• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବୈଜ୍ଞାନିକ ମେରି ଇ ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଓ ସିମୋନ୍ ସାକାଗୁଚିଙ୍କୁ ଚଳିତବର୍ଷ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

  2. 2.ଦେଶବ୍ୟାପୀ ଜଳବାୟୁ ଆଧାରିତ ବୀମା ଯୋଜନା ଆଣିବା ପାଇଁ କେନ୍ଦ୍ର ସରକାର ବୀମା କମ୍ପାନିଗୁଡ଼ିକ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ମାନଦଣ୍ଡ ଆଧାରିତ ମଡେଲ୍‌ ଆଧାରରେ ଏହି ଯୋଜନା ପ୍ରସ୍ତୁତ କରାଯିବ। ଉଦାହରଣ ସ୍ଵରୂପ ବୃଷ୍ଟିପାତ, ତାପମାତ୍ରା ଏବଂ ପବନର ବେଗ ଆଦିର ଏକ ନିର୍ଦ୍ଦିଷ୍ଟ ସ୍ତରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ।

  3. 3.ନିର୍ବାଚନ କମିସନର ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ଏବଂ ଦ୍ଵୀତୀୟ ପର୍ଯ୍ୟାୟ ନଭେମ୍ବର ୧୧ରେ କରାଯିବ।

  4. 4.ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ସାରା ଦେଶର ଭୋଟରମାନେ ଏବେ ଭୋଟ ଦେବା ସମୟରେ ସେମାନଙ୍କର ମୋବାଇଲ୍ ଫୋନ୍ ବୁଥ୍ ଭିତରକୁ ନେଇପାରିବେ। ଏହି ପରିବର୍ତ୍ତନ ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ସହିତ ଆରମ୍ଭ ହେବ ଏବଂ ତା’ପରେ ଏହା ସମଗ୍ର ଭାରତରେ କାର୍ଯ୍ୟକାରୀ ହେବ।

  5. 5.ଓଲା ‌ଇଲେକ୍ଟ୍ରିକ୍ ବିନା ରେୟାର ଆର୍ଥ ଉପାଦାନରେ ମୋଟର ତିଆରି କରିବା ସଫଳତା ହାସଲ କରିଛି। ପ୍ରଥମ ଭାରତୀୟ କମ୍ପାନି ଭାବେ ଓଲାକୁ ଏହି ଉପଲବ୍ଧି ମିଳିଛି।

  6. 6.ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ସମୟରେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି।   ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାମଲାର ବିଚାର କରୁଥିବା ବିଚାରପତି ବିନୋଦ ଚନ୍ଦ୍ରନଙ୍କ ଦେହରେ ଜୋତାଟି ବାଜୁ ବାଜୁ ଅଳ୍ପକେ ଖସିଯାଇଥିଲା।

  7. 7.ପ୍ରଧାନ ବିଚାରପତିଙ୍କ ଉପରକୁ ଆକ୍ରମଣ ଉଦ୍ୟମ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜଷ୍ଟିସ୍ ଗଭଇଙ୍କ ସହ ଆଲୋଚନା କରିଛନ୍ତି। ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ କହିଛନ୍ତି କି ‘ମୁଁ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରିଛି। ସୁପ୍ରିମକୋର୍ଟରେ ତାଙ୍କ ଉପରେ ଆକ୍ରମଣ ପ୍ରତି ଭାରତୀୟଙ୍କୁ ଅସନ୍ତୁଷ୍ଟ କରିଛି। ଆମ ସମାଜରେ ଏଭଳି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ।’

  8. 8.ଆସନ୍ତା ୪-୬ ମାସ ମଧ୍ୟରେ ପେଟ୍ରୋଲ୍‌ ଗାଡ଼ି ଦାମ୍‌ରେ ଇଲେକ୍ଟ୍ରିକ ଯାନ (ଇଭି) ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି।

  9. 9.ବ୍ୟାଙ୍କଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ଅନୁଷ୍ଠାନରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ପଡ଼ି ରହିଛି ଯାହାକୁ କେହି ଦାବି କରୁନାହାନ୍ତି। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ), ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି), ଇପିଏଫ୍ଓ, ପିଏଫ୍ଆର୍‌ଡିଏ ଭଳି ନିୟାମକ ସଂସ୍ଥାଠାରୁ ଜବାବ ତଲବ କରିଛନ୍ତି।

  10. 10.ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୪୧୦ କୋଟି ଟଙ୍କାର ଡିମାଣ୍ଡ୍‌ ନୋଟିସ୍‌ ଜାରି କରାଯାଇଛି। ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍ ପଥର ଡେସ୍‌ପ୍ୟାଚ୍‌ରେ ହୋଇଥିବା ହ୍ରାସ ପାଇଁ ଏହି ନୋଟିସ୍ ପଠାଯାଇଛି।

  11. 11.ମ୍ୟାଜିକ୍‌ବ୍ରିକ୍ସର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୧ବିଏଚ୍‌କେ ଓ ୨ ବିଏଚ୍‌କେ ଫ୍ଲାଟ୍‌ ଚାହିଦାରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ସମ୍ପ୍ରତି ସୁଧ ହାର ଉଚ୍ଚା ରହିଥିବାରୁ ଗ୍ରାହକମାନେ କମ୍ ଦାମ୍‌ରେ କିଭଳି ଘର ମିଳିପାରିବ ତାହା ଉପରେ ଅଧିକ ବିଚାର କରୁଛନ୍ତି।

  12. 12.ମାଲଦା ଉତ୍ତରର ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ତଥା ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ଉପରେ ଜଲପାଇଗୁଡ଼ି ଜିଲ୍ଲାର ନାଗରକାଟାରେ ଆକ୍ରମଣ ହୋଇଛି।

  13. 13. ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ଗିରଫ ହୋଇଥିବା ଲଦାଖର ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଦାଖଲ କରିଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ଲଦାଖ ପ୍ରଶାସନଠାରୁ ଜବାବ ମାଗିଛନ୍ତି।

  14. 14.ପୁଞ୍ଜି ବଜାର ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନେକ ରାଜ୍ୟଠାରୁ ପଛରେ ପଡ଼ିଛି। ଦିଲ୍ଲୀ, ଗୁଜରାଟ, ଚଣ୍ଡୀଗଡ଼, ଡାମନ ଆଣ୍ଡ୍‌ ଡିୟୁ, ଦାଦ୍ରା ଆଣ୍ଡ୍‌ ନଗର ହାବେଳି, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବାରଗୁଡ଼ିକ ପୁଞ୍ଜିବଜାରରେ ନିବେଶ କ୍ଷେତ୍ରରେ ଆଗରେ ରହିଛନ୍ତି।

  15. 15.ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.