• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ଗୱାଇ ପ୍ରଧାନ ବିଚାରପତି ଭାବେ ଅବସର ଗ୍ରହଣ କରିବା ପରେ ସୁପ୍ରିମ୍‌କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ। 

  2. 2.ସୁପ୍ରିମ୍‌କୋର୍ଟ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ବୁଲା କୁକୁର ଆକ୍ରମଣ ଘଟଣା ବିଦେଶୀ ରାଷ୍ଟ୍ରମାନଙ୍କ ଆଗରେ ଦେଶର ଛବି ଖରାପ କରୁଛି।

  3. 3.ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣ କ୍ଷେତ୍ରରେ ବିକାଶ, ସୁରକ୍ଷା ଏବଂ ପରିବେଶକୁ ପ୍ରୋତ୍ସାହିତ କରୁଛି ବୋଲି କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା କହିଛନ୍ତି।

  4. 4.ଦ୍ଵିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର, ଗୋଆ, ପୁଡୁଚେରୀ, ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା ଏସ୍‌ଆଇଆର୍‌ ହେବ । ପାଖାପାଖି ୫୧ କୋଟି ଭୋଟରଙ୍କ ପାଇଁ ଉକ୍ତ ଏସ୍‌ଆଇଆର୍‌ ହେବ। 

  5. 5.କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଖରିଫ ୨୦୨୫-୨୬ ଋତୁ ପାଇଁ ଡାଲି ଏବଂ ତୈଳବୀଜ ପାଇଁ କ୍ରୟ ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ରାଜ୍ୟଗୁଡ଼ିକ ପାଇଁ ମୋଟ ଅନୁମୋଦିତ କ୍ରୟ ପରିମାଣ ଟ.୧୫,୦୯୫.୮୩ କୋଟି ହେବ, ଯାହା ସମ୍ପୃକ୍ତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଲାଭ ପ୍ରଦାନ କରିବ। 

  6. 6.ଋଷିକେଶର ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମଣ ଝୁଲା ସ୍ଥାନରେ ଏକ ନୂତନ ବଜରଙ୍ଗ ସେତୁ ନିର୍ମାଣ କରାଯାଉଛି। ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏହି ଅନନ୍ୟ ସେତୁର କାମ ଶେଷ ହେବାର ଆଶା ରଖାଯାଇଛି। ବଜରଙ୍ଗ ସେତୁର ନିର୍ମାଣ ପାଇଁ ପ୍ରାୟ ୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି।

  7. 7.ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ଏହାର ମାନଚିତ୍ରରେ ସ୍ଥାନିତ କରି ନୂଆ କୂଟନୈତିକ ବିବାଦ ସୃଷ୍ଟି କରିଛନ୍ତି। ୟୁନୁସ ପାକିସ୍ତାନ ଜେନେରାଲଙ୍କୁ ଏହି ବିବାଦୀୟ ମାନଚିତ୍ର ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।

  8. 8.ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି।

  9. 9.ରୁଷ୍‌ ଓ ୟୁକ୍ରେନ ଦୁଇ ପକ୍ଷ ପରସ୍ପର ଉପରେ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ରୁଷ୍‌କୁ ରାଜଧାନୀ ମସ୍କୋର ୪ଟି ବିମାନବନ୍ଦରରୁ ଦୁଇଟିକୁ ବନ୍ଦ କରିବାକୁ ପଡ଼ିଛି।

  10. 10.ଉତ୍ତର ପ୍ରଦେଶର ଚିତ୍ରକୁଟରେ ମୁମ୍ବାଇରୁ ଭାଗଲପୁର ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଟ୍ରେନ ଭିତରେ ପ୍ରାୟ ୨୦୦-୨୫୦ଜଣ ଯାତ୍ରୀ ଥିଲେ।

  11. 11.ମଧ୍ୟପ୍ରଦେଶର ଫତେଗଡ଼ ଥାନା ଅଞ୍ଚଳ‌ ଗ‌ଣେଶପୁରା ଗାଁରେ ବିଜେପି ନେତା ମହେନ୍ଦ୍ର ନାଗର ଜଣେ ଚାଷୀ ରାମ ସ୍ଵରୂପ ଧାକଡ଼ଙ୍କୁ ମାଡ଼ ମାରିବା ସହିତ ତାଙ୍କ ଉପରେ ଥାର୍‌ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି।

  12. 12.ରାଜସ୍ଥାନର ଆଜମେର ଜିଲ୍ଲା ପୁଷ୍କରଠାରେ ପ୍ରସିଦ୍ଧ ପଶୁମେଳା ଦେଖିବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିଛନ୍ତି । ତେବେ ଏଥର ମେଳାର ଆକର୍ଷଣ ସାଜିଛି ଏକ କଳାଘୋଡ଼ା । ତାହାର ମୂଲ୍ୟ ହେଉଛି ୧୫ କୋଟି । ଏହି ଘୋଡାର ନାମ ଶାହବାଜ, ଏବଂ ତାହାର ବୟସ ମାତ୍ର ଅଢ଼େଇ ବର୍ଷ ।

  13. 13.ବନ୍ଦେ ଭାରତ ସ୍ଲିପର ଟ୍ରେନର ଭିତର ଭାଗ ଆଧୁନିକ ଏବଂ ଆରାମଦାୟକ ରହିଛି। ପ୍ରତ୍ୟେକ କ୍ୟାବିନରେ ସଫା ସିଟ୍, ହାଲୁକା ଆଲୋକ ଏବଂ ଏୟାରଲାଇନ୍ ଷ୍ଟାଇଲ୍ ବର୍ଥ ରହିଛି। 

  14. 14.ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଲଖିମପୁର ଖୀରୀ ଗସ୍ତ କରି ଜିଲାର ମୁସ୍କଫାବାଦ ଗାଁ ନାଁ ପରିବର୍ତ୍ତନ ହୋଇ ‘କବୀରଧାମ’ କରିବାକୁ ସେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି।

  15. 15.ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.