• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇରାନରେ ଚାଲିଥିବା ଅପରେସନରେ ୩୭୩ ଜଣ ଆମେରିକୀୟ ସୈନିକ ଆହତ ହୋଇଥିବା ଆମେରିକାର କେନ୍ଦ୍ରୀୟ କମାଣ୍ଡ ରିପୋର୍ଟ କରିବା ପରେ ଏହି ସୂଚନା ଆସିଛି।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ ବଡ଼ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି – ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରାଯାଇ ପାରେ ଏବଂ ଏହା ସମ୍ଭବତଃ ମଙ୍ଗଳବାର ରାତି ହୋଇ ପାରେ।

  3. 3.ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ ।

  4. 4.ଭାରତୀୟ ତୈଳ ନିଗମର ସିଜିଏମ୍‌ କମଲ୍‌ଶୀଲ କହିଛନ୍ତି, ୫ କେଜି ଗ୍ୟାସ ସିଲିଣ୍ଡର ବାହାରେ ମିଳିବ ନାହିଁ। କେବଳ ତୈଳ କମ୍ପାନିଙ୍କ ସ୍ବୀକୃତିପ୍ରାପ୍ତ ଗ୍ୟାସ୍‌ ଏଜେନ୍ସିରେ ଏହା ମିଳିବ। ସିଲିଣ୍ଡର ପାଇଁ ୯୦୦ ଟଙ୍କା ଓ ଗ୍ୟାସ ପାଇଁ ପ୍ରାୟ ୫୫୦ ଟଙ୍କା ଦେବାକୁ ପଡ଼ିବ।

  5. 5.ଦେଶର ଦୁଇ ଷ୍ଟକ୍‌ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଉତ୍ସାହଜନକ କାରବାର ହୋଇଥିଲା। ଏହାର ପ୍ରଭାବରେ ‌ସେନ୍‌ସେକ୍ସ ୭୮୭ ପଏଣ୍ଟ୍‌ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।

  6. 6.ଆଗାମୀ ଦିନରେ କପଡ଼ାର ଦାମ୍‌ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଯୁଦ୍ଧ ଯୋଗୁଁ ଇନ୍ଧନ ଏବଂ କଞ୍ଚା ମାଲର ଦାମ୍‌ ବଢ଼ିଛି । କଟନ୍‌ କପଡ଼ା ତିଆରି ମହଙ୍ଗା ହୋଇଛି। ସିନ୍ଥେଟିକ୍‌ କପଡ଼ାରେ ବ୍ୟବହୃତ କ୍ରୁଡ୍‌ ଅଏଲ୍‌ ମହଙ୍ଗା ହେବାରୁ ପଲିଷ୍ଟରର ଦାମ୍‌ ଗତ ୨-୩ ମାସରେ ପ୍ରାୟ ୨୫% ବଢ଼ିଛି।

  7. 7.ରାଜ୍ୟସଭାରେ ଓଡ଼ିଶାର ୩ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି।

  8. 8.୧୪ ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟ , ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ , ପ୍ରଫେସର ସଞ୍ଜୟ କୁମାର ପାତ୍ର ଧରଣୀଧର ବିଶ୍ୱବିଦ୍ୟାଳୟ, ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର ଅସୀମା ସାହୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଫେସର ପବନ କୁମାର ଅଗ୍ରୱାଲ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ପ୍ରଫେସର ଶିବରାମ ତ୍ରିପାଠୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।

  9. 9.ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ଵାଇଁଙ୍କର ୭୫ବର୍ଷ ବୟସରେ ଅବସ୍ଥାରେ ବିୟୋଗ ଘଟିଛି ।

  10. 10.ଟାଟା ଗ୍ରୁପ୍ ଏୟାରଲାଇନ୍ସ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଇସ୍ତଫା ଦେଇଛନ୍ତି।

  11. 11.ବିଧାନସଭା ନିର୍ବାଚନ ବେଳେ ରାଜ୍ୟର ମାଲଦା ଜିଲ୍ଲାରେ ନ୍ୟାୟିକ ଅଧିକାରୀଙ୍କୁ ଘେରାବନ୍ଦୀ କରିବା ମାମଲାରେ ସୁପ୍ରିମକୋର୍ଟ ପଶ୍ଟିମବଙ୍ଗ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

  12. 12.ବର୍ତ୍ତମାନ ସୁଦ୍ଧା ଓଡ଼ିଶା କାଉନ୍‌ସିଲ ଅଫ୍‌ ମେଡିକାଲ ଏଜୁକେଶନ(ଓସିଏମ୍‌ଆର୍‌) ଅଧୀନରେ ୩୫ ହଜାର ୯୧୪ ଏଲୋପାଥିକ ଡାକ୍ତର ପଞ୍ଜୀକୃତ ହୋଇ ଓଡ଼ିଶାର ବିଭିନ୍ନ ସରକାରୀ ମେଡିକାଲ ଓ ଘରୋଇ ମେଡିକାଲ/କ୍ଲିନିକ୍‌ରେ ସେବା ଯୋଗାଉଛନ୍ତି।

  13. 13.ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ୍ ଜୁଲାଇ ୨୦୨୭ରେ ତାଙ୍କ ଚୁକ୍ତିନାମା ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି।

  14. 14.ଇରାନର ପାୱାର ପ୍ଲାଣ୍ଟ ଏବଂ ସେତୁ ଉପରେ ବୋମା ପକାଇବାକୁ ଧମକ ଦେଇଥିବା ଟ୍ରମ୍ପ୍ ମଧ୍ୟ କହିଛନ୍ତି ଯେ ତାଙ୍କର ବିଶ୍ୱାସ ଯେ ଇରାନୀମାନେ "ସ୍ୱାଧୀନତା ପାଇବା ପାଇଁ ଏହା ସହିବାକୁ ପ୍ରସ୍ତୁତ ହେବେ।"

  15. 15.ଛତିଶଗଡ଼ ହାଇକୋର୍ଟ ୨୦୦୩ରେ ଏନସିପି ନେତା ରାମାବତାର ଜଗ୍ଗିଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅମିତ ଯୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.