- 1.କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି।
-
2.ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାର-ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି ଘୋଷଣା କରିଛି।ଏହି ନୂତନ ଶୁଳ୍କ ୧ ଅକ୍ଟୋବର, ୨୦୨୫ ରୁ ଲାଗୁ ହୋଇଛି ଏବଂ ୩୦ ସେପ୍ଟେମ୍ବର, ୨୦୨୮ ପର୍ଯ୍ୟନ୍ତ ବୈଧ ରହିବ। ପୂର୍ବରୁ ୫୦ ଟଙ୍କା କିମ୍ବା ୧୦୦ ଟଙ୍କା ମୂଲ୍ୟର ସେବା ପାଇଁ ୟୁଆଇଡିଏଆଇ ବର୍ତ୍ତମାନ ଯଥାକ୍ରମେ ୭୫ ଟଙ୍କା ଏବଂ ୧୨୫ ଟଙ୍କା ଶୁଳ୍କ ଆଦାୟ କରିବ।
-
3.ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଖୁବ୍ ଶୀଘ୍ର ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
-
4. ଭାରତ ଏବଂ ଚୀନ୍ ଏହି ମାସ ଶେଷ ସୁଦ୍ଧା (ଅକ୍ଟୋବର ୨୦୨୫) ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି।
-
5.କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଥିବାବେଳେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି ।
-
6.ଅପରେସନରେ ବୈଶିଙ୍ଗା ପୁଲିସକୁ ମିଳିଛି ବଡ଼ ସଫଳତାl ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛିl ସେହିଭଳି ଘଟଣାସ୍ଥଳରୁ ୩ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରିଥିବାବେଳେ ଏକାଧିକ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେl
-
7.ମଧ୍ୟପ୍ରଦେଶର ଖଣ୍ଡୱାରୁ ଏକ ବଡ଼ ଦୁର୍ଘଟଣାର ଖବର ଆସିଛି। ଦଶହରା ଅବସରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏକ ଦୁର୍ଘଟଣାରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
8.ଲଢ଼ୁଆ ବିମାନ ଚୀନ୍ ଦ୍ୱାରା ନିର୍ମିତ। କିନ୍ତୁ ଏହାର ଇଞ୍ଜିନ ପାଇଁ ରୁଷ ଉପରେ ନିର୍ଭରଶୀଳ ପାକିସ୍ତାନ। ଭାରତ, ରୁଷକୁ ଜେଏଫ-୧୭ ଲଢ଼ୁଆ ବିମାନରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଇଞ୍ଜିନ ପାକିସ୍ତାନକୁ ଯୋଗାଇ ନଦେବାକୁ ଅନୁରୋଧ କରିଥିଲା। କିନ୍ତୁ ରୁଷ ମନା କରିଦେଇଥିଲା।
-
9.ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ବୋଲଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି ।
-
10.ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ବ ପଣ୍ଡିତ ଛନ୍ନୁଲାଲ ମିଶ୍ର ଆଉ ନାହାନ୍ତି। ତାଙ୍କର ବୟସ ୯୧ ବର୍ଷ ଥିଲା।
-
11.ସୋମବାର ଇସ୍ରାଏଲର ହାଇଫା ସହର ସହିଦ ହୋଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହାର ମେୟର କହିଛନ୍ତି ଯେ, ଭାରତୀୟ ସୈନ୍ୟମାନେ ହିଁ ହାଇଫା ସହରକୁ ଅଟୋମାନ ଶାସନ (ତୁର୍କୀ ସାମ୍ରାଜ୍ୟ) ହାତରୁ ମୁକ୍ତ କରିଥିଲେ, ବ୍ରିଟିସମାନେ ନୁହନ୍ତି।
-
12. ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏହାର ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ (MAB) ଜରିମାନା ଛାଡ଼ କରିଛି। ବୁଧବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଓଭରସିଜ୍ ବ୍ୟାଙ୍କ କହିଛି ଯେ ଏବେଠାରୁ, ସଞ୍ଚୟ ଖାତାରେ ସର୍ବନିମ୍ନ ହାରାହାରି ବାଲାନ୍ସ ନ ରଖିବା ପାଇଁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ।
-
13. ବିଜୟାଦାମୀ ଅବସରରେ ଭୁଜ୍ ବାୟୁସେନା ଘାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର୍ କ୍ରିକ୍ ଅଞ୍ଚଳରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ କରିବାକୁ ସାହାସ କରେ, ତେବେ ଏହାକୁ ଏକ କଡା ଜବାବ ଦିଆଯିବ, ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ ।
-
14.ଗୁଜରାଟ ହାଇକୋର୍ଟ ଏକ କଡ଼ା ମତ ରଖିଛନ୍ତି ଯେ ଜଣେ ବିଚାରପତିଙ୍କ ବିରୁଦ୍ଧରେ ଗୋଟିଏ ବିପରୀତ ମନ୍ତବ୍ୟ କିମ୍ବା ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଇବା ବାଧ୍ୟତାମୂଳକ ଅବସର ପାଇଁ ଯଥେଷ୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ବିଚାରପତିଙ୍କ ପାଖରେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧ ରହିବା ଆବଶ୍ୟକ, କାରଣ ସେ ସାଧାରଣ ବିଶ୍ୱାସର ପଦବୀରେ ଅଛନ୍ତି।
-
15.ଉତ୍ତରପ୍ରଦେଶର ବାରେଲୀ ଅଂଚଳରେ ‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ବିବାଦ ଓ ଆଗାମୀ ଦଶହରା-ଦୁର୍ଗାପୂଜା ଉତ୍ସବ ପୂର୍ବରୁ ସମ୍ପ୍ରଦାୟିକ ବିବାଦ ବା ହିଂସା ରୋକିବାକୁ ଗୁରୁବାର ସନ୍ଧ୍ୟାରୁ ଶନିବାର ୩ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
-
16.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୁରସ୍କାର ଗ୍ରହଣ ନ କରିବା କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ଆମେରିକା ପାଇଁ ଏକ ଗମ୍ଭୀର ଅପମାନ ହେବ। ସେ ଏପର୍ଯ୍ୟନ୍ତ ୭ଟି ପ୍ରମୁଖ ଅନ୍ତର୍ଜାତୀୟ ସଂଘର୍ଷର ଅନ୍ତ କରିଛନ୍ତି।
-
17.ଆନ୍ଧ୍ରରୁ ଫଳ ବିକ୍ରି କରିବାକୁ ତାମିଲନାଡୁ ଆସିଥିବା ଜଣେ ଯୁବତୀଙ୍କୁ ଥିରୁବନ୍ନାମଲାଇ ଜିଲ୍ଲାରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
-
18. ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଓଏଏସ୍ ଅଫିସର ତଥା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ସମେତ ଅନେକ ସଂପତ୍ତି ଠାବ କରାଯାଇଛି।
-
19.ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ(Taliban) ସହ ସମ୍ପର୍କକୁ ମଜବୁତ କରିବ ଭାରତ। ଖାସ ଏହି କାରଣ ପାଇଁ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ତାଲିବାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକୀ।
-
20.କଟକ ନଗରରେ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ବଙ୍ଗୀୟ ମତରେ ପୂଜା ପାଉଥିବା ମଣ୍ଡପ ଗୁଡିକରେ ସିନ୍ଦୂର ଖେଳ ସବୁଠାରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ମାଆଙ୍କୁ ସିନ୍ଦୂର ଅର୍ପଣ କରିବା ପରେ ସଧବା ମହିଳା ମାନେ ପରସ୍ପର ପରସ୍ପରକୁ ସିନ୍ଦୂର ବୋଳି ନିଜ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ସ୍ବାମୀ ମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
