• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ଶକ୍ତିଶାଳୀ ରକେଟ୍ PSLV-C62 ଜରିଆରେ ‘ଅନ୍ୱେଷା’ ନାମକ ଏକ ଅତ୍ୟାଧୁନିକ ସାଟେଲାଇଟ୍ ଉତ୍କ୍ଷେପଣ କରିବାକୁ ଯାଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ‘ସୁପର ପାୱାର’ ଭାବେ କାର୍ଯ୍ୟ କରିବ।

  2. 2.ଇରାନରେ ସରକାର ବିରୋଧୀ ବିଦ୍ରୋହ ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଛି। ଅର୍ଥନୈତିକ ସଙ୍କଟ, ମୂଲ୍ୟବୃଦ୍ଧି ଓ ଦମନମୂଳକ ଶାସନ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଛି, ଯାହା ଇସଲାମିକ ଗଣତନ୍ତ୍ରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।

  3. 3.ଆମେରିକା ଏକ ଅଜ୍ଞାତ ଓ ଅତ୍ୟଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଟାର୍ଗେଟ୍ କରି ସାମରିକ ଅଭିଯାନ  କରିଛି । ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ, ଏହି ଅପରେସନରେ ପ୍ରାୟ ୧୦୦ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି।

  4. 4.ଆମେରିକାର କେନ୍ଦ୍ରୀୟ କମାଣ୍ଡ(ସେଣ୍ଟ୍‌କମ୍) ବାହିନୀ ଓ  ସହଯୋଗୀ ବାହିନୀର ମିଳିତ  ଅପରେସନ୍ ‘ହକ୍ ଆଇ’ ଅଭିଯାନରେ ସିରିଆରେ ଅନେକ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଶିବିର ଉପରେ   ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି।

  5. 5.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଗ୍ରୋକ୍ ଏଆଇ ସହିତ ଜଡିତ ଅଶ୍ଳୀଳ ବିଷୟବସ୍ତୁ ବିବାଦ ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛି। ଏହା ଭାରତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବ ବୋଲି କମ୍ପାନୀ ଭାରତ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି।

  6. 6.କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି।

  7. 7.ଗତବର୍ଷ (୨୦୨୫)ରେ ଦେଶରେ ୨୩ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ ଯାନ (ଇଭି) ବିକ୍ରି ହୋଇଛି ଯାହା ୨୦୨୪ରେ ହୋଇଥିବା ବିକ୍ରି ତୁଳନାରେ ୪ ପ୍ରତିଶତ ଅଧିକ। ବିଭିନ୍ନ ରାଜ୍ୟ ସରକାର ଦେଇଥିବା ପ୍ରୋତ୍ସାହନ ଓ ଉତ୍ସବ ଋତୁ ଅଫର ପ୍ରଭାବରେ ଇଭି ବିକ୍ରି ବଢ଼ିଛି।

  8. 8.ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି।

  9. 9.ଦେଶର ସାଧାରଣ ବଜେଟ ଫେବୃଆରୀ ୧, ୨୦୨୬ ରେ ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି।

  10. 10.ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ ହୋଇଛି ।

  11. 11.ଭୁବନେଶ୍ୱରରୁ ଦୁର୍ଦ୍ଦାନ୍ତ ଅପରାଧୀ ନିରଞ୍ଜନ ସ୍ୱାଇଁ (ନଣ୍ଡା) ଗିରଫ । ନଣ୍ଡାକୁ ଧଉଳି ଥାନା ପୁଲିସ ଗିରଫ କରିଛି । ନଣ୍ଡା ନାଁରେ ପୂର୍ବରୁ କମିଶନରେଟ ପୁଲିସର ବିଭିନ୍ନ ଥାନାରେ ୭୮ଟି ମାମଲା ରହିଛି ।

  12. 12.ରାସ୍ତାରୁ ବାଲି ହଟାଇବା ପାଇଁ କଡା ତାଗିଦ କଲେ ପରିବହନ ଆୟୁକ୍ତ । ଏନଏଚ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ରାସ୍ତାରୁ ବାଲି ହଟାଇବାକୁ ଚିଠି ଲେଖିଲେ ଆୟୁକ୍ତ ।

  13. 13.ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ପରିବାର ପେନ୍‌ସନରେ ସାମିଲ କରିବା ନେଇ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ ଶନିବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି।

  15. 15.ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍ ଆସିବାର ନିୟମ ପାଳନ କରିନଥିବା କିଛି କର୍ମଚାରୀଙ୍କର ବାର୍ଷିକ ଦରମା ବୃଦ୍ଧି ପ୍ରକ୍ରିୟାକୁ କର୍ପୋରେଟ୍ ସ୍ତରରେ ବନ୍ଦ ରଖାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.