- 1.ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏବଂ ଜାପାନ ଇନୋଭେସନ୍ ପାର୍ଟି ଏକ ମେଣ୍ଟ ଚୁକ୍ତିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ଏହି ଚୁକ୍ତି ଫଳରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନେତା ତାକାଇଚି ସାନାଏଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ବାଟ ଫିଟିଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସ୍ ବ୍ରିକ୍ରାନ୍ତରେ ଦୀପାବଳି ପାଳନ କରିବା ସହ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଦେଇଛନ୍ତି ।
-
3.‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବୈଷୟିକ ଜ୍ଞାନକୌଶଳର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମ୍ବଲପୁର ଜିଲା ବୁର୍ଲା ଭିସୁଟ୍ର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ନିର୍ମିତ ଡ୍ରୋନ୍ ଏବେ ଚୀନ୍ ସୀମାରେ ନିୟୋଜିତ ହେବ।
-
4.ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ଘଟିଛି।
-
5.ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ, ତେବେ ଭାରତକୁ ଭାରୀ ଶୁଳ୍କ ଦେବାକୁ ପଡିବ। ଗତ ଗୁରୁବାର ଦିନ କରିଥିବା ତାଙ୍କ ଦାବିକୁ ଦୋହରାଇ ଟ୍ରମ୍ପ୍ କହିଛନ୍ତି।
-
6.ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ପକାଇ ଧ୍ୱଂସ କରିଥିବା ନେଇ ଆମେରିକାର ଦାବିରେ କୌଣସି ସତ୍ୟତା ନାହିଁ ।
-
7.ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ହ୍ୱାଇଟ୍ ହାଉସରେ ସାକ୍ଷାତ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ଟ୍ରମ୍ପ୍ ଜେଲେନ୍ସକିଙ୍କୁ ରୁଷର ସର୍ତ୍ତ ଗ୍ରହଣ କରିବାକୁ ଚାପ ପକାଇଥିଲେ।
-
8.ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର ଭୋଟର ତାଲିକାରେ ୯୬ ଲକ୍ଷ ନକଲି ଭୋଟର ଯୋଡ଼ା ଯାଇଛି ଏବଂ ନିର୍ବାଚନ କମିସନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଭୋଟର ତାଲିକାକୁ ଠିକ୍ ନକରି ସେମାନେ କିପରି ସ୍ଥାନୀୟ ସଂସ୍ଥା ନିର୍ବାଚନ କରିବେ।
-
9.କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚଳିତବର୍ଷ ଦୀପାବଳିକୁ ଏକ ଅନନ୍ୟ ଉପାୟରେ ପାଳନ କରିବା ପାଇଁ ପୁରୁଣା ଦିଲ୍ଲୀର ଏକ ପ୍ରସିଦ୍ଧ ମିଠା ଦୋକାନରେ ଯାଇ ପହଞ୍ଚି ମିଠା ଓ ଜିଲେପି ତିଆରି କରିବା ଆରମ୍ଭ କରିଥିଲେ।
-
10.ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି କହିଛନ୍ତି ଯେ, ଯଦି ଜଣେ ପତ୍ନୀ ଆର୍ଥିକ ଭାବରେ ସ୍ୱାବଲମ୍ବୀ ଏବଂ ସ୍ୱାଧୀନ। ସେ ରୋଜଗାର କରୁଛନ୍ତି ତେବେ ତାଙ୍କୁ ସ୍ଵାମୀଙ୍କ ପକ୍ଷରୁ ଭରଣପୋଷଣ ଦିଆଯାଇପାରିବ ନାହିଁ।
-
11. ରାଷ୍ଟ୍ରୀୟ ଜନତା ଦଳ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ମୋଟ ୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
-
12. ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହୋଇପଡିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଥିଲା।
-
13.IMF ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆମେରିକା ଏବଂ ଚୀନ୍ ବାଣିଜ୍ୟ ଉତ୍ତେଜନାକୁ କମ କରିବେ ଏବଂ ବିରଳ ପୃଥିବୀ ଉପାଦାନର ବିଶ୍ୱ ପ୍ରବାହରେ ବାଧା ଏଡାଇବେ।
-
14.ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ପିଣ୍ଟୁ ପଲେଇ ନାମକ ଯୁବକ ବାଣ ବିସ୍ଫୋରଣ ପରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
-
15.ହାଇଦ୍ରାବାଦର କୋମ୍ପାଲି ଅଞ୍ଚଳରେ ଜଣେ ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ମୃତକ ଭୁବନେଶ୍ୱରର ଭରତପୁର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସ୍ୱାମୀ ଓ ୪ ବର୍ଷର ପୁଅ ସହିତ ଗତ ଛଅ ମାସ ହେବ ସେଠାରେ ରହୁଥିଲେ।
-
16.ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଶକ୍ତିଶାଳୀ ହେବ । ଆଗାମା ଦିନରେ ଏହା ଅବପାତରେ ପରଣିତ ହେବ । ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
-
17.ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି।
-
18.ସୋମବାର କ୍ରମାଗତ ଚତୁର୍ଥ ଦିନ ପାଇଁ ଷ୍ଟକ୍ ବଜାରରେ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଯୋଗୁଁ ଷ୍ଟକ୍ ବଜାର ନିବେଶକଙ୍କୁ ଗତ ୪ଟି ସେସନରେ ୧୦ ଲକ୍ଷ କୋଟିରୁ ଅଧିକ ଲାଭ ମିଳିଛି। ଏହି ସମୟ ମଧ୍ୟରେ, ଷ୍ଟକ୍ ବଜାରରେ ୨.୭୫% ରୁ ଅଧିକ ବୃଦ୍ଧି ହୋଇଛି।
-
19.ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି। ଏମିତିରେ ୨୦୧୩ ଏପ୍ରିଲରୁ ଷ୍ଟକ୍ ବଜାରରେ କାରବାର ବନ୍ଦ ହୋଇଯାଇଥିଲା।
-
20.ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପରେ, ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ୭ ରନରେ ବାଂଲାଦେଶ ମହିଳା ଦଳକୁ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
