• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଦେଶରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ନେଇ ୨୦୨୪ ଜୁଲାଇ ପହିଲାରୁ ୨୦୨୫ ଜୁନ୍‌ ମଧ୍ୟରେ ସଙ୍ଗଠନ ପକ୍ଷରୁ ଦେଶରେ ହୋଇଥିବା ସର୍ଭେ ଅନୁଯାୟୀ ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୯ମ ସ୍ଥାନରେ ରହିଛି ବୋଲି ସତର୍କ ନାଗରିକ ସଙ୍ଗଠନ ରିପୋର୍ଟରୁ ଜଣାଯାଇଛି। 

  2. 2.ଲସ ଆଞ୍ଜେଲସ ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।

  3. 3.ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି।

  4. 4.ଇସ୍ରାଏଲ ଘୋଷଣା କରିଛି ଯେ ଆମେରିକାର ଅନୁମୋଦନରେ ଆମେ ଗାଜାର  ସମସ୍ତ ହମାସ ଟନେଲ୍ ନେଟୱର୍କ  ଧ୍ୱଂସ କରିଦେବୁ। ଗାଜାରେ କୌଣସି ଗୋଟିଏ ବି ଟନେଲ୍‌ ରହିବାକୁ ଦିଆଯିବ ନାହିଁ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। 

  5. 5. ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ପାଇଥିବା ବେଳେ ଆଫ୍‌ଗାନ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଜାରି ହୋଇଥିବା ମିଳିତ ବୟାନକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

  6. 6.ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସେନା ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

  7. 7. କେନ୍ଦ୍ର ପେଟ୍ରୋଲିୟମ ଓ  ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପିର ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି।

  8. 8.ହିମାଚଳପ୍ରଦେଶ ପୋଲିସ ତା’ର ଫ୍ଲିଟରେ ଟାଟା କର୍ଭ ଇଭିକୁ ଯୋଡିଛି। ସମ୍ପ୍ରତି, ହିମାଚଳପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ନୂତନ ଯାନର ଫଟୋ ସେୟାର କରିଛି, ଯେଉଁଥିରେ ଏକ ଧଳା ଟାଟା କର୍ଭ ଇଭି ଦେଖାଯାଇଛି। 

  9. 9.ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଓଡ଼ିଶା ୮ ବର୍ଷିଆ ଓ ୨୪ ବର୍ଷିଆ ଅବଧିର ସରକାରୀ ପ୍ରତିଭୂତି ନିଲାମ କରିବ। ଉଭୟ ମିଆଦର ପ୍ରତିଭୂତିରୁ ୫୦୦ କୋଟି ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। 

  10. 10.ଦେଶ ଭାରତରେ ଏବେ ୧୦.୬୦ କୋଟି ପରିବାର ଶସ୍ତା ଏଲ୍‌ପିଜିରେ ରୋଷେଇ କରୁଛନ୍ତି। ଏଥିସହିତ ଦେଶରେ ପ୍ରତିଦିନ ୬.୭ କୋଟି ଲୋକ ପେଟ୍ରୋଲ୍‌ ପମ୍ପଗୁଡ଼ିକୁ ଯାଇ ଗାଡ଼ିରେ ଇନ୍ଧନ ଭରୁଛନ୍ତି। 

  11. 11. ଚୀନ୍‌ ହଠାତ୍ ଆମେରିକାରୁ ସୋୟାବିନ କିଣିବା ବନ୍ଦ କରିଦେଇଛି। ଏହା ସମଗ୍ର ଆମେରିକାରେ ସଙ୍କଟ  ସୃଷ୍ଟି କରିଛି। ସୋୟାବିନର ମୂଲ୍ୟ ବହୁତ ହ୍ରାସ ପାଇଛି ଏବଂ ଆମେରିକୀୟ ଚାଷୀଙ୍କ ମଧ୍ୟରେ ଆର୍ତିକ କ୍ଷତି ନେଇ ଆତଙ୍କ ଦେଖାଦେଇଛି।

  12. 12.ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାର ସତୁରୀ ଦଶକରୁ ମାଳମାଳ କମିସନ ଓ କମିଟି ଗଠନ କରିଛନ୍ତି। ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ତଦନ୍ତ ମଧ୍ୟ କରାଇଛନ୍ତି। ମାତ୍ର ଫଳ ଘର ଶୂନ। ଏପରିକି ଏହି ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ ମଧ୍ୟ ହେଉ ନାହିଁ।

  13. 13.ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ଥଣ୍ଡା ପବନର ପ୍ରବାହ ଶକ୍ତିଶାଳୀ ହେବାରୁ ଓଡ଼ିଶାରେ ଶୀତ ଲମ୍ବା ଓ ଅଧକ ହେବାର ସମ୍ଭାବନା ରହିଛି। ଏହା କୃଷି ଓ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ।

  14. 14.ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନ ଭୋଟ୍‌। ଆସନ୍ତାକାଲି(ସୋମବାର) ଏଥିପାଇଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ।

  15. 15.ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଘରକୁ ବିଜୁଳି, ନଳକୁ ପାଣି ଓ ସାହିକୁ ସିସି ରାସ୍ତା ଭଳି ଅନେକ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ଏହି ଜନଜାତି। ବର୍ତ୍ତମାନ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ୨୩ ଗାଁବାସୀ ଅନ୍ଧାରରେ କାଳ କାଟୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.