• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
  2. 2.ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ କୋମିକ୍ ଗାଁକୁ ଭାରତର ସବୁଠାରୁ ଉଚ୍ଚ ବସବାସଯୋଗ୍ୟ ଗାଁ ବୋଲି କୁହାଯାଏ। ଅଧା ଅକ୍ସିଜେନ୍, ହାଡ଼ଥରା ଶୀତ, ଗୋବରରେ ଜଳୁଥିବା ଚୁଲି ଏବଂ ମଙ୍ଗଳ ଗ୍ରହ ଭଳି ଦୃଶ୍ୟ... ଏସବୁ ମିଶି କୋମିକ୍‌କୁ କରିଛି ଭାରତର ସବୁଠାରୁ ଅନନ୍ୟ ଗାଁ। ପ୍ରକୃତିର କଠିନ ପରୀକ୍ଷା ମଧ୍ୟରେ ମଧ୍ୟ ଏଠାର ଲୋକେ ହସିହସି ଜୀବନ ଜିଉଁଛନ୍ତି।

  3. 3.ଆମେରିକାର କାଲିଫର୍ନିଆରେ ଦୁଇଜଣ ଭାରତୀୟ ମହିଳାଙ୍କୁ ହତ୍ୟା କରାଯାଇଛି। ସେମାନଙ୍କର ମୂଳ ଘର କେରଳ। ସମ୍ପର୍କୀୟଙ୍କ ଅନୁଯାୟୀ ଅନ୍ୟ ଜଣେ ମାଲାୟଲୀ ମହିଳା, ଯିଏ ସେମାନଙ୍କର ବନ୍ଧୁ ଥିଲେ ଏବଂ ସମାନ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିଲେ। 

  4. 4.ଇରାନର ରିଭୋଲ୍ୟୁସନରୀ ଗାର୍ଡ କହିଛି ଯେ ଏହା ଲାରାକ ଦ୍ୱୀପରେ ଆମେରିକା-ଇସ୍ରାଏଲ ଆକ୍ରମଣର ଜବାବରେ ଜୋର୍ଡାନରେ ଦୁଇଟି ଆମେରିକୀୟ ବାୟୁସେନା ଘାଟି ଉପରେ ଏକ ମିଳିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି।

  5. 5.ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ ଦୁଇଟି ରକେଟ ଲଞ୍ଚରକୁ ଟାର୍ଗେଟ କରିଥିଲା।

  6. 6.ମୋହନ ଭାଗବତ ଶନିବାର ନ୍ୟୁୟର୍କରେ ଉଦ୍‌ବୋଧନ ଦେଇ ବିବିଧତା ମଧ୍ୟରେ ଏକତା ଭାରତର ଡିଏନ୍‌ଏରେ ରହିଥିବା କହିଥିଲେ। ଯଦି କୌଣସି ହିନ୍ଦୁ ଭାବୁଥାନ୍ତି ଯେ ଭାରତରେ ମୁସଲମାନ ରହିବା ଉଚିତ ନୁହେଁ।

  7. 7.ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ ବନ୍ଦର ଅଭିମୁଖେ ବାହାରିଥିବା ଏକ ଯାତ୍ରୀବାହୀ ଡଙ୍ଗା ଉପକୂଳରୁ ପ୍ରାୟ ୪ ମାଇଲ ଦୂରରେ ହଠାତ୍‌ ପାଣି ପଶି ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ମୋଟ ୨୬୭ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। 

  8. 8.ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କର ରାଜନୈତିକ ଆକାଂକ୍ଷା ରହିଛି ।

  9. 9.ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି।

  10. 10.ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି। ଉତ୍ତର ପ୍ରଦେଶ ସୀତାପୁର ଜିଲାର ମୂଳ ବାସିନ୍ଦା ତଥା ୨୪ ବର୍ଷ ବୟସରେ ଲକ୍ଷ୍ନୌରେ ବିବାହ କରିଥିବା ଶିବାନୀ ଏବେ ନିଜ ପରିବାର ସହ ମୁମ୍ବାଇରେ ରହୁଛନ୍ତି। ଚଳିତବର୍ଷ ସ୍ବାଧୀନତା ଦିବସ ଅବସରରେ ସେ ରୁଷିଆସ୍ଥିତ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ‘ମାଉଣ୍ଟ ଏଲବ୍ରୁସ୍‌’ ଚୂଡ଼ାରେ ତ୍ରିରଙ୍ଗା ଉଡ଼ାଇ ଦେଶ ପାଇଁ ଗୌରବ ଆଣିଛନ୍ତି।

  11.  11.ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି।ସେତେବେଳେ ତାଙ୍କ ୩ ମହଲା ସ୍କୁଲ ବିଲ୍ଡିଂରେ ୧,୬୪୩ ଛାତ୍ରୀଛାତ୍ର ଥିଲେ। ପିଲାମାନଙ୍କ ସୁରକ୍ଷା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା। ରାଜେନ୍ଦ୍ର ତୁରନ୍ତ ସ୍କୁଲ ଘଣ୍ଟି ବଜାଇ ଶିକ୍ଷକମାନଙ୍କୁ ଶ୍ରେଣୀଗୃହଗୁଡ଼ିକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  12. 12.ପରିସଂଖ୍ୟାନ ଦର୍ଶାଉଛି ଯେ ଚଳିତ ବର୍ଷ ଜାନୁଆରୀ ଏବଂ ଜୁନ ମଧ୍ୟରେ, ୟୁକ୍ରେନରେ 38% ବିବାହ ଅନଲାଇନରେ ପଞ୍ଜିକୃତ ହୋଇଥିଲା।

  13. 13.ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଏନ୍‌ଏମ୍‌ସି ଦ୍ୱାରା ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏଶନ ଯୋଗ୍ୟତା ହାସଲ କରିଥିବା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କୁ ପ୍ରତିମାସ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ପ୍ରଦାନ କରାଯିବ।

  14. 14.NC-JCM ଷ୍ଟାଫ ସାଇଡର ଜେନେରାଲ ସେକ୍ରେଟାରୀ ଶିବ ଗୋପାଳ ମିଶ୍ର ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପେନ୍ସନ ବନ୍ଦ ହେବା କିମ୍ୱା କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ ସଂଶୋଧନରୁ ବାଦ ଦିଆଯିବା କଥା ସମ୍ପୂର୍ଣ୍ଣ ଆଧାରହୀନ।

  15. 15.ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା ଆୟୋଜକ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏହି ସଫଳତା ପାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.