-
1.ସରକାରୀ ତେଲ ମାର୍କେଟିଂ କମ୍ପାନୀ IOC, HPCL, ଏବଂ BPCL ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ସିଲିଣ୍ଡର ମୂଲ୍ୟରେ ଦିଲ୍ଲୀ ସମେତ ସାରା ଦେଶରେ ୯ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।
-
2.କେନ୍ଦ୍ରାପଡ଼ାରେ ନିର୍ମାଣ ହେବାକୁ ଥିବା ଜାହାଜ ନିର୍ମାଣ କ୍ଲଷ୍ଟର୍ ପ୍ରକଳ୍ପକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ମଞ୍ଜୁର କରିଛି। ଏଥିରେ ୨୪,୭୦୦ କୋଟି ଟଙ୍କା ନିବେଶ ହେବ।
-
3. ମୌସୁମୀ ସମୟ(ଜୁନ୍ ୧ରୁ ସେପ୍ଟେମ୍ବର ୩୦) ପୂରଣ ହେବାର ଗୋଟିଏ ମାସ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହୋଇସାରିଛି। ଜୁନ୍ ମାସରେ ୪୭% ନିଅଣ୍ଟିଆ ବର୍ଷା ହେବା ସତ୍ତ୍ବେ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିଛି।
-
4.ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ ହେବ ।
-
5.ଓଡ଼ିଶା କ୍ୟାଡର୍ର ବରିଷ୍ଠ ଆଇପିଏସ୍ ଅଫିସର, କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କର ପରଲୋକ ଘଟିଛି।
-
6.୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ ଗୋଟିଏ ଅଳଙ୍କାର ତାଲିକାଭୁକ୍ତ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଗିଥିଲା।
-
7.ଓଡ଼ିଶା ୧୦୦ ବର୍ଷ ପୂରଣ କରିବା ସମୟରେ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୫-୧୭%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
-
8.ଜୋମାଟୋ ପକ୍ଷରୁ କୃତ୍ରିମ ଓ ନକଲି ଉପାଦାନରେ ପ୍ରସ୍ତୁତ ଭୋଜନକୁ ନିଷିଦ୍ଧକରାଯାଇଛି। ସେଭଳି ଉପାଦାନ ବ୍ୟବହାର କରୁଥିବା ରେସ୍ତୋରାଁଗୁଡ଼ିକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।
-
9.ଭାରତୀୟ ଅର୍ଥନୀତି ଉତ୍ସାହଜନକ ପ୍ରଦର୍ଶନ ସହ ଚଳିତ ଆର୍ଥିକ ବର୍ଷକୁ ଆରମ୍ଭ କରିଛି। ୨୦୨୬-୨୭ର ପ୍ରଥମ ତ୍ରୟମାସରେ ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ବାସ୍ତବ ଅଭିବୃଦ୍ଧି ୭.୮ ପ୍ରତିଶତ ହୋଇଛି।
-
10.ନବଗଠିତ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତ୍ୟେକ ଏନ୍ଏସି ପାଇଁ ୨୦ କୋଟି ଟଙ୍କା ଲେଖାଏ ଯୋଗାଇ ଦିଆଯିବ।
-
11.ରାଜ୍ୟର ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜଗୁଡ଼ିକରେ ନାମଲେଖା (ଆଡ୍ମିଶନ) ବେଳେ ଏବଂ ଆଡ୍ମିଶନର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଏହି ବର୍ଗର ଛାତ୍ରୀଛାତ୍ରଙ୍କୁ ଟ୍ୟୁଶନ ଫି’ କିମ୍ବା ଅନ୍ୟ କୌଣସି ଦେୟ ଜମା କରିବାକୁ ପଡ଼ିବ ନାହିଁ।
-
12.ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ବିବୃତିରେ କହିଛନ୍ତି ଯେ, ଅଗଷ୍ଟ ମାସରେ ଦେଶର ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ହାରାହାରି ତାପମାତ୍ରା ୨୭.୩୪ ଡିଗ୍ରୀଠାରୁ ଯଥେଷ୍ଟ ଅଧିକ।
-
13.ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି।
-
14.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ ଭାରତୀୟ ସେନାରୁ ଅବସର ନେଇଛନ୍ତି।
-
15.୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍ଏସି ପୁରସ୍କୃତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଟ୍ରଫି ସହ ୨ କୋଟି ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
