• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସେପ୍ଟେମ୍ବର ୪ ତାରିଖରେ ଏହାର ଜିଏସ୍‌ଏଲଭି-ଏଫ୍ ୧୭ରକେଟ୍ ମାଧ୍ୟମରେ ଇଓଏସ୍‌-୦୫ ନାମକ ଭାରତର ପ୍ରଥମ ଜିଓଷ୍ଟେସନାରୀ ଇମେଜିଂ ସାଟେଲାଇଟକୁ ଉତ୍‌କ୍ଷେପଣ କରିବ।

  2. 2.ଆସନ୍ତା ୨୦୨୭ ମସିହା ଫ୍ରେବୃୟାରୀ ୧୪ରୁ ୨୮ ଯାଏ ଭାରତରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଆଇସିସି ବିଶ୍ୱ ମହିଳା କ୍ରିକେଟ ଚାମ୍ପିଅନ୍‌ସିପ । ଏହି ଟୁର୍ଣ୍ଣାମେଂଟରେ ୬ଟି ଟିମ୍ ଅଂଶଗ୍ରହଣ କରିବେ । ମୁମ୍ବାଇ ଏବଂ ଭଦୋଦରାଠାରେ ମ୍ୟାଚ୍‌ଗୁଡିକ ଅନୁଷ୍ଠିତ ହେବ । 

  3. 3.ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି।

  4. 4.କେନ୍ଦ୍ର ସରକାର ଏବେ ପେଟ୍ରୋଲ ରପ୍ତାନିରେ ଲିଟର ପିଛା ଅଧିକ ୧.୫ ଟଙ୍କା ୱିଣ୍ଡଫଲ୍ ଟ୍ୟାକ୍ସ (ଆକସ୍ମିକ ଲାଭ ଉପରେ ଟିକସ) ଲଗାଇଛନ୍ତି। ପୂର୍ବରୁ ଏହା ଉପରୁ କୌଣସି ଟିକସ ଆଦାୟ କରାଯାଉ ନ ଥିଲା। ସେହିପରି ଡିଜେଲ ରପ୍ତାନି ଉପରେ ଲିଟର ପ୍ରତି ଟିକସ ଏକ ଟଙ୍କା ବୃଦ୍ଧି କରାଯାଇଛି।

  5. 5.ଦିଲ୍ଲୀ ଚଳିତ ବର୍ଷ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରିଛି। ଦିଲ୍ଲୀ ପୌର ନିଗମ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଦିଲ୍ଲୀରେ ୯୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି।

  6. 6.ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP ଅଭିବୃଦ୍ଧି ହାର ୭.୮%ରେ ପହଞ୍ଚିଛି।

  7. 7.ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।

  8. 8.ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି।

  9. 9.ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ମିଳିଛି।

  10. 10.ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ୪ ସେପ୍ଟେମ୍ୱର ୨୦୨୬ ବିଳମ୍ୱିତ ରାତି ରାତି ୧୨:୧୫ AM ରୁ ୧:୦୦ AM ପର୍ଯ୍ୟନ୍ତ ୟୁପିଆଇ ସେବା ଅସ୍ଥାୟୀ ଭାବରେ ବନ୍ଦ ରହିବ। ଅର୍ଥାତ୍ ମୋଟ ୪୫ ମିନିଟ ପର୍ଯ୍ୟନ୍ତ ଏସବିଆଇ ଗ୍ରାହକମାନେ ଗୁଗଲ ପେ, ଫୋନପେ, ପେଟିଏମ କିମ୍ୱା ଭୀମ ଆପ ମାଧ୍ୟମରେ ନିଜ ଏସବିଆଇ ଆକାଉଣ୍ଟରୁ ସାଧାରଣ ୟୁପିଆଇ ପେମେଣ୍ଟ କରିପାରିବେ ନାହିଁ।

  11. 11.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮% ହୋଇଛି। ପେପର-୧ରେ ପାସ୍‌ ହାର ୬୮.୨୮% ଓ ପେପର-୨ରେ ପାସ୍‌ ହାର ୬୦.୬୮% ହୋଇଛି।

  12. 12. ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’। ଏମାନଙ୍କୁ ମନୋନୟନ କରି ନାମ ତାଲିକା ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାସ୍ତରୀୟ ଡିଗ୍ରୀ ନୋଡାଲ କଲେଜ ଅଧ୍ୟକ୍ଷ ଓ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

  13. 13. ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି।

  14. 14.ମାର୍କେଟରେ କ୍ରମାଗତ ଷଷ୍ଠ ଦିନ ପାଇଁ ସୁନା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। ଦିଲ୍ଲୀ ବଜାରରେ ୯୯.୯ ପ୍ରତିଶତ ବିଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପ୍ରତି ୨,୧୦୦ ଟଙ୍କା ହ୍ରାସ ପାଇ ୧,୫୬,୧୦୦ ଟଙ୍କା ସ୍ତରକୁ ଚାଲିଆସିଛି।

  15. 15.ବାରମ୍ବାର ଲଘୁଚାପ ସହ ମୌସୁମୀ ପ୍ରଭାବରେ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ତେବେ ଜୁନ୍‌ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ହାରାହାରି ସ୍ବାଭାବିକ ବର୍ଷା ୯୩୧.୯ ମି.ମି.ଠାରୁ ୨୬% ଅଧିକ ବର୍ଷା ରେକର୍ଡ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.