• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରୁଷ୍‌ ଗତ ରାତିସାରା ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ୍‌ ଗତରାତିରେ ୫୮୦ ଡ୍ରୋନ୍‌ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି।। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ସ୍ଥାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି।
  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଇସ୍ରାଏଲ୍‌କୁ ୬.୪ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ବିକ୍ରୟ କରିବା ପାଇଁ କଂଗ୍ରେସକୁ ଏକ ପ୍ରସ୍ତାବ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ, ଏହି ଚୁକ୍ତିରେ ୭୦ ନିୟୁତ ଡଲାର ମୂଲ୍ୟର ୩୦ଟି ଏଲଚ-୬୪ ଆପାଚେ ହେଲିକପ୍ଟର, ୩,୨୫୦ ପଦାତିକ ଆକ୍ରମଣ ଯାନ ଏବଂ ସହାୟକ ଉପକରଣ ଅନ୍ତର୍ଭୁକ୍ତ ରହିଛି।

  3. 3.ଭାରତ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ ପରେ ଏବେ ଭିସା ଫି ମାଡ଼। ଏଚ୍‌-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବଢ଼ିଲା

  4. 4. ମାଲୟାଲମ୍‌ ସିନେମାର ସୁପର୍‌ଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏହି ଘୋଷଣା ପରେ ମୋହନଲାଲ କହିଛନ୍ତି, ‘ଏହା କେବଳ ମୋର ନୁହେଁ, ସମଗ୍ର ମାଲୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ମାନ।’ ଏହି ପୁରସ୍କାର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଆସନ୍ତା ୨୩ ତାରିଖ ଦିନ ପ୍ରଦାନ କରାଯିବ।

  5. 5.ଅନଲାଇନ୍‌ରେ ଜୋତା ଅର୍ଡର କରିବା ଜଣେ ଆଇଆଇଟି ଛାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ଠକ ନିଜକୁ ଏକ କୋରିଅର କମ୍ପାନୀର ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟରୁ ୧.୨୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

  6. 6.ଖଣିରୁ ଓଡ଼ିଶା ସରକାର ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍‌ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହି ରାଜସ୍ବ ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

  7. 7.୭୦,୦୦୦ କୋଟି ଟଙ୍କାର ନିବେଶ ପାଇଁ, ଓଡ଼ିଶା ସରକାର ସାଗରମାଳା ଫାଇନାନ୍ସ କର୍ପୋରେସନ ଏବଂ ପାରାଦୀପ ଏବଂ ବିଶାଖାପାଟଣା ବନ୍ଦର କର୍ତ୍ତୃପକ୍ଷଙ୍କ ସହଭାଗୀ ହୋଇ ଗଞ୍ଜାମ ଜିଲ୍ଲାର ବାହୁଡାଠାରେ ଏକ ଗଭୀର ସମୁଦ୍ର ସବୁଜ ବନ୍ଦର ଏବଂ ୬,୦୦୦ ଏକରରୁ ଅଧିକ ଜମିରେ ଏକ ବନ୍ଦର-ନେତୃତ୍ୱାଧୀନ ଶିଳ୍ପ କ୍ଷେତ୍ର ବିକଶିତ କରିବେ।

  8. 8.ରାଜ୍ୟରେ ୬୨୬୪ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ।

  9. 9.ରାଜ୍ୟରେ  ଆସନ୍ତା ବର୍ଷ ଖୋଲିବ ନୂଆ ୭ଟି ନର୍ସିଂ ମହାବିଦ୍ୟାଳୟ। ସବୁଥିରେ ୬୦ ଲେଖାଏଁ ସିଟ୍ ରହିବ।

  10. 10.ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

  11. 11.ନୂଆ ରେଳପଥ ଭୁବନେଶ୍ୱରରୁ କୋଣାର୍କ ନିର୍ମାଣ ହେବ।

  12. 12.ଭୁବନେଶ୍ୱର ୬୪ ଯୋଗିନୀ ପୀଠ ବିକାଶ ପାଇଁ  ୧୦ କୋଟି ଖର୍ଚ୍ଚ ହେବ।  

  13. 13.କଟକ ଭୁବନେଶ୍ୱର ଟ୍ରାଫିକ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ଦ୍ଵିତୀୟ ବ୍ରିଜ୍ ନିର୍ମାଣ ହେବ ।

  14. 14.ଯାଜପୁର ସୁକିନ୍ଦାରେ ପିଲାଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମା’। ପୁଅ ମୃତ, ବର୍ତ୍ତିଗଲା ଝିଅ, ମହିଳା ଗୁରୁତର। ଅନ୍ୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଉଦ୍ଧାର କଲେ।

  15. 15.ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ହାଇସ୍କୋରିଂ ମ୍ୟାଚରେ ଭାରତକୁ ୪୩ ରନରେ ହରାଇଲା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.