• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇରାନ ବିରୋଧରେ ଆମେରିକା ଯେଉଁ ଯୁଦ୍ଧ ଚଳାଇ ଆସିଥିଲା ସେଥିରେ ପ୍ରତି ସେକେଣ୍ଡକୁ ୧୦,୩୦୦ ଡଲାର (ପ୍ରାୟ ୯.୬ଲକ୍ଷ ଟଙ୍କା) ଖର୍ଚ୍ଚ ହେଉଥିଲା ବୋଲି ଷ୍ଟକ୍‌ହୋମ୍ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି) ପକ୍ଷରୁ କୁହାଯାଇଛି।

  2. 2.ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।

  3. 3.ଟ୍ରମ୍ପ କହିଛନ୍ତି, ଆମେ ହର୍ମୁଜ୍ ପ୍ରଣାଳୀ ଖୋଲିବୁ, ସେମାନେ ସହଯୋଗ କରନ୍ତୁ କି ନାହିଁ। ମୁଁ ଭାବୁଛି ଏହା ବହୁତ ଶୀଘ୍ର ହେବ ଏବଂ ଯଦି ସେମାନେ କରନ୍ତି ନାହିଁ, ତେବେ ଆମେ ଏହାକୁ ସମାପ୍ତ କରିବୁ।

  4. 4.ଗୁରୁବାର ରାତିରେ କୁଏତ ସାଉଦି ଆରବକୁ ଡ୍ରୋନ୍ ଆକ୍ରମଣ ପାଇଁ ଦାୟୀ କରିଛି। କୁଏତ ଏହି ଆକ୍ରମଣ ପାଇଁ ଇରାନ ଏବଂ ଏହାର ସହଯୋଗୀ ଗୋଷ୍ଠୀଗୁଡ଼ିକୁ ଦାୟୀ କରିଛି।

  5. 5.ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଇସ୍ରାଏଲ୍ ବିରୋଧରେ ଏକ ବିବାଦୀୟ ପୋଷ୍ଟ କରିବା ପରେ ଏବେ ତାହାକୁ ଡିଲିଟ୍ କରିଛନ୍ତି।

  6. 6.ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ ଭାରତ ଏହି ମଡେଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।

  7. 7.ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା ଲଗାଇବା ବିଷୟ‌‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଗୋଟିଏ ଆକାଉଣ୍ଟ୍‌ରୁ ଅନ୍ୟ ଆକାଉଣ୍ଟ୍‌କୁ ୧୦ ହଜାର ଟଙ୍କାରୁ ଅଧିକ ପଠାଇଲେ ତାହା ସଙ୍ଗେ ସଙ୍ଗେ ଯିବ ନାହିଁ।

  8. 8.ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଗତ ବର୍ଷ ତାଙ୍କ ଦିଲ୍ଲୀ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଥିଲା।

  9. 9.ମେଟ୍ରୋ ପ୍ରକଳ୍ପକୁ ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା  ଚିଠି ଲେଖିଛନ୍ତି।

  10. 10.ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି।

  11. 11.ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ।

  12. 12.ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜରପଡ଼ା ଥାନା ଜେରେଙ୍ଗ ଦେହୁରୀସାହିର ବାବୁଲା ଜେନା(୪୦)କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

  13. 13.ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ କଟାସ ଗ୍ରାମର ସୁରେନ୍ଦ୍ର ନାଏକଙ୍କ ଘରୁ ଗୁରୁବାର ରାତ୍ରିରେ ଏକ ୧୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି।

  14. 14.ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ରାଜ୍ୟ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି।

  15. ୧୫.କେନ୍ଦୁଝର କନ୍ଦରକଳା ଗାଁର ପରମାନନ୍ଦ ମହାନ୍ତଙ୍କ ନିଜ ଜମିକୁ ବିଦ୍ୟାଳୟ ନାମରେ ପଞ୍ଜୀକରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ପରମାନନ୍ଦଙ୍କ ଏଠାରେ ଥିବା ୧ ଏକର ୪ ଡିସିମିଲ ଜମିର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହେବ। ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପରମାନନ୍ଦ ପହଞ୍ଚି ଦାନପତ୍ରରେ ସ୍ଵାକ୍ଷର କରି ଜମି ପଞ୍ଜୀକରଣ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.