-
1.ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରକୁ ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ଓ ଅର୍ଥନୈତିକ ପଦକ୍ଷେପ ବୋଲି କହିଛନ୍ତି।
-
2.ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ୧.୪% ବୃଦ୍ଧି ପାଇ ଡଲାର ପିଛା ୯୦.୨୭ ସ୍ତରରେ ପହଞ୍ଚିଛି।
-
3.ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାରଙ୍କୁ ପୁଣି ବଡ଼ ଦାୟିତ୍ୱ ଦେଇଛନ୍ତି । ସୁନେତ୍ରାଙ୍କୁ ଗାର୍ଡିଆନ ମିନିଷ୍ଟର ଦାୟିତ୍ୱ ଦେଲେ ସରକାର ।
-
4.ମଣିପୁରରେ ରାଷ୍ଟ୍ରପତି ଶାସନର ପ୍ରାୟ ଗୋଟିଏ ବର୍ଷ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପୂର୍ବତନ ମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହଙ୍କୁ ବିଜେପି ଦଳ ଦ୍ୱାରା ମନୋନୀତ କରାଯାଇଛି ।
-
5.ଦିଲ୍ଲୀର ରେଖା ଗୁପ୍ତା ସରକାର ଚଳିତ ବର୍ଷ ହୋଲି ଏବଂ ଦୀପାବଳିରେ ଗରିବ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବ। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
6. ମହରାଷ୍ଟ୍ରର ନଭି ମୁମ୍ବାଇରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଲୋନାୱାଲାର ଟାଇଗର ପଏଣ୍ଟ ଭ୍ୟାଲିରେ ମୁମ୍ବାଇରୁ ଟ୍ରେକିଂ ପାଇଁ ଆସିଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କର ଡ୍ୟୁକ୍ ନୋଜ୍ ଅଞ୍ଚଳରେ ହଠାତ୍ ମୃତ୍ୟୁ ଘଟିଛି।
-
7.ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ। ପିଣ୍ଡଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
-
8.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଲେ ।
-
9.ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି ।
-
10.ମଙ୍ଗଳବାର ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୫.୯ ରେକର୍ଡ କରାଯାଇଛି।
-
11.ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ନୂଆ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
-
12.ପଞ୍ଜାବର ପତିଆଲାରେ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ପାୟଲ ନାଗା ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ରାଙ୍କିଂ ରାଉଣ୍ଡରେ ରୌପ୍ୟ ଏବଂ ବ୍ୟକ୍ତିଗତ ଇଭେଣ୍ଟ୍ରେ କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
-
13.ପଞ୍ଜାବର ଲୁଧିଆନାଠାରେ ଚଳିତ ଫେବ୍ରୁଆରି ୩-୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ଵିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାର ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି।
-
14.ଆଇସିସି ଟି୨୦ ବିଶ୍ବକପ-୨୦୨୬ରେ କାନାଡାର ଟିମରେ ମୋଟ ୧୧ ଜଣ ଭାରତୀୟ ଖେଳାଳି ଅଛନ୍ତି। ସେହିପରି ୟୁଏସ୍ଏ ଦଳରେ ୯ ଜଣ ଭାରତୀୟ, ଓମାନର ଦଳରେ ୭ ଜଣ ଭାରତୀୟ ଏବଂ ୟୁଏଇରେ ୭ ଜଣ ଭାରତୀୟମୂଳ ଖେଳାଳି ଅଛନ୍ତି।
-
15.ଚୀନର ତିଆଁଜିଁରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ବାଦଶ ଏସୀୟ ଇନ୍ଡୋର୍ ଦୌଡ଼କୁଦ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଭାରତରୁ ପ୍ରତିନିଧିତ୍ଵ କରିବେ। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ୧୭ ଜଣିଆ ଦଳ ଏହି ପ୍ରତିଯୋଗିତାକୁ ପଠାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
