-
1.ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମାପ କରାଯାଇଛି।
-
2.ଇରାନର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଆମେରିକା ଅସ୍ତ୍ରବିରତି ଭଙ୍ଗ କରିଥିବା ଅଭିଯୋଗ କରିଛି ଏବଂ ମନ୍ତ୍ରାଳୟ କହିଛି ଯେ, ଏହି ଆକ୍ରମଣ ପରେ ଯାହା ପରିସ୍ଥିତି ଉପୁଜିବ ଏବଂ ଏହାର ପରିଣାମ ଯାହା ବି ହେବ, ଏଥିପାଇଁ ଆମେରିକା ସମ୍ପୂର୍ଣ୍ଣ ଦାୟୀ ରହିବ।
-
3.କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି।
-
4.ବିଶ୍ଵସନୀୟ ରାଷ୍ଟ୍ର ତାଲିକାରେ ଭାରତ ଉନ୍ନତ ପ୍ରଦର୍ଶନ କରି ଦ୍ଵିତୀୟ ସ୍ଥାନରେ ରହିଛି। ଏଡେଲ୍ମ୍ୟାନ୍ ଟ୍ରଷ୍ଟ ବାରୋମିଟର ଅନୁସାରେ ୮୦ ସ୍କୋର ରଖି ଚୀନ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ସେମାନଙ୍କ ପଛକୁ ୭୪ ସ୍କୋର ସହ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି।
-
5.ରାଜ୍ୟରେ ଋଣ-ଜମା ଅନୁପାତ ହ୍ରାସ ପାଉଛି। ୨୦୨୪ ମାର୍ଚ୍ଚ ବେଳକୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଋଣ ଜମା ଅନୁପାତ ୭୬.୫୨% ଥିଲା। ୨୦୨୫ ମାର୍ଚ୍ଚ ବେଳକୁ ଏହା ୭୪.୫୬%କୁ ଏବଂ ୨୦୨୬ ମାର୍ଚ୍ଚ ବେଳକୁ ୭୩.୮୬%କୁ ଖସି ଆସିଛି।
-
6.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଆଗାମୀ ଦିନରେ ଅଧିକାଂଶ ଏୟାରଲାଇନ୍ ଦେବାଳିଆ ହୋଇଯିବେ ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ସତର୍କ କରାଇଛି। ସଂଘର ମହାନିର୍ଦ୍ଦେଶକ ୱିଲି ୱାଲ୍ସ କହିଛନ୍ତି ଯେ ବର୍ତ୍ତମାନ ଏୟାରଲାଇନ୍ଗୁଡ଼ିକ ସବୁଠୁ କଠିନ ସମୟ ଦେଇ ଗତି କରୁଛନ୍ତି ।
-
7.ପୂର୍ବରୁ ବଡ଼ ପ୍ୟାକେଟ୍ କିଣୁଥିବା ଗ୍ରାହକ ଏବେ ଛୋଟ ପ୍ୟାକେଟ୍ ମୁହାଁ ହୋଇଛନ୍ତି। ଗତ ଏପ୍ରିଲ୍ରେ ଛୋଟ ପ୍ୟାକେଟ୍ର ଜିନିଷ ବିକ୍ରି ଦ୍ରୁତ ଗତିରେ ବଢ଼ିଛି। ସେଥିପାଇଁ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ସେଭଳି ଛୋଟ ପ୍ୟାକେଟ୍ ଆଣିବାକୁ ଉଦ୍ୟମ କରୁଛନ୍ତି।
-
8.କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଗ୍ରାହକମାନେ ରନ୍ଧନ ଗ୍ୟାସ୍ ପାଇଁ ବିଶ୍ବର ଅନ୍ୟତମ ସର୍ବନିମ୍ନ ଦର ଦେଉଛନ୍ତି।
-
9.ଭାରତୀୟ ଇକ୍ବିଟି ବଜାରରୁ ବିଦେଶୀ ନିବେଶକମାନେ ମୁହଁ ଫେରାଇବା ଜାରି ରଖିଛନ୍ତି। ଜୁନ ପ୍ରଥମ ସପ୍ତାହରେ ସେମାନେ ପ୍ରାୟ ୪୩ ହଜାର କୋଟି ଟଙ୍କା ଭାରତୀୟ ବଜାରରୁ ଉଠାଇ ନେଇଛନ୍ତି।
-
10.ବଲାଙ୍ଗିର ସହର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ ବଲାଙ୍ଗିର ଟାଉନ ପୁଲିସ ଏକ ନେକ୍ସନ କାର ସହ ବିପୁଳ ପରିମାଣ କଫସିରପ୍ ଜବତ କରିଛି ।
-
11.ଖୋର୍ଦ୍ଧା କୁମାରବସ୍ତଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା, ଠିକ୍ ସେହି ଢାଞ୍ଚାରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରସ୍ତୁତ କରାଯାଉଛି।
-
12.ଏନ୍ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି।
-
13.ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ ଆରମ୍ଭ କରିଛନ୍ତି।
-
14.ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନକୁ ‘ଆମେ ନେତା’ ବା (We The Leader) ନାମ ଦିଆଯାଇଛି। ଏହା ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ 1.5 ନିୟୁତରୁ ଅଧିକ ଲୋକ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।
-
15.ବର୍ତ୍ତମାନ, ପ୍ରାୟ ୨୦,୦୦୦ ଭାରତୀୟ ଇସ୍ରାଏଲରେ ସରକାରୀ ଚ୍ୟାନେଲ ମାଧ୍ୟମରେ କାମ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏକ ସମ୍ପ୍ରତିକ ଚୁକ୍ତିନାମା ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତିରିକ୍ତ ୫୦,୦୦୦ ଭାରତୀୟ ଶ୍ରମିକଙ୍କୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି – ଏହି ସଂଖ୍ୟା ଶେଷରେ ୧୦୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
