-
1.୨୦୨୬ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ତାମିଲନାଡୁର ସମସ୍ତ ୨୩୪ ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି।
-
2.ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୩୧ ସୁଦ୍ଧା ଓଡ଼ିଶା ବୟସ୍କ ରାଜ୍ୟବର୍ଗରେ ସାମିଲ ହୋଇଯିବ। ରାଜ୍ୟର ମୋଟ୍ ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ଭାଗ ୧୫ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୩୬ ସୁଦ୍ଧା ସେହି ହାର ୧୭ ପ୍ରତିଶତରେ ପହଞ୍ଚିଯିବ।
-
3.ଏକ ରିପୋର୍ଟ ଅନୁସାରେ ସାଢ଼େ ଚାରି କୋଟି ଜନସଂଖ୍ୟାବିଶିଷ୍ଟ ଓଡ଼ିଶାରେ ୨୦୧୧ରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩୯.୮ ଲକ୍ଷ ଥିଲା। ୨୦୩୧ ସୁଦ୍ଧା ସେହି ସଂଖ୍ୟା ୭୧ ଲକ୍ଷକୁ ବୃଦ୍ଧି ପାଇବ। ସେଥିରେ ମହିଳା ବରିଷ୍ଠ ନାଗରିକ ସଂଖ୍ୟା ୩୭.୧୪ ଲକ୍ଷ ଓ ପୁରୁଷ ସଂଖ୍ୟା ୩୩.୮୬ ଲକ୍ଷ ରହିବ ବୋଲି ଆକଳନ କରାଯାଇଥିଲା।
-
4.ଆମେରିକା ସ୍ପଷ୍ଟ କରିଛି ଯେ ପଶ୍ଚିମ ଏସିଆରେ ଇରାନ ସହିତ ସଂଘର୍ଷ କେତେ ଦିନ ପାଇଁ ରହିବ ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବେ। କୌଣସି ସମୟସୀମା ସ୍ଥିର କରାଯାଇ ନାହିଁ।
-
5.ନେପାଳ ସରକାରଙ୍କୁ ବଡ଼ ଝଟ୍କା। ମାତ୍ର ୨୬ ଦିନ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଧାନ ଗୁରୁଙ୍ଗ ପଦରୁ ଇସ୍ତଫା ଦେଇଛନ୍ତି ।
-
6.ଭାରତୀୟ ବିମାନଗୁଡ଼ିକ ପାଇଁ ପାକିସ୍ତାନ ଆସନ୍ତା ମେ’ ୨୪ ତାରିଖ ପର୍ଯ୍ୟନ୍ତ ତାର ବାୟୁସୀମା ବନ୍ଦ କରିଦେଇଛି।
-
7.ଇରାନୀୟ ସେନା ଜାହାଜ ଉପରେ ଗୁଳିମାଡ଼ କରି ଏହାକୁ ସିଜ କରି ନେଇଛନ୍ତି। ସିଜ ଓ ଆକ୍ରମଣ ହୋଇଥିବା ଦୁଇଟି ଜାହାଜ ମଧ୍ୟରୁ ଗୋଟିଏ ଭାରତ ଅଭିମୁଖେ ଆସୁଥିଲା। ଗୁଜରାଟ ଅଭିମୁଖେ ଆସୁଥିବା ପଣ୍ୟବାହୀ ଜାହାଜକୁ ଇରାନ ସିଜ କରି ନେଇଥିବା ଏବେ ସ୍ପଷ୍ଟ ହୋଇଛି।
-
8.ଆନନ୍ଦପୁର କଲେଜର ସାମ୍ସ ରୁମରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଯାଇଥିବାରୁ ୧୦ରୁ ଅଧିକ କମ୍ପ୍ୟୁଟର ସହିତ ଛାତ୍ରୀଛାତ୍ରଙ୍କ ଅନେକ ଜରୁରୀ ଡକ୍ୟୁମେଣ୍ଟ ଓ ଫାଇଲ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି।
-
9.ସିଟି ଗ୍ୟାସ୍ ବିତରଣ ନୀତିକୁ ଆଜି କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ନୀତି ଦ୍ୱାରା ରାଜ୍ୟରେ ପାଇପ୍ଡ୍ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ଓ କମ୍ପ୍ରେସ୍ଡ ନାଚୁରାଲ୍ ଗ୍ୟାସ୍ (ସିଏନ୍ଜି) ଭିତ୍ତିଭୂମିର ସମ୍ପ୍ରସାରଣ ତ୍ବରାନ୍ବିତ ହେବ। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିବ।
-
10.କଟକର କାଠଯୋଡ଼ି ନଦୀ ଉପରେ ନୂଆ ସେତୁ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏସ୍ଏପିଏସ୍ କନ୍ଷ୍ଟ୍ରକ୍ସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୧୫୮ କୋଟି ୮୮ ଲକ୍ଷ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଗ୍ୟ ବିବେଚିତ ହୋଇଛି।
-
11.ଡାକ୍ତର ଦେବ ପ୍ରସାଦ ମହାନ୍ତି ଫୁଲବାଣୀ ସରକାରୀ ମେଡିକାଲ୍ କଲେଜର ଡିନ୍ ଭାବେ କାର୍ଯ୍ୟରେ ଯୋଗ ଦେଲେ ।
-
12.ଓଡ଼ିଶାରେ ବ୍ୟାଟେରି ରିସାଇକ୍ଲିଂ ସଂସ୍ଥା ନବପ୍ରକୃତି କମ୍ପାନି ୧୦୦ କୋଟି ଟଙ୍କା ନିବେଶରେ ଏକ କ୍ରିଟିକାଲ ମିନେରାଲ ରିଫାଇନିଂ କାରଖାନା ସ୍ଥାପନ କରୁଛି।
-
13.ଇଣ୍ଡିଆନ ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍ଏସ୍ଏ) ୨୦୨୨-୨୩ରେ ୨ଲକ୍ଷ ୬୧ହଜାରରୁ ଊର୍ଦ୍ଧ୍ୱ ପରିବାରର ଘରୋଇ ଉପଭୋଗ୍ୟ ଖର୍ଚ୍ଚକୁ ଅନୁଧ୍ୟାନ କରାଯାଇଥିଲା। ଏଥିରେ ତମାଖୁ ବର୍ଜନ ଫଳରେ ସେମାନଙ୍କ ଦୀର୍ଘକାଳୀନ ଅର୍ଥନୈତିକ ସୁଧାରାବସ୍ଥାକୁ ଉପଲବ୍ଧି କରାଯାଇଥିଲା। ତମାଖୁ ବର୍ଜନ ଦ୍ୱାରା ଗରିବ ଶ୍ରେଣୀର ପରିବାରରେ ମାସିକ ଖର୍ଚ୍ଚରେ ଉନ୍ନତି ଆସିଛି।
-
14. ଆମେରିକା ସ୍ପଷ୍ଟ କରିଛି ଯେ ପଶ୍ଚିମ ଏସିଆରେ ଇରାନ ସହିତ ସଂଘର୍ଷ କେତେ ଦିନ ପାଇଁ ରହିବ ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବେ। କୌଣସି ସମୟସୀମା ସ୍ଥିର କରାଯାଇ ନାହିଁ।
-
15.ଆଇସିସି ମହିଳା ଟି୨୦ ବ୍ୟାଟିଂ ମାନ୍ୟତାରେ ତାରକା ଭାରତୀୟ ଓପ୍ନର ସ୍ମୃତି ମାନ୍ଧାନା ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ୩ୟ ସ୍ଥାନରେ ଥିବା ବାମହାତି ମାନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଖରାପ ପ୍ରଦର୍ଶନ କରି ୪ର୍ଥ ସ୍ଥାନକୁ ଖସି ଆସିଛନ୍ତି। ଭାରତୀୟ ଉପଅଧିନାୟିକା ମାନ୍ଧାନା ଦକ୍ଷିଣ ଆଫ୍ରିକାରେ ପ୍ରଥମ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ରେ ୧୩ ଓ ୧୨ ରନ୍ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
