• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣ ଇରାନର ସାମରିକ ଭିତ୍ତିଭୂମିକୁ ଧ୍ୱସ୍ତବିଧ୍ୱସ୍ତ କରୁଥିବାବେଳେ, ତେହେରାନ ୱାସିଂଟନର ୧୫ ସୂତ୍ରୀ ଯୁଦ୍ଧବିରତି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି।
  2. 2.ଆମେରିକୀୟ  ଯୁଦ୍ଧପୋତ ‘ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ’ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରି ଆଗକୁ ଭୀଷଣ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି।

  3. 3.ହର୍ମୁଜ ପ୍ରଣାଳୀ ‌ଦେଇ ପାକିସ୍ତାନର କରାଚି ଅଭିମୁଖେ ଯାଉଥିବା ଏକ ପାକିସ୍ତାନୀ ଜାହାଜକୁ ଇରାନ ଫେରାଇ ଦେଇଛି।

  4. 4.ଆମେରିକାର ଡାଟା ଆନାଲିଟିକ୍ସ ଫାର୍ମ ‘ମର୍ଣ୍ଣିଂ କନସଲ୍ଟ’ରୁ ଏକ ବିଶ୍ବ ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବରେ ଉଭା ହୋଇଛନ୍ତି।

  5. 5.ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ରେ  ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି।

  6. 6.ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ହେଉଛି ତାଳଚେର। ଦ୍ଵିତୀୟରେ ରହିଛି ଅନୁଗୁଳ। ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ଏହି ଦୁଇ ସହର ଶୀର୍ଷରେ ରହି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି।

  7. 7.ସରକାର ସ୍ପଷ୍ଟ କରିଛନ୍ତି ଯେ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ଓ ସହରାଞ୍ଚଳ ପାଇଁ ୨୫ ଦିନର ଏଲପିଜି ବୁକିଂ ଅବଧି ଜାରି ରହିଛି। 

  8. 8.‘ମେଟା’ ଉପରେ ୩୧ ଶହ କୋଟିର ଫାଇନ୍ ଲଗାଇଛନ୍ତି ଆମେରିକାର କୋର୍ଟ । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି କୋର୍ଟ ଏହି ଜୋରିମାନା ଲଗାଇଛନ୍ତି । କୋର୍ଟ ସ୍ୱୀକାର କରିଛି ଯେ ମେଟା ଜାଣିଶୁଣି ଲାଭକୁ ପ୍ରାଥମିକତା ଦେଇ ପିଲାମାନଙ୍କ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଲୁଚାଇଥିଲା।

  9. 9.ଦୀର୍ଘ ଦିନ ଧରି ପଳାତକ ଥିବା ସାନୌର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଶେଷରେ ମଧ୍ୟପ୍ରଦେଶର ଗ୍ୱାଲିୟର ନିକଟରେ ଗିରଫ କରାଯାଇଛି। 

  10. 10.ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ବିଭିନ୍ନ ରାଜ୍ୟ ବିଭାଗ ଏବଂ ସମ୍ପୃକ୍ତ ସଂସ୍ଥାରେ ସେ ଗ୍ରହଣ କରିଥିବା ୨୩ଟି ପଦବି ଏବଂ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନୀ ସ୍ୱଚ୍ଛତା ଏବଂ ପ୍ରଶାସନିକ ସନ୍ତୁଳନ ଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

  11. 11. କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ହୋଟେଲ ଓ ରେସ୍ତୋରାଁଗୁଡ଼ିକ ପାଇଁ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ଏଥିରେ ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍ ସରଚାର୍ଜ କିମ୍ବା ଏହିଭଳି ଅନ୍ୟାନ୍ୟ ଅତିରିକ୍ତ ଶୁଳ୍କ ଆଦାୟ କରିବାକୁ ନିଷେଧ କରାଯାଇଛି। 

  12. 12.ଡେଟିଂ ଆପ୍ ଓ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ବ୍ୟବହାର କରିବାର ଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ବ୍ୟାଙ୍କ ଆକାଉଣ୍ଟ କିମ୍ବା ସିମ୍ କାର୍ଡ ପରି ଏବେ ଏହି ସବୁ ଡିଜିଟାଲ ପ୍ଲାଟଫର୍ମରେ ନିଜର ପରିଚୟ ପ୍ରମାଣିତ କରିବା ପାଇଁ  kyc ପ୍ରକ୍ରିୟା ବାଧ୍ୟତାମୂଳକ ହୋଇପାରେ।

  13. 13.ରାଜ୍ୟରେ ୨୦୨୫ ମସିହାରେ ଅପରାଧ ହାର ବୃଦ୍ଧି ପାଇଛି । ୨୦୨୪ ମସିହା ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ପଞ୍ଜିକରଣ ହାର ୭.୩୬ ପ୍ରତିଶତ ଅଧିକ ବୃଦ୍ଧି ପାଇ ୨,୨୯,୮୮୧ରେ ପହଂଚିଛି।

  14. 14. ଭଦ୍ରକରେ କାଳବୈଶାଖୀ ଯୋଗୁଁ ବହୁ ଗଛ ଉପୁଡ଼ି ପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଏଭଳି ଘଟଣା ଯୋଗୁଁ ଏକ ଘର ଉପରେ ଗଛ ପଡ଼ି ମାଟିରେ ମିଶାଇ ଦେଇଛି। 

  15. 15.ବ୍ରହ୍ମପୁରର ପ୍ରେମନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ବ୍ୟବସାୟୀ ଜଣଙ୍କ ମର୍ଣ୍ଣି॰ୱାକରେ ଯାଇଥିବା ବେଳେ ଚୋରମାନେ ତାଙ୍କ ଘରେ ପଶି ପ୍ରାୟ ୧କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଛନ୍ତି। 

  16. 16.ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ବହଡ଼ାଗୋଡ଼ା ରୁ ୧୦ କିଲୋମିଟର ଦୂର ପାଣିପଡା -ନାଗୁଡ ସାହି ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ପଠାରୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ଏକ ଆମେରିକୀୟ ବୋମା ମିଳିଥିଲା। ସ୍ଥଳସେନା ଅଧିକାରୀ ଆୟୁଷ କୁମାର ଓ ବୋମା ନିଷ୍କ୍ରିୟ ଦୋଳ ଡ୍ରନ ସାହାଯ୍ୟରେ ବୁଧବାର ସୁବର୍ଣ୍ଣରେଖା ନଦୀର ବାଲିଶଯ୍ୟାରେ ବୋମା ନିଷ୍କ୍ରିୟ କରିଛନ୍ତି।

  17. 17.ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି।

  18. 18.ଭିଜିଲାନ୍ସ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ର ଅଡିଟର ଅମ୍ବିକା ପ୍ରସାଦ ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ହଜାର ଲାଞ୍ଚ ନେଇ ଧରାପଡ଼ିଲେ, ଘରୁ ମିଳିଲା ନଗଦ ୨୮ ଲକ୍ଷ ଟଙ୍କା।

  19. 19.ଲଗାତାର ଦ୍ବିତୀୟ ଦିନରେ ଷ୍ଟକ୍ ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧,୨୦୫ ପଏଣ୍ଟ ବୃଦ୍ଧି ପାଇ ୭୫,୨୭୩ରେ ବନ୍ଦ ହୋଇଥିଲା। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୯୪ ପଏଣ୍ଟ ବୃଦ୍ଧି ପାଇ ୨୩,୩୦୬ରେ ବନ୍ଦ ହୋଇଥିଲା।

  20. 20.କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍‌ଡୋର୍‌ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶା ଖେଳାଳି ୨ ସ୍ଵର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୮ ପଦକ ଜିତିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.