• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାପାନର ସଂସଦ ମଙ୍ଗଳବାର ଅତିରକ୍ଷଣଶୀଳ ସାନେ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି।

  2. 2.ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ହ୍ରାସ ପାଇଛି। ବଜାରରେ ଚାହିଦା ତୁଳନାରେ ଅଧିକ ତେଲ ରହିଥିବାରୁ ଦାମ୍ କମ୍ ହୋଇଛି।

  3. 3.ଟାଟା ଟ୍ରଷ୍ଟ୍‌ସ ପକ୍ଷରୁ ବେଣୁ ଶ୍ରୀନିବାସନଙ୍କୁ ଟ୍ରଷ୍ଟି ଭାବେ ଆଜୀବନ ନିଯୁକ୍ତି ପ୍ରଦାନ କରାଯାଇଛି।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ଭାରତୀୟ ଅର୍ଥନୀତିର କୌଣସି କ୍ଷତି କରିପାରିବନି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅକ୍ଟୋବର ମାସ ବୁଲେଟିନ୍‌ରେ ଏଭଳି କହିଛି।

  5. 5.ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି।

  6. 6.ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୁଲିସ ବେଆଇନ ଜବତ ବାଣ ବିସ୍ଫୋରଣ କରାଇବା ଯୋଗୁ ଏଭଳି ଅଘଟଣ ଘଟିଛି। ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝରକା ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି।

  7. 7.ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି।

  8. 8.କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ଏକ ବିସ୍ତୃତ ରିପୋର୍ଟରୁ ଜଣାପଡିଛି ଯେ, ଭାରତ ଚଳିତ ପାର୍ବଣ ଋତୁରେ ରେକର୍ଡ ଭାଙ୍ଗି ୬.୦୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛି।

  9. 9.ବାଣଫୁଟାଜନିତ ଭାରତର ପ୍ରଦୂଷିତ ବାୟୁ ପଡ଼ୋଶୀ ଦେଶକୁ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତଥା ଏହାର ରାଜଧାନୀ ଲାହୋରରେ ବାୟୁ ଗୁଣବତ୍ତାରେ ତୀବ୍ର ହ୍ରାସ ଘଟାଇଛି।

  10. 10.ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ସମୟସୀମାକୁ ଉଲ୍ଲଂଘନ କରି କ୍ରମାଗତ ବାଣ ଫୁଟାଯିବା ଦ୍ଵାରା ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ଚାଲିଯାଇଛି।

  11. 11.ସମ୍ପ୍ରତି ସାରା ବିଶ୍ୱରେ ବିରଳ ଧାତୁ(Rare Earth) ଏଳିମେଣ୍ଟଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା ହେଉଛି। କୁହାଯାଉଛି ଯେ, ବିରଳ ଧାତୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ରାଷ୍ଟ୍ରଗୁଡ଼ିକର ଶକ୍ତି ଗତିଶୀଳତାକୁ ପରିବର୍ତ୍ତନ କରିବ। ବିରଳ ଧାତୁକୁ ୨୧ ଶତାବ୍ଦୀର "ନୂତନ ତେଲ" ମଧ୍ୟ କୁହାଯାଉଛି।

  12. 12.ମହାରାଷ୍ଟ୍ରର ଶାନିବାର ୱାଡା ଦୁର୍ଗରେ କିଛି ମହିଳା ନମାଜ ପାଠ କରିବା ପରେ ବିଜେପି ରାଜ୍ୟସଭା ସାଂସଦ ମେଧା କୁଲକର୍ଣ୍ଣି, ହିନ୍ଦୁ ସଂଗଠନର କର୍ମୀମାନଙ୍କ ସହିତ, ପୁଣେର ଐତିହାସିକ ଶାନିବାର ୱାଡା ଦେଇ ଶୋଭାଯାତ୍ରା କରିଥିଲେ ଏବଂ ମୁସଲିମ ମହିଳାମାନେ ନମାଜ ପାଠ କରିଥିବା ସ୍ଥାନକୁ ଶୁଦ୍ଧିକରଣ କରିଥିଲେ।

  13. 13.ବ୍ୟବସାୟୀମାନେ ପୂର୍ବ ବର୍ଷ ତୁଳନାରେ ଭାରତୀୟ ନିର୍ମିତ ସାମଗ୍ରୀର ବିକ୍ରୟରେ ୨୫% ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି।

  14. 14.ଆସନ୍ତା ୨୬ରେ ଦକ୍ଷିଣ ବଙ୍ଗୋପସାଗର ଏବଂ ୨୯ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ ଓ ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପାଇଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

  15. 15.ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେଲେ। ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ଵାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.