• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ ଷ୍ଟକ୍‌ହୋମ୍‌ଠାରେ ଘୋଷଣା କରିଛି ଯେ ଜନ୍ କ୍ଲାର୍କ, ମାଇକେଲ୍ ଏଚ୍ ଡେଭୋରେଟ୍ ଓ ଜନ୍ ଏମ୍ ମାର୍ଟିନିସ୍‌ଙ୍କୁ ପଦାର୍ଥବିଜ୍ଞାନ ପାଇଁ ଚଳିତବର୍ଷର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।

  2. 2.ବିଶ୍ଵ ବ୍ୟାଙ୍କ ନିଜର ସଦ୍ୟତମ ରିପୋର୍ଟରେ ଆକଳନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ। ଏହା ନିଜର ପୂର୍ବ ଆକଳନ ୬.୩ ପ୍ରତିଶତକୁ ବଦଳାଇ ଅଧିକ କରିଛି।

  3. 3.ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ୍‌ କରିବା ଲାଗି ପିନ୍ ଦେବା ନିହାତି ଜରୁରି ହେବନାହିଁ। ବାୟୋମେଟ୍ରିକ୍ ଜରିଆରେ ପେମେଣ୍ଟ୍‌ କରିହେବ। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆଣିବାକୁ ଯାଉଛି।

  4. 4.ଜିଏସ୍‌ଟି ସଂସ୍କାର ପ୍ରଭାବରେ ଗତ ମାସରେ ରାଜ୍ୟରେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି। ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୬୯,୯୫୨ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ ସେପ୍ଟେମ୍ବରରେ ହୋଇଥିବା ୪୭,୧୪୨ଟି ଗାଡ଼ି ତୁଳନାରେ ୪୮.୩୯ ପ୍ରତିଶତ ଅଧିକ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅକ୍ଟୋବର ୭ ତାରିଖରେ ତାଙ୍କ ରାଜନୈତିକ ଯାତ୍ରାରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି।

  6. 6.ହରିଆଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ.ଏସ୍. ପୁରନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚଣ୍ଡିଗଡ଼ ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରୁଛି।

  7. 7.ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନୁରୋଧକୁ ରକ୍ଷା କରି ୯୫ ଲୋଧି ଇଷ୍ଟେଟରେ ଏକ ଟାଇପ୍ ୭ ବା ସାତ ବଖରା ବିଶିଷ୍ଟ ବଳଙ୍ଗା ପ୍ରଦାନ କରିଛନ୍ତି।

  8. 8.ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଜଲପାଇଗୁଡ଼ି ଜିଲ୍ଲାରେ ଗତକାଲି ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣର ଦିନକ ପରେ ଆଜି ପୁଣି ବିଜେପି ବିଧାୟକ ମନୋଜ କୁମାର ଓରାଓଁଙ୍କ ଉପରେ ଆକ୍ରମଣ ହୋଇଛି।

  9. 9.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି।

  10. 10.ହିମାଚଳ ପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ଭୂସ୍ଖଳନ ଯୋଗୁଁ ୧୮ ବସ୍‌ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି।

  11. 11. ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏହା ସହଜ ହେବା ସହ ଯାତ୍ରୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ। ଆସନ୍ତା ଜାନୁଆରୀରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତିି।

  12. 12.ଆରଜେଡି ତେଜସ୍ୱୀ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରିବାକୁ ଚାହୁଁଛି, କିନ୍ତୁ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ। କଂଗ୍ରେସ ବିଭିନ୍ନ ସମୟରେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଛି। କଂଗ୍ରେସ ନେତା ଉଦିତ ରାଜ ପୁଣି ଥରେ ସମାନ ମନ୍ତବ୍ୟ ଦେଇଛନ୍ତି।

  13. 13.ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି।

  14. 14.କଂଗ୍ରେସ ନେତା ଘାସିରାମ ମାଝୀଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଛି।

  15. 15.ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି।

  16. 16.ଓଡିଶାରେ ମଧ୍ୟ ଜଣେ ଅବିବାହିତ ବ୍ୟକ୍ତି ନିଜ ହିସାବରେ ଜମି କିଣିପାରିବ ନାହିଁ । ନିୟମ ଅନୁସାରେ ଜଣେ ଅବିବାହିତ ବ୍ୟକ୍ତି ୭.୫ ଏକରଠୁ ଅଧିକ ଜମି କିଣିପାରିବ ନାହିଁ । ସେହିଭଳି ଯେଉଁ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ସେମାନେ ୧୦ ଏକରରୁ ଅଧିକ ଜଣି କିଣିପାରିବେ ନାହିଁ । ପରିବାରର ପାଞ୍ଚରୁ ଅଧିକ ସଦସ୍ୟ ଥିବା କ୍ଷେତ୍ରରେ, ପ୍ରତ୍ୟେକ ଅତିରିକ୍ତ ସଦସ୍ୟଙ୍କ ପାଇଁ ୨ ଏକର ଓ ପାଞ୍ଚ ଏକରରୁ ଅଧିକ ଓ ସର୍ବାଧିକ ୧୮ ଏକର ସୀମା ଅନୁଯାୟୀ ।

  17. 17.ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି, ଅର୍ଥାତ୍ ଗୋଟିଏ ପଦ ପାଇଁ ପ୍ରାୟ ୧୩,୦୦୦ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି। ଏହି ପଦ ପାଇଁ ନ୍ୟୂନତମ ଯୋଗ୍ୟତା ହେଉଛି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ, କିନ୍ତୁ ଆବେଦନକାରୀଙ୍କ ମଧ୍ୟରେ ୪୨ ଜଣ ପିଏଚଡି ହୋଲଡର, ୧୨,୦୦୦ରୁ ଅଧିକ ଇଞ୍ଜିନିୟର, ପୋଷ୍ଟଗ୍ରାଜୁଏଟ ଓ ଡିପ୍ଲୋମା ଇଞ୍ଜିନିୟର ଅଛନ୍ତି। ଏ

  18. 18.ମାଲକାନଗିରି/ଖଇରପୁଟ  । ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ଢେପସାହି ବାସିନ୍ଦା ଅର୍ଜୁନ କିର୍ସାନୀଙ୍କ ୧୦ ବର୍ଷ ବୟସ ଝିଅ ରୂପାଲୀ ମୋବାଇଲ ଦେଖିବାକୁ ଜିଦ୍‌ କଲା । ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲା ।

  19. 19.ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

  20. 20.ବିହାରରେ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରାୟ ୧୦୦,୦୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.