-
1.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିବ ବୋଲି ସେ କହିଛନ୍ତି।
-
2.ବାଂଲାଦେଶ ବିପକ୍ଷ ଘରୋଇ ୨-ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆର ୧୩-ଜଣିଆ ଦଳ ଘୋଷଣା କରାଯାଇଛି।
-
3.ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା ଦିଆଯାଇଛି । ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି (VBA) ପକ୍ଷରୁ ଗୁରୁବାର ଦିନ 'ମହାରାଷ୍ଟ୍ର ବନ୍ଦ' ପାଇଁ ଆହ୍ୱାନ ଦିଆଯାଇଛି।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ନୀତି ବଜାୟ ରଖି ଜେନେରିକ୍ ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିବ ବୋଲି କହିଛନ୍ତି।
-
5.ଇରାନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି।
-
6.ବହୁ ପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ସ୍ବାକ୍ଷରିତ ହେବ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।
-
7.ଗତ ୧୦ ବର୍ଷ ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍ ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ କାହାରିକୁ ଦଣ୍ଡିତ କରାଯାଇନାହିଁ।
-
8.ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ନିଟ୍ ପେପର୍ ଲିକ୍ ବିରୋଧରେ ଜାରି ରଖିଥିବା ଆମରଣ ଅନଶନ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି। ୱାଙ୍ଗଚୁକ୍ କହିଛନ୍ତି, ସିଜେପି ଆନ୍ଦୋଳନରେ ସାମିଲ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେବାପରେ ସେ ତାଙ୍କ ଅନଶନ ଶେଷ କରିବେ।
-
9.ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଦୁଇଟି ମାଛଧରା ବନ୍ଦର ଓ ଚାରିଟି ରୋ-ପାକ୍ସ ଜେଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୪୯.୯୪ କୋଟି ଟଙ୍କା ନିବେଶରେ ତିଆରି କରାଯାଉଥିବା ଏହି ପ୍ରକଳ୍ପର ପ୍ରାୟ ୯୫ ପ୍ରତିଶତ କାମ ଶେଷ ହୋଇଗଲାଣି।
-
10.ଅନ୍ନା ହଜାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଛାତ୍ର ଆନ୍ଦୋଳନ, ପ୍ରଶ୍ନପତ୍ର ଲିକ୍, ବେରୋଜଗାରୀ ଏବଂ ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ବିଳମ୍ବ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜନଆନ୍ଦୋଳନଗୁଡ଼ିକର ଜବାବ ଦମନ ଦ୍ୱାରା ଦିଆଯିବା ଉଚିତ ନୁହେଁ, ବରଂ ସଂଳାପ ମାଧ୍ୟମରେ ସମାଧାନ ଖୋଜାଯିବା ଦରକାର।
-
11.ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।
-
12.ସିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀପୁଲିସର କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଜାରି ହୋଇଥିବା ଜରୁରୀ ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ।
-
13.ବୁଧବାର ମାଲକାନଗିରି ବିମାନବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି।
-
14.ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ କରିଛନ୍ତି।
-
15.ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
