• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ୱାଙ୍ଗଚୁକଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ମେଦାନ୍ତ ହସ୍ପିଟାଲ ଯାଇଥିଲେ। ସୂତ୍ର ଅନୁଯାୟୀ, ଉଭୟ ମନ୍ତ୍ରୀ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ସଂଗ୍ରହ କରିଥିଲେ।

  2. 2.ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି । କିନ୍ତୁ ସରକାର ଏସବୁ ମିଛ ଏବଂ ଗୁଜବ ବୋଲି ଆଶ୍ୱାସନା ଦେଉଛନ୍ତି 

  3. 3.ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା ନେଇ ଘୋଷଣା କରାଯାଇଛି ।

  4. 4.କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡା ଆହତମାନଙ୍କୁ ଭେଟିବାକୁ ମଙ୍ଗଳବାର ଦିଲ୍ଲୀର ଆରଏମଏଲ ହସ୍ପିଟାଲକୁ ଯାଇଥିଲେ।

  5. 5.କର୍ନାଟକର ମହୀଶୁର ଜିଲାରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ସହ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। 

  6. 6.ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି ୪୦୦ରୁ ଅଧିକ ଦୂରଗାମୀ ଡ୍ରୋନ୍‌ ମାଡ଼ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି।

  7. 7.ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା ଫଳରେ ସହରରେ ୧୫ ଏମଏଲଡି କ୍ଷମତା ବିଶିଷ୍ଟ ନର୍ଦ୍ଦମା ଜଳ ବିଶୋଧନାଗାର ଅର୍ଥାତ୍ ଏସଟିପି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଶାସନିକ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ୧୭୮ କୋଟି ୫୦ ଲକ୍ଷ ୭୯ ହଜାର ୭୯ ଟଙ୍କା ରହିଛି।

  8. 8.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ସରକାରୀ, ଶିକ୍ଷାନୁଷ୍ଠାନ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

  9. 9.ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର (ଡୋର ଟୁ ଡୋର) ସର୍ଭେ କରାଯିବ। ଏହି ସର୍ଭେ ଆଧାରରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହେବ।ଭୋଟର ତାଲିକା ପ୍ରସ୍ତୁତି ପାଇଁ   ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯିବ।

  10. 10.ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of Education)’ର ନାମ ପରିବର୍ତ୍ତନ କରି ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ(Regional Directorate of School Education)’ ଭାବେ ନାମକରଣ କରିଛନ୍ତି।

  11. 11.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ଐତିହାସିକ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। ଏହି ଚୁକ୍ତିନାମା ସାଉଦି ଆରବକୁ ଏକ ବେସାମରିକ ପରମାଣୁ କାର୍ଯ୍ୟକ୍ରମ ପ୍ରଦାନ କରିବ।

  12. 12.ଇରାନ ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ବିମାନ ହ୍ୟାଙ୍ଗର ଏବଂ ଡ୍ରୋନ୍ ଷ୍ଟୋରେଜ୍ ସାଇଟ୍ ଧ୍ୱଂସ କଲା ଆମେରିକା ସେନା ।

  13. 13.ତିନିବର୍ଷିଆ ଏଲଏଲବି (ଆଇନ୍‌) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ  ଉଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମ ନିମନ୍ତେ ନିଜର କମନ୍ ଆପ୍ଲିକେସନ ଫର୍ମପୂରଣ କରିପାରିବେ।

  14. 14. ରବିବାର ୨୦୨୬ ଫିଫା ବିଶ୍ବକପ୍‌ର ଫାଇନାଲ ଆର୍ଜେଣ୍ଟିନାକୁ ପରାସ୍ତକରି ସ୍ପେନ୍‌‌ ୨ୟ ଥର ବିଶ୍ବ ଚମ୍ପିଆନ୍‌ ହୋଇଛି।

  15. 15.ଇଣ୍ଡିଆନ୍ ରୟାଲ୍ସ ୨ ଅଗଷ୍ଟ ୨୦୨୬ ରେ ଏସିଆନ୍ ଲିଜେଣ୍ଡସ୍ ଲିଗ୍‌ରେ ପାକିସ୍ତାନ ପାନ୍ଥର୍ସଙ୍କ ସହ ମୁହାଁମୁହିଁ ହେବେ। ଦୁଇଟି ଦଳ ଲୁସାକାର ଲୋଟସ୍ ସ୍ପୋର୍ଟସ୍ କ୍ଲବରେ ମୁହାଁମୁହିଁ ହେବେ। ମ୍ୟାଚ୍ ଟି IST ଅପରାହ୍ନ ୪:୦୦ ଟାରେ ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.