• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆସନ୍ତା ଆର୍ଥିକ ବର୍ଷ ୨୦୨୬-୨୭ର ବଜେଟ୍‌ ଫେବ୍ରୁଆରି ୧ ତାରିଖ ରବିବାର ଦିନ ଉପସ୍ଥାପନ ହେବ। ଏହାକୁ ଦୃଷ୍ଟିରେ ରଖି ବଜେଟ୍‌ ଦିନ ରବିବାର ହୋଇଥିଲେ ମଧ୍ୟ ଦେଶର ଦୁଇ ଷ୍ଟକ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବଜେଟ୍‌ ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ଟ୍ରେଡିଂ ହେବ।

  2. 2.କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ରୋଡ୍‌ ଶୋରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି।

  3. 3.ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ହାୱଡ଼ା ଏବଂ ଗୌହାଟି ମଧ୍ୟରେ ଚାଲିବାକୁ ଥିବା ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି

  4. 4.ଗତ ଡିସେମ୍ବର ମାସରେ ଦେଶରେ ଇଣ୍ଡିଗୋ ବିମାନ ସେବା ବ୍ୟାଘାତ ଘଟଣାରେ କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ । କମ୍ପାନୀ ଉପରେ ୨୨ କୋଟି ୨୦ ଲକ୍ଷ ଜୋରିମାନା ଲାଗୁ କରିଛି ଡ଼ିଜିସିଏ ।

  5. 5.ମହାପ୍ରଭୁଙ୍କ ରତ୍ନ ଗଣତି ନେଇ ବଡ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାରଙ୍କ ଅନୁମତି ଗଣତି ହେବା ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କକୁ ନେଇ ମଧ୍ୟ ବଡ ସୂଚନା ଦେଇଛନ୍ତି, ସେ କହିଛନ୍ତି ଯେ, ନୂଆ ସେଟ ତିଆରି ସରିଛି । ଶୁଭ ଲଗ୍ନ ଦେଖି ମହାପ୍ରଭୁଙ୍କୁ ଲାଗି ହେବ ।

  6. 6.ତାମିଲନାଡୁର ମହାବଳୀପୁରମର ପଟ୍ଟିକାଡୁ ଗ୍ରାମରେ ଗତ ଦଶ ବର୍ଷ ଧରି ଶିବଲିଙ୍ଗ ନିର୍ମାଣ ଚାଲିଛି। ୩୩ ଫୁଟ ଉଚ୍ଚ ଶିବଲିଙ୍ଗ ଏକ କଳା ଗ୍ରାନାଇଟ୍ ମୋନୋଲିଥ୍ ପଥରରେ ତିଆରି। ଏହି ଶିବଲିଙ୍ଗ କଳାକାରମାନଙ୍କ ଦ୍ୱାରା ୧୦ ବର୍ଷର ଅକ୍ଲାନ୍ତ କଠିନ ପରିଶ୍ରମ ପରେ ସମାପ୍ତ ହୋଇଛି। 

  7. 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାକୁ ପରିଚାଳନା କରିବା ପାଇଁ ଏକ ଶାନ୍ତି ବୋର୍ଡ ଗଠନ ଘୋଷଣା କରିଛନ୍ତି। 

  8. 8.ପୁରୀ ପାର୍କିଂ ଫି ଆଉ ୫୦୦ ନୁହେଁ, ଏଣିକି ୨୪୦ ଟଙ୍କା ଦେବାକୁ ପଡ଼ିବ। ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା।

  9. 9.ଗୋମାଫିଆଙ୍କୁ ନିସ୍ତାର ନାହିଁ। କେନ୍ଦୁଝର, ମୟୂରଭଞ୍ଜ,କଟକ,ବାଲେଶ୍ଵର ଓ ପୁରୀ ଆଦି ୫ ଜିଲ୍ଲାରେ କେନ୍ଦୁଝର ପୁଲିସର ‘ ଅପରେସନ୍ ଗୋ ରକ୍ଷକ’ ୪୦ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରିଛି ।  

  10. 10.ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। 

  11. 11.ପର୍ସନାଲ କମ୍ପ୍ୟୁଟର (ପିସି) ଦାମ୍‌ରେ ୪ରୁ ୬ ପ୍ରତିଶତ, ସ୍ମାର୍ଟଫୋନ୍‌ ଦାମ ୩ରୁ ୫ ପ୍ରତିଶତ ବଢ଼ିବ ବୋଲି ଆଶଙ୍କା କରାଯାଉଥିବା ବଜାର ଗବେଷଣା ସଂସ୍ଥା ଆଇଡିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଚିପ୍‌କୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକରେ ବ୍ୟବହାର କରାଯାଉଥିଲା। 

  12. 12.ଗତ ଡିସେମ୍ବର ମାସରେ ଭାରତର ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ହାର ମାତ୍ର ୧.୮୬ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଏହି ସମୟରେ ଦେଶକୁ ବିଭିନ୍ନ ରାଷ୍ଟ୍ରରୁ ହେଉଥିବା ଆମଦାନି ୮.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି।

  13. 13.ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ଫ୍ୟାମିଲି ପେନସନପାଇବା ପାଇଁ ହକଦାର୍‌ ନୁହଁନ୍ତି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଗ୍ରହଣୀୟ ନୁହେଁ।

  14. 14.ଭାରତୀୟ ୧୯ବର୍ଷରୁ କମ୍‌ ଦଳର ବିସ୍ମୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଶନିବାରର ବାଂଲାଦେଶ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଆଉ ଏକ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଭାରତ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ନିଜ ସ୍ବାଭାବିକ ଆକ୍ରଣାତ୍ମକ ବ୍ୟାଟିଂକୁ ଜାରି ରଖି ସେ ୬୭ ବଲ୍‌ରୁ ୭୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ସେଥିମଧ୍ୟରେ ଥିଲା ୬ଟି ଚୌକା ଓ ତିନିଟି ଚୌକା।

  15. 15.ଇନ୍ଦୋରରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ ମଧ୍ୟରୁ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଜିତିଥିବାରୁ ଶୃଙ୍ଖଳା ଏବେ ୧-୧ରେ ବରାବର ରହିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.