-
1.ନେପାଳରେ ଶାରଦୀୟ ଦୁର୍ଗୋତ୍ସବ ଅବସରରେ କୁମାରୀ ପୂଜାର ପ୍ରଚଳନ ରହିଆସିଛି । ଏହି ପରମ୍ପରା ଅନୁସାରେ ଜଣେ ଶିଶୁକନ୍ୟାଙ୍କୁ ମହାଦେବୀଙ୍କ କୁମାରୀ ଅବତାର ମାନ୍ୟତା ଦେଇ ପୂଜା କରାଯାଏ । ଚଳିତ ବର୍ଷ ନେପାଳ ଜଣେ ନୂଆ ‘କୁମାରୀ’ ପାଇଛି । ସେ ହେଉଛନ୍ତି ଆର୍ଯ୍ୟତାରା ।
-
2.ପାରିବାରିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦେଶରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏନ୍ସିଆର୍ବି (ଜାତୀୟ ଅପରାଧିକ ରେକର୍ଡ଼ସ ବ୍ୟୁରୋ) ତଥ୍ୟ ଅନୁଯାୟୀ ୨୦୨୩ରେ ଦେଶରେ ୧,୭୧,୪୧୮ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଛି।
-
3.୨୦୨୩ରେ ଭାରତରେ ୨୭,୭୨୧ଟି ହତ୍ୟା ମାମଲା ରେକର୍ଡ କରାଯାଇଛି। ୨୦୨୨ ତୁଳନାରେ ଏହା ୨.୮% କମ୍। କିନ୍ତୁ ଉଦ୍ବେଗଜନକ ବିଷୟ ହେଲା ଦେଶରେ ଅନୁସୂଚିତ ଜନଜାତି (ଏସ୍ଟି)ଙ୍କ ବିରୋଧରେ ଅପରାଧ ଏବଂ ସାଇବର ଅପରାଧ ବଢ଼ିଛି। ଏସ୍ଟି ଲୋକଙ୍କ ବିରୋଧରେ ଅପରାଧ ୨୮% ବୃଦ୍ଧି ପାଇଛି।
-
4. ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି ।
-
5.ପ୍ରାୟତଃ ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଶୁଳକ ବୃଦ୍ଧି ପାଇଛି । ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା ।
-
6. ଆହ୍ଲାବାଦ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, କେବଳ ବିବାହ ରଦ୍ଦ ହେବା କାରଣରୁ ସ୍ତ୍ରୀଙ୍କ ଭରଣପୋଷଣ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। ଯେ ପର୍ଯ୍ୟନ୍ତ କୋର୍ଟରେ ବିବାହ ରଦ୍ଦ ପାଇଁ ଏକ ନିର୍ଦ୍ଦେଶ ଉପସ୍ଥାପିତ ନ ହୋଇଛି ଏହା ଜାରି ରହିବ।
-
7. ଜୋହୋ ଏହାର ଉତ୍ପାଦଗୁଡ଼ିକୁ ଦେଶ ଭିତରେ ବିକାଶ କରୁଛି। ଜୋହୋର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହା ବ୍ୟବହାରକାରୀମାନଙ୍କ ସବୁ ତଥ୍ୟ ଦେଶ ଭିତରେ ରଖୁଛି। ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇରେ ସେଥିପାଇଁ ଡାଟା ସେଣ୍ଟର ରହିଛି। ଆମେ ଓଡ଼ିଶାରେ ଏକ ନୂଆ ଡାଟା ସେଣ୍ଟର ସ୍ଥାପନ କରୁଛୁ ବୋଲି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ସୂଚନା ଦେଇଛନ୍ତି।
-
8.ଆଇଆର୍ସିଟିସି ୱେବସାଇଟ୍ ଓ ଆପ୍ରେ ଅନ୍ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ। ଗ୍ରାହକମାନଙ୍କୁ ଆଧାର ଓଟିପି ଜରିଆରେ ପ୍ରମାଣୀକରଣ କରିବାକୁ ପଡ଼ିବ। ଟିକଟ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର ରୋକିବା ଲାଗି ରେଳବାଇ ଏହି ପଦକ୍ଷେପ ଗ୍ରହଣ କରିଛି।
-
9.ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଶାନ୍ତି ଚୁକ୍ତିନାମା ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ହମାସ ତାଙ୍କ ୨୦-ସୂତ୍ରୀ ଶାନ୍ତି ପ୍ରସ୍ତାବର ଜବାବ ଦେବା ପାଇଁ ତିନିରୁ ଚାରି ଦିନ ସମୟ ପାଇଛି।
-
10. ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଚେକ୍ କ୍ଲିୟରିଂ ବ୍ୟବସ୍ଥା ଘୋଷଣା କରିଛି ଯାହା ଅକ୍ଟୋବର ୪ରୁ ଲାଗୁ ହେବ। ବ୍ୟାଚ୍ କ୍ଲିୟରିଂ ବଦଳରେ ଅବିରତ କ୍ଲିୟରିଂ ବ୍ୟବସ୍ଥା ଲାଗୁ କରାଯିବ।
-
11.ଭାରତ ଧନୀମାନେ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଯାହା ଦରକାର ସେଥିରେ ବିପୁଳ ଖର୍ଚ୍ଚ କରୁଥିବା ବେଳେ ଅଧିକ ଅନ୍ତର୍ଜାତୀୟ ଭ୍ରମଣ କରୁଛନ୍ତି। ଦେଶର ୬୪ ପ୍ରତିଶତ ଧନୀ ନିଜ ବ୍ୟକ୍ତିଗତ ସମ୍ପତ୍ତିକୁ ରିଅଲ ଇଷ୍ଟେଟ୍ରେ ବିନିଯୋଗ କରୁଛନ୍ତି। ବିଶ୍ବସ୍ତରରେ ଏହି ହାର ୫୩ ପ୍ରତିଶତ ରହିଛି।
-
12.କର୍ମଚାରୀଙ୍କୁ ଦୀପାବଳି ଉପହାର ଭାବେ କାର୍ ଓ ଫ୍ଲାଟ୍ ଦେଉଥିବା ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ ଚଳିତ ବର୍ଷ ପାଇଁ ଭିନ୍ନ ଯୋଜନା ରଖିଛନ୍ତି। ଏଥର ସେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଉପହାର ଦେବାକୁ ଚାହୁଛନ୍ତି। ସେ କହିଛନ୍ତି ଯେ ଆମେ ଚଳିତ ବର୍ଷ ଗ୍ରାହକମାନଙ୍କୁ ୨୦୦ କାର୍ ଓ ୧୦୦୦ ସ୍କୁଟି ଉପହାର ଦେବୁ।
-
13.କଣ୍ଟେନର ଧକ୍କାରେ ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ପିଏନ୍ କଲେଜ ନିକଟ ଜାତୀୟ ରାଜପଥ ଉପରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଙ୍ଗରୁଟରେ ଭୁବନେଶ୍ଵର ପଟୁ ବାଇକରେ ଯିବାବେଳେ ଦୁର୍ଘଟଣା ଘଟିଛି।
-
14.ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏବଂ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ସଭାପତି ମଲ୍ଲିକାର୍ଜୁନ ଖଡଗେ। ବେଙ୍ଗାଲୁରୁରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
-
15.ମହିଳା ଦିନିକିଆ ବିଶ୍ବକପ୍ର ୧୩ଶ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
