-
1.ପଶ୍ଚିମ ଏସିଆରେ ଭୟଙ୍କର ସଂଘର୍ଷ ଏକ ବିପଜ୍ଜନକ ମୋଡ଼ ନେଇଛି। ଇସ୍ରାଏଲ-ଆମେରିକୀୟ ମିଳିତ ଅପରେସନ ଏପିକ ଫ୍ୟୁରିର ଅଷ୍ଟମ ଦିନରେ ଯୁଦ୍ଧ ଉପସାଗରୀୟ ଦେଶଗୁଡ଼ିକୁ ବ୍ୟାପିଛି, ଯାହା ବିଶ୍ୱ ଉତ୍ତେଜନା ବୃଦ୍ଧି କରିଛି।
-
2.ଇରାନର ତୈଳ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ କାରାଜ ପଶ୍ଚିମ ସମେତ ତିନୋଟି ଅଞ୍ଚଳରେ ଥିବା ଇନ୍ଧନ ଡିପୋ ଉପରେ ଆକ୍ରମଣ ହୋଇଛି। ଏକ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିଛି।
-
3.ସାଉଦି ଆରବ, କତର, ଯୁଏଇ, ବାହାରିନ ଓ ଜୋର୍ଡାନ ଆଦି ଦେଶମାନଙ୍କରେ ପୁଣି ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି ଇରାନ।
-
4.ମଧ୍ୟପ୍ରାଚ୍ୟ ଯୁଦ୍ଧର ଅଷ୍ଟମ ଦିବସରେ ଅର୍ଥାତ୍ ଶନିବାର ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଜୋର୍ଡାନସ୍ଥିତ ମୁୱାଫାକ୍ ସଲ୍ତି ବାୟୁସେନା ଘାଟିରେ ମୁତୟନ ହୋଇଥିବା ଆମେରିକାର ଥଡ୍ ରେଡାର ସିଷ୍ଟମ ଧ୍ବଂସ ପାଇଛି।
-
5.ଦିଲୀପ ରାୟଙ୍କ ସମ୍ପତ୍ତି ପ୍ରାୟ ୩୧୩ କୋଟିରୁ ଖସି ୭୦ କୋଟିରେ ପହଞ୍ଚିଯାଇଛି। ଅନ୍ୟପଟରେ ସନ୍ତୃପ୍ତ ମିଶ୍ରଙ୍କ ସମ୍ପତ୍ତି ପ୍ରାୟ ୪୮୨ କୋଟିରୁ ବଢ଼ି ୫୯୫ କୋଟିରେ ପହଞ୍ଚିଛି।
-
6.ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍ପିଜି ଦର ଆଜିଠାରୁ ବଢ଼ାଇ ଦେଇଛନ୍ତି। ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଛି।
-
7. କୋର୍ଟରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ପ୍ରୟାଗରାଜ ଯାଉଥିବା ରେୱା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା।
-
8.ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଜଣେ ଶିଶୁ ବିରୋଧରେ ଯୌନ ନିର୍ଯାତନା ଘଟଣା ଏକ ଗୁରୁତର ଅପରାଧ। ଏଭଳି ଘଟଣାର ପଞ୍ଚାୟତସ୍ତରରେ ସମାଧାନ କରାଯାଇ ପାରିବ ନାହିଁ।
-
9.ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ପ୍ରାୟ ୧ କୋଟି ୨ ଲକ୍ଷ ୧୨ ହଜାର ୧୬୫ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି ଟଙ୍କା। ରାଜ୍ୟ ସରକାର ୫ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ।
-
10.ଏକ ଦୁଃଖଦ ଘଟଣାକ୍ରମରେ କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାରରେ ବୁଡ଼ିଯାଇ ୩ ଜଣ ଦଶମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଛାତ୍ରମାନେ କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ବୋଲି ଜଣାପଡିଛି।
-
11.ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ୧୩୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବା ସହ ୧୨୪ ଅତ୍ୟାଧୁନିକ ବନ୍ଧୁକ ହସ୍ତାନ୍ତର କରିଛନ୍ତି।
-
12.ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ।
-
13.ସର୍ବ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷା (UPSC)ରେ ଅଲ୍ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା।
-
14.ରାଜ୍ୟରେ ଜଙ୍ଗଲ ଜମିଗୁଡ଼ିକର ସୀମା ନିର୍ଦ୍ଧାରଣ ଓ ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ତାରିଖ ସୁଦ୍ଧା ସମସ୍ତ ପ୍ରକାରର ସୀମା ନିର୍ଦ୍ଧାରଣ ଓ ଡାଟାବେସ୍ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଛି ।
-
15.କୋଣାର୍କଠାରେ ଆଜିଠୁ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ୬ଦିନ ଧରି ଚାଲିବ, ଯେଉଁଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୦୦ ଜଣ ମିଶନ ଶକ୍ତି ବ୍ଲକସ୍ତରୀୟ ସଂଘର ସଭାପତି ଓ ସଂପାଦକଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମଚାରୀମାନେ ଅଂଶଗ୍ରହଣ କରିବେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
