-
1.ଆର୍ଥିକ ଏବଂ ସାମାଜିକ ଭାବରେ ଦୁର୍ବଳ ବର୍ଗ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଏକ ‘ଜାତୀୟ ମିସନ’ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
2.ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ବୃହତ ଚୁକ୍ତି ଆସନ୍ତା ମାସରେ ଚୂଡ଼ାନ୍ତ ହେବ।
-
3.କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ ‘୧୦-ମିନିଟ ଡେଲିଭରି’ ଦାବିକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି।
-
4.ରାଜ୍ୟ ସରକାର ନୂଆ ଲୋକସେବା ଭବନ, ନୂଆ ବିଧାନସଭା, ବିପର୍ଯ୍ୟୟ ପରିଚାଳନା ଭବନ ଏବଂ ଅନ୍ୟାନ୍ୟ ଅଫିସ୍ ପାଇଁ ତିନିଟି ୧୨ମହଲା ବିଶିଷ୍ଟ କୋଠା (୩ବି+ଜି+୧୧) ଏବଂ ନୂଆ ବିଧାନସଭା ପାଇଁ (ବି+ଜି+୧) କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
5.ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଆମେ ପଢ଼ିବା ଆମ ଭାଷାରେ’ ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ସହ ସମନ୍ୱୟରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ।
-
6.‘ସୁଭଦ୍ରା’ ଟଙ୍କା ୧୮ ତାରିଖ ଭିତରେ ମିଳିବ, ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
-
7.କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୭୦୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
-
8. ଯାଜପୁର ଅବକାରୀ ପୁଲିସ ପାଣିବୋତଲ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ଜବତ କରିବା ସହ ୨ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି। ଜବତ ଗଞ୍ଜେଇର ପରିମାଣ ୧୬୦ କେଜି।
-
9. ଇରାନରେ ହିଂସା ତୀବ୍ର ହେବାରେ ଲାଗିଛି। ଇରାନରେ ହିଂସାରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ୧୦,୦୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି ।
-
10.ବଜାରରେ ସୁନା ଓ ରୁପା ଦର ଗତ କିଛିମାସ ହେଲା ମାତ୍ରାଧିକ ହାରରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ରୁପା ଦର କିଲୋଗ୍ରାମ ପିଛା ଭୁବନେଶ୍ଵର ବଜାରରେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨,୯୨,୦୦୦ ଟଙ୍କାରେ ପହଞ୍ଚିଛି।
-
11.ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ନିକଟରେ ୩.୫ ଭଳି ନିମ୍ନ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
-
12.ଭାରତରୁ ୨୦୨୫ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ହୋଇଛି । ତେବେ ଆଗକୁ ସେମିକଣ୍ଡକ୍ଟର ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଯୋଗୁ ଏହି ରପ୍ତାନି ଆହୁରି ବଢ଼ିବା ଆଶା ରହିଛି ।
-
13.ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଅଶ୍ଳୀଳ ନୃତ୍ୟ ବିରୁଦ୍ଧରେ ଜନମତ ବି ସ୍ପଷ୍ଟ ଅଛି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନହେଉ । ଏନେଇ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାର ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ଜଣାଇଛନ୍ତି ।
-
14.ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ କୁକୁର କାମୁଡ଼ା ଏବଂ ମୃତ୍ୟୁର ପ୍ରତ୍ୟେକ ମାମଲା ପାଇଁ ଭାରି କ୍ଷତିପୂରଣ ଲାଗୁ କରାଯାଇପାରିବ।
-
15.ଓଡିଶା ରାଜ୍ୟରେ ବୁଥ୍ (ମତଦାନ କେନ୍ଦ୍ର) ସଂଖ୍ୟା ବଢ଼ାଯାଇଛି। ପୂର୍ବରୁ ୩୬ହଜାର ବୁଥ୍ ଥିଲା। ଏବେ ଆହୁରି ୭ହଜାର ବଢ଼ାଇ ୪୩ହଜାର ବୁଥ୍ କରାଯାଇଛି। ପ୍ରତି ବୁଥ୍ରେ ଯେପରି ସର୍ବାଧିକ ୧୨୦୦ ଭୋଟର୍ ରହିବେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
