-
1.ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (ନୋରାଡ୍) ଘୋଷଣା କରିଛି ଯେ ଆମେରିକାର ବିମାନ ଉତ୍ତର-ପଶ୍ଚିମ ଗ୍ରିନଲାଣ୍ଡର ପିଟୁଫିକ୍ ସ୍ପେସ୍ ବେସରେ ପହଞ୍ଚିଛି, ଯାହା ପୂର୍ବରୁ ଥୁଲେ ଏୟାର ଫୋର୍ସ ବେସ୍ ଭାବରେ ଜଣାଶୁଣା। ଆମେରିକାର ଏଭଳି ପଦକ୍ଷେପ ବିରୋଧରେ ଗ୍ରିନଲାଣ୍ଡବାସୀ ଏକୁଜଟ ହୋଇଛନ୍ତି।
-
2.ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଦ୍ୱିତୀୟ ମହିଳା ଉଷା ଭାନ୍ସଙ୍କ ଘର ପୁଣି ଥରେ ଆନନ୍ଦରେ ପରିପୂର୍ଣ୍ଣ ହେବାକୁ ଯାଉଛି। ଉଷା ଭାନ୍ସ ଚଳିତ ବର୍ଷ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନକୁ ଜନ୍ମ ଦେବେ ବୋଲି ଆଶା କରାଯାଉଛି।
-
3.ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ରୁଷିଆ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେନେଟ୍ ଅନୁମୋଦନର ଆବଶ୍ୟକତା ନାହିଁ।
-
4.ହାଇକୋର୍ଟ ଦୁଇଟି ଅଦାଲତ ଅବମାନନା ମାମଲର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଉଚ୍ଚଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ଏପରି ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରାଯାଇଛି।
-
5.ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି।
-
6.ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୮୨୬ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୩୨ଟି କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି ।
-
7. ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ ଗଣନା । ଏହି ଗଣନା ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
-
8.ନିର୍ବାଚନ ବର୍ଷ ୨୦୨୪-୨୫ ରେ, ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିବା ଦଳର ଅଡିଟ୍ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବିଜେପି ନିର୍ବାଚନରେ ମୋଟ ୩.୩୩୫.୩୬ କୋଟି ଖର୍ଚ୍ଚ କରିଛି, ଯାହା କଂଗ୍ରେସର ଖର୍ଚ୍ଚର ପ୍ରାୟ ଚାରି ଗୁଣ । କଂଗ୍ରେସ ଖର୍ଚ୍ଚ କରିଛି ୮୯୬.୨୨ କୋଟି ଟଙ୍କା ।
-
9.ନିତିନ ନବୀନ ୪୫ ବର୍ଷୀୟ ମଙ୍ଗଳବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦରେ ଆସୀନ ହେବାରେ ସର୍ବକନିଷ୍ଠ ନେତା।
-
10.ୟୁପିଆଇ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ଫୋନ୍ପେ ପ୍ରାରମ୍ଭିକ ପବ୍ଲିକ୍ ଅଫର୍ (ଆଇପିଓ) ଆଣିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କମ୍ପାନିର ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଆଇପିଓ ଜରିଆରେ କମ୍ପାନି ପ୍ରାୟ ୧୨ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛି।
-
11. ପଶୁ କର୍ମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ପୋଡକାଷ୍ଟ ସମୟରେ ବୁଲା କୁକୁର ମାମଲାରେ କୋର୍ଟଙ୍କ ବିଚାରଧାରା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି।
-
12. ଜାନୁଆରୀ ୨୦, ୨୦୨୬, ରୁପା-ଭିତ୍ତିକ ଏକ୍ସଚେଞ୍ଜ-ଟ୍ରାଡେଡ୍ ଫଣ୍ଡ (ସିଲଭର୍ ETFs) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ମାର୍ଚ୍ଚ ମାସରେ ରୁପା ଫ୍ୟୁଚର୍ସ କିଲୋଗ୍ରାମ ପିଛା ୩୧୮,୦୦୦ ଅତିକ୍ରମ କରିଛି । ବିଶ୍ୱ ଉତ୍ତେଜନା ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ରୁପା ଚମକୁଛି ।
-
13.ଗୁଣପୁର ଉପଖଣ୍ଡ ମେଡିକାଲ ପରିସରରେ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଏହା ନିର୍ମାଣ ହୋଇଥିଲେ ମଧ୍ୟ ରୋଗୀଙ୍କ କାମରେ ଆସିପାରିଲା ନାହିଁ । ଭୂବନେଶ୍ବର ଏକ ଯାନ୍ତ୍ରିକ ଦଳ ଗତ ଦୁଇଦିନ ମରାମତି କରିବା ପରେ ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହୋଇଛି ।
-
14.ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୧୦୬୬ ପଏଣ୍ଟ ତଳକୁ ଖସି ୮୨୧୮୦.୪୭ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲିର ଶେଷ କାରବାର ତୁଳନାରେ ଏଥିରେ ୧.୨୮ ପ୍ରତିଶତ ହ୍ରାସ ଘଟିଛି।
-
15. ଆଇଆଇଟି ଦିଲ୍ଲୀ ପକ୍ଷରୁ ଆୟୋଜିତ ସ୍କୁଲ୍ ୟୁଥ୍ ଆଇଡିଆଥନ୍-୨୦୨୫ରେ ଓଡିଏମ୍ ପବ୍ଲିକ ସ୍କୁଲ ରାଜ୍ୟରେ ପ୍ରଥମ ଓ ଦେଶରେ ତୃତୀୟ ସ୍ତାନରେ ରହିଛି। ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ ଫାଇନାଲ୍ରେ ୧୩୦୦୦ରୁ ଅଧିକ ସ୍କୁଲ ଭାଗ ନେଇଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
