• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସେଥିପାଇଁ ଭକ୍ତଙ୍କ ପାଇଁ ସଂଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

  2. 2.ମୁଖ୍ୟ  ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଆର୍ଥକ ପ୍ରଦର୍ଶନର ସମୀକ୍ଷା ହୋଇଛି ।  ସେଖୋର୍ଦ୍ଧା ଜିଲ୍ଲାର ଭିତ୍ତିଭୂମି ଓ ଶିଳ୍ପାୟନର କାୟାକଳ୍ପ ପାଇଁ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଉପସ୍ଥାପନ ହୋଇଥିବା ଜଣାପଡ଼ିଛି।

  3. 3.ପ୍ଟେମ୍ବର ୪ ତାରିଖ ଭୋର ୩:୧୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜିଏସଏଲଭି-ଏଫ୧୭ ରକେଟ୍ ମାଧ୍ୟମରେ 'ଇଓଏସ-୦୫' ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତକ୍ଷେପଣ କରିଛି। 

  4. 4.ତାମିଲନାଡୁର କୋଏମ୍ବାଟୋର ସହର ନିକଟସ୍ଥ ଥୁଡିୟାଲୁର ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ୧୭ ବର୍ଷୀୟ ନାବାଳକକୁ ବୁଲା କୁକୁରମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଘଉଡ଼ାଇ ଦେଇଛନ୍ତି ।

  5. 5.ପ୍ରଳୟଙ୍କରୀ ବନ୍ୟା ନେପାଳରେ ବ୍ୟାପକ ଧନଜୀବନ ହାନି କରିଛି। ଏହି ବିପର୍ଯ୍ୟୟରେ ଶୁକ୍ରବାର ସୁଦ୍ଧା ମୃତ୍ୟୁସଂଖ୍ୟା ୧,୨୮୨ରେ ପହଞ୍ଚିଥିବା ବେଳେ ୪,୭୦୦ରୁ ଉଦ୍ଧ୍ୱର୍ ଲୋକ ଏବେ ବି ନିଖୋଜ ଅଛନ୍ତି। ବିଶେଷ କରି ମଧ୍ୟ ନେପାଳର ରସୁୱା ଓ ନୁୱାକୋଟ୍ ଜିଲ୍ଲାରୁ ପ୍ରାୟ ୬୦୦ ଶିଶୁଙ୍କର କୌଣସି ପତ୍ତା ମିଳୁନାହିଁ।

  6. 6.ଉତ୍ତରାଞ୍ଚଳ ରାଜସ୍ୱ କମିସନର (ଆର୍‌ଡିସି) ସଂଗ୍ରାମ କେଶରୀ ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୬ ଜୁନ ୩୦ରେ ଶେଷ ହୋଇଥିବା ତ୍ରୈମାସିକ ସମୀକ୍ଷାରେ ଉତ୍ତରାଞ୍ଚଳରେ ମୋଟ ୯୯୮ଟି ବେ-ବନ୍ଦୋବସ୍ତ ମାମଲା ଫଇସଲା ଅପେକ୍ଷାରେ ରହିଥିବା ଜଣାପଡ଼ିଛି। ଏହି ମାମଲାଗୁଡ଼ିକ ସହ ୬,୪୭୮.୦୪୯ ଏକର ଜମିର ଭବିଷ୍ୟତ ଝୁଲିରହିଛି।

  7. 7. ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଅଡ଼ୁଆ ଦେଖାଦେଇଛି। ପ୍ରତି ବିଦ୍ୟାଳୟ ନିମନ୍ତେ ଅତିକମ୍‌ରେ ୫ ଏକର ପରିମିତ ଜମିର ଆବଶ୍ୟକତା ରହିଛି। ହେଲେ ଆବଶ୍ୟକ ଜମି ମିଳିପାରୁ ନ ଥିବାରୁ ଧାର୍ଯ୍ୟ ସମୟରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ପ୍ରକାଶ ପାଇଛି। 

  8. 8. ରାଜ୍ୟର ସବୁଜ ଅର୍ଥନୀତି କ୍ଷେତ୍ରରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ସବୁଜ ନିଯୁକ୍ତି ଓ ଦକ୍ଷତା ବିକାଶ ଅଭିଯାନ’ ଆରମ୍ଭ କରିବାକୁ ଆଇଫେଷ୍ଟ(ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନଭାଇରନମେଣ୍ଟ, ସଷ୍ଟେନବିଲିଟି ଆଣ୍ଡ୍ ଟେକ୍ନୋଲୋଜି) ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି।

  9. 9.ରାଜ୍ୟରେ ଶିଳ୍ପ ନିବେଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଇଡ୍‌କୋ ପକ୍ଷରୁ ୩୭ଟି ପ୍ରକଳ୍ପକୁ ଜମି ଦେବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଇଡ୍‌କୋର ଜମି ବଣ୍ଟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  10. 10ଜାତୀୟ ରାଜପଥ (ଏନଏଚ)ରେ ଜବରଦଖଲ ଓ ରାସ୍ତା କଡ଼ରେ ବେଆଇନ ଭାବେ ଛିଡ଼ା ହୋଇଥିବା ଗାଡ଼ି ବଡ଼ ସମସ୍ୟା ସୃଷ୍ଟି କରୁଛି। ଏହା ହିଁ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଟୋଲ ପ୍ଲାଜାରେ କ୍ୟାମେରା ଲଗାଇ କାହିଁକି ପର୍ଯ୍ୟବେକ୍ଷଣ କରୁନାହାନ୍ତି?

  11. 11. ସମୁଦ୍ରର କ୍ଷାରିଆ ପାଣିରେ ହେଉଛି ଚାଷ। ବାଉଁଶ ଭେଳା ସାହାଯ୍ୟରେ ଲହଡ଼ି ଭିତରେ ବଢ଼ୁଛି ବିଶେଷପ୍ରକାରର ‘ସାମୁଦ୍ରିକ ଶୈବାଳ’। ଏହି ଶୈବାଳ ଅନେକ ମହିଳାକୁ ସ୍ୱାବଲମ୍ବୀ କରିପାରିଛି। କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାନ (ସିଏମ୍ଏଫ୍ଆରଆଇ)ର ଏହି ଜ୍ଞାନକୌଶଳ ଉପକୂଳ ଗ୍ରାମର ଲୋକଙ୍କୁ ମାତ୍ର ୪୫ ଦିନରେ କମ୍ ପରିଶ୍ରମରେ ଏକ ନିଶ୍ଚିତ ରୋଜଗାର ଦେଉଛି।

  12. 12.ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିର ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସହାୟତା ରାଶି ପଠାଯାଇଛି

  13. 13.ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି 

  14. 14.ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ ରାଘବ ଚଢା ଏନେଇ ସୂଚନା ଦେଇଛନ୍ତି।

  15. 15.ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ, ୨୦୨୫ ସିଲେକ୍ଟ ଲିଷ୍ଟ (Select List of 2025) ଆଧାରରେ ଏହି OAS ଅଫିସରମାନଙ୍କୁ IAS ପଦୋନ୍ନତି ସହ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି।ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.