଙ୍କୁ ଏହି ହମଲା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

  13. 13.କାର୍‌ରେ ୩ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ତାଙ୍କ ନାଁ ଅନୁପମା ସାହୁ। ସେ କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗର ଏଷ୍ଟିମେଟର ଭାବେ କାର୍ଯ୍ୟ କରୁଛନ୍ତି।

  14. 14.ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଚଳୁ କରି ଦେଇଥିବା ଅଭିଯୋଗରେ ରିଅଲ୍ ଇଷ୍ଟେଟ୍ କମ୍ପାନୀ ମିଶ୍ର କ୍ରିଏସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁ (୪୯)ଙ୍କୁ ଶନିବାର ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। 

  15. 15.ପାକିସ୍ତାନର ବଲୁଚିସ୍ତାନରେ ଡବଲ ଆଟାକ। ବଲୁଚିସ୍ତାନ ମୁକ୍ତି ସେନା(ବିଏଲଏ)ର ଦୁଇଟି ପୃଥକ ହମଲାରେ ନିହତ  ହୋଇଛନ୍ତି ୨୫ ପାକିସ୍ତାନୀ ସୈନ୍ୟ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.