-
1.ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ନେବା ପାଇଁ କାଶ୍ମୀର ଯାତ୍ରା କରୁଛନ୍ତି।
-
2.ଭାରତର ଏପରି ଅନେକ ଜୀବନ୍ତ ସାଂସ୍କୃତିକ ସମ୍ପଦ ମଧ୍ୟରୁ ପ୍ରତିବର୍ଷ ମହାନଦୀ କୂଳରେ ଅନୁଷ୍ଠିତ ହେଉଥିବା ଐତିହାସିକ ବାଲିଯାତ୍ରା ଆଜି ଅନ୍ତର୍ଜାତୀୟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଏଥିପାଇଁ ବାଲିଯାତ୍ରା ୟୁନେସ୍କୋର ‘ଅନ୍ତର୍ଜାତୀୟ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ’ ଭାବରେ ଘୋଷଣା ପାଇଁ ଆଉ ଏକ ସୋପାନ ଅପେକ୍ଷାରେ।
-
3.ସେପ୍ଟେମ୍ବର ୫ ତଥା ଗୁରୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ ଓ ୨୦୨୫ ମସିହା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। ଏପରିକି ସ୍ଥାନ ଓ ସମୟ ସ୍ଥିର ହୋଇ ପୁରସ୍କାର ପାଇବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ହେଲେ ଗୁରୁ ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୩ରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
-
4.ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି କ୍ଷୀର କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳେ କାରଖାନାର ୟୁନିଟ୍-୨ ରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।
-
5.ଜମ୍ମୁ-କଶ୍ମୀର ଭ୍ରମଣରେ ଯାଇଥିବା ଗଞ୍ଜାମ ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଟାଟା କଲୋନୀର ବାସିନ୍ଦା ହିମାଂଶୁ ପ୍ରସାଦ ରାଓ।
-
6.ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ରାଜେନ୍ଦ୍ର ଦାୱାଡି ଜରୁରିକାଳୀନ ବେଲ ବଜାଇ ପାଣି ଆସିବା ପୂର୍ବରୁ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ନେପାଳର ନୁୱାକୋଟ ଜିଲ୍ଲାରେ ଥିବା ଏହି ସ୍କୁଲର ୧୬୦୦ ପିଲାଙ୍କ ଜୀବନ ମଧ୍ୟ ବଞ୍ଚି ଯାଇଛି।
-
7.ନେପାଳ ସରକାର ବିପର୍ଯ୍ୟୟର ୮ ଦିନ ପରେ ଭାରତ, ଚାଇନା ଓ ଆମେରିକାକୁ ଜଳ ପ୍ରଳୟର କ୍ଷତି ପୂରଣ ମାଗିଛନ୍ତି। ଏଥିସହ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ବା ବାଲେନ ଶାହ ମଧ୍ୟ ଜାତିସଂଘ ସାଧାରଣ ସଭା ଯାଇ ଜଳବାୟୁ କ୍ଷତିପୂରଣ ଦାବି ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି।
-
8.ଜଣେ ଜାତୀୟ ସ୍ତରର ମହିଳା ରେସଲର ନିଜର ୩ ପିଲାଙ୍କୁ ଧରି ସିଧା ୧୦୦ ଫୁଟ ତଳେ ଥିବା ଖାଇକୁ ଡେଇଁ ପଡ଼ିଛନ୍ତି।କ୍ରାନ୍ତି ଓ ବୀରାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କ୍ରାନ୍ତି ଆଖି ବୁଜିଛନ୍ତି। ଏବେ ବୀରାଙ୍କ ଚିକିତ୍ସା ଧାରାଶିବ ସରକାରୀ ହସ୍ପିଟାଲରେ ଚାଲିଛି।
-
9.ଓଲିଉଡ୍ର ଜଣେ ସଫଳ ତଥା ଚର୍ଚ୍ଚିତ ସଂଳାପକାର ଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ। ୧୯୮୪ରେ ମୁକ୍ତିଲାଭ କରିଥିବା ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ ବ୍ଲକ୍ବଷ୍ଟର ଛବି ‘ଦଣ୍ଡାବାଳୁଙ୍ଗା’ରୁ ସେ ସଂଳାପ ରଚନା ଆରମ୍ଭ କରିଥିଲେ।
-
10.11.ଦକ୍ଷିଣ ଭାରତୀୟ ସିନେମାର ପ୍ରଥମ ‘ଲେଡି ସୁପର୍ଷ୍ଟାର୍’ ଭାବେ ନୟନତାରାଙ୍କ ଯାତ୍ରା ବାସ୍ତବରେ ପ୍ରେରଣାଦାୟକ। ସିନେମା ଶିଳ୍ପରେ ସର୍ବାଧିକ ପାରିଶ୍ରମିକ ନେଉଥିବା ଏହି ଅଭିନେତ୍ରୀ ଜଣକ ଦିନେ ୨-୩ ହଜାର ଟଙ୍କାର ରୋଜଗାରରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଏବେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୫ରୁ ୧୦ କୋଟି ଟଙ୍କା ନେଉଛନ୍ତି
-
11. ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ କୁହାଯାଇଛି।
-
12.ସ୍ୱଦେଶୀ ଖେଳ ଖୋ ଖୋର ବିକାଶକୁ ଆହୁରି ମଜଭୁତ କରିଛି ଓଡ଼ିଶା ଏଏମ୍-ଏନ୍ଏସ୍ କନିଷ୍ଠ ଖୋଖୋ ଚାମ୍ପିଅନସିପ୍-୨୦୨୬। ପୁରୀରେ ଆୟୋଜିତ ତିନିଦିନିଆ ଜାତୀୟସ୍ତରୀୟ ପ୍ରତିଯୋଗିତା ଗତ ଅଗଷ୍ଟ ୩୧ରେ ଉଦ୍ଯାପିତ ହୋଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୨ଟି ଦଳର ୧୮୦ ଜଣ ଉଦୀୟମାନ ଖେଳାଳି ଭାଗ ନେଇଥିଲେ।
-
13.ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।
-
14.15.ଫୁକେଟ୍ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍ ୩୦୦ ଫୁଟ୍ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍ ଟେଷ୍ଟରୁ ଧରାପଡ଼ିବା ପରେ ପାଇଲଟ୍-ଇନ୍-କମାଣ୍ଡଙ୍କୁ ବହିଷ୍କାର କରାଯାଇଛି ।
-
15.ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ ରେଳ କର୍ମଚାରୀଙ୍କୁ ଆର୍ପିଏଫ୍ ପୋଲିସ ତାଙ୍କୁ ବାଡ଼େଇ ହାତ, ଗୋଡ଼ ଭାଙ୍ଗିଦେବା ସହ ଯୌନାଙ୍ଗ ଓ ଶରୀରର ବିଭିନ୍ନ ଅଙ୍ଗରେ ବିଦ୍ୟୁତ୍ ଶକ୍ ଦେଇଥିବା ଅଭିଯୋଗ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
