• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତୀୟ ଲୋକସେବା ଆୟୋଗ ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୫ ଚୂଡ଼ାନ୍ତ ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ମେଧା ତାଲିକା ଅନୁସାରେ, ଅନୁଜ ଅଗ୍ନିହୋତ୍ରୀ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ସଫଳତା ପାଇଛନ୍ତି।

  2. 2.ସୁଖୋଇ-୩୦ ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି ।

  3. 3.ଭାରତ ସହ ଅର୍ଥନୀତିକ କାରବାର ଓ ବାଣିଜ୍ୟ ଡିଲକୁ ସଂପ୍ରସାରଣ ବେଳେ ଆମେରିକା ସବୁବେଳେ ନିଜର ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବ।

  4. 4.ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ୫ ଦିନ ପରେ ଭାରତ ସରକାର ବିଧିବଦ୍ଧ ଭାବେ ଶୋକ ପ୍ରକାଶ କରିଛନ୍ତି।

  5. 5.ଇସ୍ରାଏଲ ଏୟାରଫୋର୍ସ କହିଛି ଯେ ବଙ୍କର ଧ୍ୱଂସ ଅଭିଯାନରେ ୫୦ ଯୁଦ୍ଧ ବିମାନ ସାମିଲ ହୋଇଥିଲେ। ଇସ୍ରାଏଲ ସାମରିକ ଗୁଇନ୍ଦା ବିଭାଗ ଓ ମୋସାଦର ମିଳିତ ସହାୟତାରେ ମାଟି ତଳେ ଥିବା ଠିକଣାକୁ ଧ୍ୱଂସ କରାଯାଇଛି।

  6. 6.ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ରୁଷ୍‌ ତେଲ କ୍ରୟ ଉପରେ ଲଗାଯାଇଥିବା କଟକଣାକୁ ଆମେରିକା ୩୦ ଦିନ ପାଇଁ କୋହଳ କରିଛି। ତେଣୁ ଭାରତ ଏବେ ଅବାଧରେ ରୁଷରୁ ବିପୁଳ ପରିମାଣର ତେଲ କିଣିପାରିବ।

  7. 7.ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାନୁଯାୟୀ ୨୦୦୨ ଭୋଟର ତାଲିକାକୁ ଏକ ମୂଳ ଆଧାର ଭାବେ ବ୍ୟବହାର କରି ୨୦୨୫ ଭୋଟର ତାଲିକା ସହିତ ମ୍ୟାପିଂ କରାଯିବ।ମ୍ୟାପିଂ ସମୟରେ ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ନାମ, ବୟସ/ଜନ୍ମତାରିଖ, ମତଦାନ କେନ୍ଦ୍ର, ଭାଗ ସଂଖ୍ୟା ଓ EPIC ବିବରଣୀ ମିଳାଯିବ। 

  8. 8.ଫେବ୍ରୁଆରି ୨୭ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣ ୪.୮୮ ବିଲିଅନ୍‌ ଡଲାର ବୃଦ୍ଧି ପାଇଛି।

  9. 9.କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍‌ଘାଟିତ ହୋଇଛି।

  10. 10.ଏତିହାଦ ଏୟାରୱେଜ୍ ଘୋଷଣା କରିଛି ଯେ ଏହା ମାର୍ଚ୍ଚ ୬ରୁ ମାର୍ଚ୍ଚ ୧୯ ମଧ୍ୟରେ ସୀମିତ ବାଣିଜ୍ୟିକ ଉଡ଼ାଣ ପୁନଃ ଆରମ୍ଭ କରିବ।

  11. 11.କର୍ଣ୍ଣାଟକ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ କର୍ଣ୍ଣାଟକରେ ସୋସିଆଲ ମିଡିଆ ବ୍ୟାନ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଘୋଷଣା କରିଛନ୍ତି ।

  12. 12.ଯୁଦ୍ଧରେ ପ୍ରଭାବିତ ହେବା ଫଳରେ କତର ଏଲ୍‌ଏନ୍‌ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ୍‌) ଉତ୍ପାଦନ ବନ୍ଦ କରିଛି। ଦେଶର ସର୍ବବୃହତ୍‌ ରପ୍ତାନି କେନ୍ଦ୍ର ଉପରେ ଇରାନ ଡ୍ରୋନ ଆକ୍ରମଣ କରି କ୍ଷତି ପହଞ୍ଚାଇବା ପରେ କତର ଏଭଳି ନିଷ୍ପତ୍ତି ନେଇଛି।

  13. 13.ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର‌ ସେନ୍‌ସେକ୍ସ ୧୦୯୭ ପଏଣ୍ଟ୍‌ ହ୍ରାସ ପାଇ ୭୮,୯୧୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୧୫ ପଏଣ୍ଟ୍‌ ହ୍ରାସ ପାଇ ୨୪,୪୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

  14. 14.ଓଡିଶାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା ଅଛି । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ । ଉତ୍ତର ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀରେ କାଳବୈଶାଖି ବର୍ଷା ହେବ ।

  15. 15.ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା (କେଆଇଟିଜି)ର ପ୍ରଥମ ସଂସ୍କରଣ ଛତିଶଗଡ଼ର ୩ଟି ସହର ରାୟପୁର, ଜଗଦଲପୁର ଓ ସରଗୁଜାରେ ଅନୁଷ୍ଠିତ ହେବ। ଏହା ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.