• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଶ୍ୱର ପ୍ରାୟ ୪୬% ସ୍ବଳ୍ପ ଆୟକାରୀ ଲୋକ ଉପକୂଳ ଅଞ୍ଚଳରେ ରହୁଛନ୍ତି। ଖାସ୍‌କରି ଆଫ୍ରିକା ଏବଂ ଏସିଆରେ ଅଧିକ ସଂଖ୍ୟାରେ ସ୍ବଳ୍ପ ଆୟକାରୀ ଉପକୂଳରେ ରହୁଥିବା ନେଇ ଚାଇନାର ସିଚୁଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି।
  2. 2.କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାର ସଂପ୍ରସାରଣକୁ ଅନୁମତି ଦେଇଛନ୍ତି। ଏହା ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରି ସୂଚନା ଦେଇଛନ୍ତି।

  3. 3.୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ବଳକା କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ଥିବା ଦର୍ଶାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ୩୭,୨୬୩ କୋଟି ଟଙ୍କା ରାଜସ୍ବ ବଳକା ସହ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଗୁଜରାଟ ଓ ଓଡ଼ିଶା ନାମ ରହିଛି।

  4. 4.ବଡ଼ ସାମୁଦ୍ରିକ ଝଡ଼ ‘ରାଗାସା’କୁ ନେଇ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଫିଲିପାଇନ୍ସର ଉତ୍ତର ଭାଗ ଆଡ଼େ ଟାଇଫୁନ୍ ମୁହାଁଉଥିବାବେଳେ ପୂର୍ବ ତଥା ଦକ୍ଷିଣ ପୂର୍ବ ଏସିଆରେ ଏନେଇ ଆଲର୍ଟ ଜାରି ହୋଇଛି।

  5. 5.ଓଡିଶା ଉପକୂଳରେ ୨୫ ତାରିଖରେ ଆଉ ଏକ ଲଘୁଚାପ ହୋଇପାରେ। ଅକ୍ଟୋବର ୧ ରେ ବି ଲଘୁଚାପ ସମ୍ଭାବନା।

  6. 6.ରାଜ୍ୟର ଋଣଭାର ୧.୩୪ ଲକ୍ଷ କୋଟି ଟଙ୍କା ଟପିବ। ଗୋଟିକ ପରେ ଗୋଟାଏ ମାଗଣା ଯୋଜନା ବଢି ଚାଲିଛି।

  7. 7.୧୪ ମାସରେ ରାଜ୍ୟରେ ୩୭ ହଜାରରୁ ଅଧିକ ମହିଳା ନିର୍ଯାତନା ମାମଲା ହୋଇଛି।

  8. 8.ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ହେବ। ବର୍ଷକୁ ଦଶଲକ୍ଷ ଗୁଣାତ୍ମକ ବିହନ ଉତ୍ପାଦନ ହେବ।

  9. 9.କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ଜୁରୀ ପୁରସ୍କାର ୨୦୨୫ ମିଳିଲା।

  10. 10.କନ୍ଧମାଳ କଳିଙ୍ଗା ଘାଟି ପୁଣିଥରେ ଭୁଷୁଡିଗଲା । ଗଂଜାମରୁ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ପୁଣି ବିଚ୍ଛିନ୍ନ ହେଲା।

  11. 11.କେନ୍ଦୁଝରରେ ଧାନ ବିଲରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।

  12. 12.ଅହମବାଦରେ ଚଳିତବର୍ଷ ଜୁନ ୧୨ରେ ହୋଇଥିବା ଏଆଇ ୧୭୧ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ ‘ପାଇଲଟ୍‌ ତ୍ରୁଟି’ ଉଲ୍ଲେଖ କରାଯିବାକୁ ସୁପ୍ରିମ୍‌କୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି।

  13. 13.ବିହାରରେ ଆସନ୍ତା ନଭେମ୍ୱର ୫ରୁ ୧୫ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ।

  14. 14.ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଔରଙ୍ଗଜେବଙ୍କୁ ପ୍ରଶଂସା କଲେ ଓଡ଼ିଆ କୁଳପତି ପ୍ରଫେସର ସୁନିତା ମିଶ୍ର। ବିରୋଧ ପରେ କ୍ଷମା ମାଗିଲେ।

  15. 15.ପାକିସ୍ତାନ ସେନା ନିଜ ଦେଶରେ ନିଜେ ଏୟାରଷ୍ଟ୍ରାଇକ୍ କଲେ । ୩୦ ମୃତ, ଭଗ୍ନାବଶେଷ ତଳେ ଅନେକ ଜୀବନ ଚାପି ହୋଇ ରହିଛି ।

  16. 16.ସିଙ୍ଗାପୁରରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ଆଜି (ମଙ୍ଗଳବାର) ସମ୍ପନ୍ନ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି।

  17. 17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  18. 18.ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

  19. 19.ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି।

  20. 20.ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଫ୍ରାନ୍ସ ମହାଶକ୍ତି ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଇଛି।

  21.  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.