-
1.ଭାରତର ସ୍ୱଦେଶୀ ଆଞ୍ଚଳିକ ନାଭିଗେସନ୍ ପ୍ରଣାଳୀ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛି। ଭାରତୀୟ ଉପଗ୍ରହ ନାଭିକ୍ର ପରମାଣୁ ଘଣ୍ଟାରେ ଏକ ତ୍ରୁଟି ରଣନୈତିକ ତଥା ପ୍ରତିରକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛି।
-
2.ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ତେହେରାନର ଅନୁରୋଧରେ ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ୧୦ ଦିନ ପାଇଁ ବିରତ କରୁଛି।
-
3.ବରିଷ୍ଠ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି (ଆରଏସପି) ନେତା ବାଲେନ୍ ଶାହ 'ବାଲେନ୍' ନେପାଳ ଦେଶର ନୂତନ ପ୍ରଧାନମନ୍ତ୍ରୀ ହେବେ।
-
4.ପ୍ରାୟ ଚାରି ସପ୍ତାହ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର ପ୍ରସ୍ତାବ "ଏକପାକ୍ଷିକ ଏବଂ ଅନ୍ୟାୟ", ଜଣେ ବରିଷ୍ଠ ଇରାନୀ ଅଧିକାରୀ ରଏଟର୍ସଙ୍କୁ କହିଛନ୍ତି।
-
5.ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ସ୍ଥାୟୀ ଯୁଦ୍ଧବିରତିର ଆଶା ଧୂଳିସାତ କରିଛି।
-
6.ରେଲୱେ ପକ୍ଷରୁ ବଡ ଘୋଷଣା। ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଭାରତୀୟ ରେଲୱେ ଦେୟମୁକ୍ତ ଯାତ୍ରା ସୁବିଧା ଯୋଗାଇ ଦେବାକୁ ଦେଲା ପ୍ରତିଶ୍ରୃତି ।
-
7.ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ରୁଜୁ ମାମଲାରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
-
8.ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ରମାନାଥ ଝା ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳର ସମ୍ବିଧାନ ଅନୁଯାୟୀ ସଭାପତି ଶ୍ରୀ ରାଜକୁମାର ରାଷ୍ଟ୍ରୀୟ ସମ୍ପାଦକ ପଦରେ ଶ୍ରୀ ଝାଙ୍କୁ ବୁଧବାର ମନୋନୀତ କରିଛନ୍ତି।
-
9.ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର ନେଇ ପ୍ରକିୟା ଆରମ୍ଭ। ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହରେ ସବୁ ସଦ୍ୟସଙ୍କୁ ଚିଠି କରାଯାଇଛି।
-
10.ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର। ଅବକାରୀ ଶୁଳ୍କ ଉପରେ ୫ ପ୍ରତିଶତ ଡି-ଆଡିକ୍ସନ ସେସ୍ ପ୍ରବର୍ତ୍ତନ ହୋଇଛି। ରାଜ୍ୟରେ ନୂତନ OFF,CL ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି।
-
11.ଆଗାମୀ ମାସରେ ଭାରତ ରୁଷଠୁ ପ୍ରାୟ ୬ କୋଟି ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବ। ଏଥିପାଇଁ ବୁକିଂ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।
-
12.ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୦୨୫ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି।
-
13.ଗଞ୍ଜମ ଜିଲା ପୋଲସରା ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ରୋହିତ ଲାଲ ପଣ୍ଡା ସମ୍ପୃକ୍ତ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।
-
14.ବାଲେଶ୍ୱରରୁ ଭଦ୍ରକ ଆସୁଥିବା ବେଳେ ଟ୍ରେନରେ ଏକ ବ୍ୟାଗ ପାଇଥିଲେ ଆମ୍ବରୋଲି ଗ୍ରାମର ବିଶ୍ୱମ୍ବର ନାୟକ। ପାଖ ଲୋକଙ୍କୁ ପଚାରିବା ପରେ ବ୍ୟାଗଟି ଜଣେ ବୃଦ୍ଧଙ୍କର ବୋଲି ଜାଣିବାକୁ ପାଇଥିଲେ। ପରେ ସେହି ବ୍ୟାଗଟି ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଥିଲେ।
-
15.କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । ଡିସେମ୍ବର ୨୪ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବ।
-
16.ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାକୁ ଉନ୍ମୋଚନ କରିଥିଲେ। ଆର୍ଟ ଅଫ୍ ଗିଭିଂ ଚଳିତ ବର୍ଷର ଥିମ୍ ରଖାଯାଇଛି ‘ସେୟାର ଟୁ ସାଇନ୍’।
-
17.ଦେଶରେ ସୃଷ୍ଟି କରିଥିବା ଗ୍ୟାସ୍ ସଙ୍କଟ ଦୂର କରିବାକୁ ଦୀର୍ଘ ଆଠ ବର୍ଷ ପରେ ଇରାନରୁ ଭାରତ ଏଲ୍ପିଜି ମଗାଇଛି। ଇଣ୍ଡିଆନ ଅଏଲ୍ ସେହି ଗ୍ୟାସ୍ କିଣିଛି।
-
18.ଖାଦ୍ୟର ଦହିରେ ପୋକ ମିଳିବା ଅଭିଯୋଗ ଆସିବା ପରେ ଭାରତୀୟ ରେଳ ମନ୍ତ୍ରଣାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରଣାଳୟ ଆଇଆର୍ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି।
-
19.ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା ବିକ୍ରେତା ନାୟାରା ଏନର୍ଜି ଗୁରୁବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି।
-
20.ଆଇପିଏଲ ୨୦୨୬ର ପ୍ରଥମ ପର୍ଯ୍ୟାୟ ୨୮ ମାର୍ଚ୍ଚରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଫାଇନାଲ୍ ମେ ୩୧ରେ ବାଙ୍ଗାଲୋରରେ ଅନୁଷ୍ଠିତ ହେବ। ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୩ରୁ ଆରମ୍ଭ ହୋଇ ମେ ୨୪ରେ ଶେଷ ହେବ, ବିସିସିଆଇ ଘୋଷଣା କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
