- 1.ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
2.ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ ୨୪% ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି କହିଛନ୍ତି।
-
3.ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।
-
4.‘ଆବଶ୍ୟକ ନ ଥିଲେ ସୁନା କିଣନା । ବିଦେଶ ଯାଇ ବାହାଘର ଭୋଜିଭାତ ଆୟୋଜନ କରି ଅଧିକ ଖର୍ଚ୍ଚ କରନା । ବିଦେଶ ଭ୍ରମଣରେ ନ ଯାଇ ଦେଶରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲ । ସ୍ୱଦେଶୀ ସାମଗ୍ରୀ କିଣି ଦେଶର ଅର୍ଥନୀତିକୁ ମଜବୁତ୍ କର ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଦୋହରାଇଛନ୍ତି ।
-
5.ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ କାମରେ ମଣିଷକୁ ପଛରେ ପକାଇ ଦେବ।
-
6.ଜାତୀୟ ପବନ ଶକ୍ତି ଅନୁଷ୍ଠାନ ଆକଳନ ଅନୁସାରେ ଓଡ଼ିଶାରେ ୧୨ ହଜାର ମେଗାୱାଟ୍ରୁ ଅଧିକ ପବନ ଶକ୍ତି ଉତ୍ପାଦନର ସମ୍ଭାବନା ରହିଛି।
-
7.ଅଗଷ୍ଟ ମାସରେ ଦେଶରେ ୧,୯୯,୮୫୩ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ଆଦାୟ ହୋଇଥିବା ୧.୭୪ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ତୁଳନାରେ ଏହା ୧୪.୮ ପ୍ରତିଶତ ଅଧିକ ।
-
8.ଖୋର୍ଦ୍ଧାର ରାମେଶ୍ବରରୁ ଜଗତସିଂହପୁରର ପାରାଦୀପ ପର୍ଯ୍ୟନ୍ତ ୧୬୦ କିମି ବିଶିଷ୍ଟ ଉପକୂଳ ରାଜପଥ ପ୍ରକଳ୍ପକୁ ବିଡର୍ଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ (ପ୍ୟାକେଜ୍-୧) ୪-ଲେନ୍ର ୭୯.୪ କିଲୋମିଟର ବିଶିଷ୍ଟ ପ୍ରକଳ୍ପ ପାଇଁ ୧୦ଟି ବିଡ୍ ଆସିଛି।
-
9. ଆସନ୍ତା ୧୫ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଅଗଷ୍ଟ ପହିଲାରୁ ଏହି ସୀମା ୪ ହଜାର କ୍ବିଣ୍ଟାଲ ରହିଛି। ସରକାର ଆଜି କରିଥିବା ନୂଆ ନିୟମ ଅନୁଯାୟୀ, ଡିଲରମାନେ ୩୦ ଦିନରୁ ଅଧିକ ଦିନ ପାଇଁ ଷ୍ଟକ୍ ରଖିପାରିବେ ନାହିଁ।
-
10.ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ମିଳିଛି।
-
11.ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି। ପତନ ବୃଦ୍ଧି ହେବା କାରଣରୁ କୋଲକାତା ଏବଂ ମୁମ୍ୱାଇରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇପାରନ୍ତି।
-
12.ନେପାଳରୁ ଏପର୍ଯ୍ୟନ୍ତ ୧୬୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ମଙ୍ଗଳବାର ଚୀ ନ୍ରୁ ୧୫୧ ଜଣ ଭାରତୀୟ ଫେରିଛନ୍ତି।
-
13.ଇସ୍ରାଏଲୀ ସେନା ମଙ୍ଗଳବାର ଦିନ ହମାସର ଆଭ୍ୟନ୍ତରୀଣ ସୁରକ୍ଷା ମୁଖ୍ୟ ଆରବିଦ ମୁଇନ୍ଙ୍କୁ ଗିରଫ କରିଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହା ଘୋଷଣା କରିଛନ୍ତି।
-
14.କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ସଭାପତି ଚିରାଗ ପାଶୱାନଙ୍କୁ ହତ୍ୟା ଧମକ ମିଳିଛି ।
-
15.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବ୍ରିଷ୍ଟି ମୁଖାର୍ଜୀ(୨୮) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି ।ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ଏହି ବରଖାସ୍ତ ତାଲିକାର ୬୦୮ ନମ୍ବର ସ୍ଥାନରେ ବ୍ରିଷ୍ଟିଙ୍କ ନାଁ ଥିଲା ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
