• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ)ରେ ସଂସ୍କାର ଦରଦାମ୍‌ ଯୁବବର୍ଗଙ୍କୁ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ଵରାନ୍ବିତ କରିବ। ଦେଶରେ ସେପ୍ଟେମ୍ବର ୨୨ରୁ ନୂଆ ଜିଏସ୍‌ଟି କାର୍ଯ୍ୟକାରୀ ହେବାକୁ ଯାଉଛି। 

  2. 2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍‌-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି। 

  3. 3.ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ  ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି।

  4. 4.ବ୍ରିଟେନ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛି।

  5. 5.ତାମିଲନାଡୁର ତିରୁନେଲଭେଲିର ଏକ ମସଜିଦ ଗ୍ରାମାଞ୍ଚଳର ୧୧୦୦ ଏକର ଜମି ୱାକଫ ସମ୍ପତ୍ତି ବୋଲି ଦାବି କରୁଥିଲା । କିନ୍ତୁ ମାଡ୍ରାସ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

  6. 6.କେନ୍ଦ୍ରାପଡା ମହାକାଳପଡ଼ାରେ ମାଛ ମାରୁଥିବା ବେଳେ ବଜ୍ରପାତ, ଡଙ୍ଗାରେ ବାପା ଟଳି ପଡିଲେ, ପୁଅ ନିଖୋଜ।

  7. 7.ପୁରୀରେ ଶ୍ରୀକ୍ଷେତ୍ର କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ କରାଯାଇଛି ।

  8. 8.ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ଗୋଦାମରେ ବିସ୍ଫୋରଣରେ ଜଣେ ମୃତ, ୧୨ ଗୁରୁତର ।

  9. 9.ଭଦ୍ରକ ବନ୍ଧଗାଁ ରେ ନିଜ ଦେହରେ ନିଆଁ ଲଗାଇ ମେକାନିକ୍ ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର।

  10. 10.ଭଦ୍ରକ ସଦର ଚଢ଼ିଆ ପଞ୍ଚାୟତରେ ଖ୍ରୀଷ୍ଟିଆନରୁ ହିନ୍ଦୁ ଧର୍ମକୁ ଆସିଲେ ୧୦ ପରିବାରର ୪୦ ଆଦିବାସୀ

  11. 11.ଆଧାର କାର୍ଡକୁ ନେଇ ସରକାରଙ୍କ ନିଷ୍ପତ୍ତି। ବାୟୋମେଟ୍ରିକ୍ସ ଅପଡେଟ୍ ମାଗଣା କରାଯିବ ।

  12. 12.ପାଲେଷ୍ଟାଇନକୁ ମାନ୍ୟତା ଦେଲେ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ।

  13. 13.ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ ବ୍ରାଣ୍ଡର ଏକ ଲିଟରର ମୂଲ୍ୟ ପୂର୍ବରୁ ୧୫ ଟଙ୍କା ଥିବା ବେଳେ ଏବେ ଜିଏସଟି ହ୍ରାସ ପରେ ୧୪ ଟଙ୍କା ହୋଇଛି।

  14. 14.ଭାରତର ୨୮ ରାଜ୍ୟର ମୋଟ ସରକାରୀ ଋଣ ୧୦ ବର୍ଷ ମଧ୍ୟରେ ୩ ଗୁଣ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ (ସିଏଜି)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି।

  15. 15.ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଆମୁଲ ବ୍ରାଣ୍ଡ ଅଧୀନରେ ବିକ୍ରି ହେଉଥିବା ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି, ଯାହା ଦ୍ୱାରା ଗ୍ରାହକମାନଙ୍କୁ “ଜିଏସଟି ୨.୦ ହ୍ରାସର ପୂର୍ଣ୍ଣ ଲାଭ” ମିଳିପାରିବ।

  16. 16.ରାଜ୍ୟରେ ମୋଟ୍‌ ୭୪ ହଜାର ୨୨୪ଟି ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟରତ। ସେଥିମଧ୍ୟରୁ ୫୩ ହଜାର ୧୯୪ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ବର୍ତ୍ତମାନ ଭଡ଼ାଘରେ ଚାଲିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭଡ଼ାଗୃହରେ ଚାଲୁଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକର ଭଡ଼ା ବାବଦକୁ ୮୧୮.୧୬ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଥିଲା।

  17. 17.ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି।

  18. 18.ବିଜ୍ଞାନ କ୍ଷେତ୍ରରେ କିଛି ଗବେଷଣା ପ୍ରଥମେ ଲୋକଙ୍କୁ ହସାଇଥାଏ ଏବଂ ପରେ ଏହାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏପରି ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ ଆଇଜି ନୋବେଲ ସମ୍ମାନ ପ୍ରଦାନ କରାଯାଇଥାଏ।

  19. 19.ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି।

  20. 20.ସାଇବର ଆକ୍ରମଣ ଯୋଗୁଁ ୟୁକେ ଏବଂ ବେଲଜିୟମ ସମେତ ବହୁ ୟୁରୋପୀୟ ଦେଶରେ ବିମାନ ବାତିଲ, ହଜାର ହଜାର ଯାତ୍ରୀ ଫସିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.