• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ନ୍ୟୁୟର୍କରୁ ସାରା ଦୁନିଆ ଦେଖିଲା ପେଡ୍ ପିରିୟଡ଼ ଲିଭ ଉପରେ ବିଶ୍ବର ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର । ଜାତିସଂଘର ଚର୍ଚ୍ଚ ସେଣ୍ଟରରେ ପ୍ରଦର୍ଶିତ ଓଡ଼ିଆ ସିନେମା । ‘ପେଡ୍ ପିରିୟଡ଼ ଲିଭ’ ନେଇ ନିର୍ମିତ ହୋଇଥିବା ଏହି ସିନେମା ନ୍ୟୁୟର୍କରେ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତଙ୍କ ମନମୋହିଛି ଏବଂ ପ୍ରଶଂସା ସାଉଁଟିଛି । 

  2. 2.ଚୀନ୍ ସେନା ପରୀକ୍ଷାଗାରରେ ଏକ ଘାତକ ପରୀକ୍ଷଣ କରିଛି। ପିଏଲଏ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ "ଟ୍ରିପଲ-ନ୍ୟୁକ୍ଲିୟର ଷ୍ଟ୍ରାଇକ୍" ପରୀକ୍ଷଣ କରିଛନ୍ତି। ଏହାର ଅର୍ଥ ହେଉଛି ବିସ୍ଫୋରଣ ଗୋଟିଏ ଯୁଦ୍ଧାସ୍ତ୍ର ଦ୍ୱାରା ନୁହେଁ, ବରଂ ଗୋଟିଏ ପରେ ଗୋଟିଏ କିମ୍ବା ଏକକାଳୀନ ଫାୟାର କରାଯାଇଥିବା ଛୋଟ, କମ୍ ଉତ୍ପାଦନକ୍ଷମ ଯୁଦ୍ଧାସ୍ତ୍ର ଦ୍ୱାରା ହେବ, ଯାହା ଏକ ଗତିଶୀଳ କ୍ଲଷ୍ଟର ଗଠନ କରିବ।

  3. 3.ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ଇଲେକ୍ଟ୍ରିକ୍ ଯାନ (ଇଭି)ଗୁଡ଼ିକରୁ କୌଣସି ଶବ୍ଦ ବାହାରୁ ନ ଥିବାରୁ ତାହା ଆସୁଥିବା ବିଷୟରେ ଲୋକମାନେ କିଛି ଜାଣିପାରୁନାହାନ୍ତି। ଫଳରେ ଦୁର୍ଘଟଣାର ଆଶଙ୍କା ରହୁଛି। ସେଥିପାଇଁ ଇଭିରେ ଅକୋଷ୍ଟିକ୍ ଭେଇକିଲ୍ ଆଲର୍ଟିଂ ସିଷ୍ଟମ୍ (ଏଭିଏଏସ୍‌) ଲଗାଇବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇଭି ନିର୍ମାତାମାନଙ୍କୁ କହିଛନ୍ତି।

  4. 4.ୟୁଏଇର ସାର୍‌ଜାରେ ୧୦ କିଗ୍ରାରୁ ଅଧିକ ସୁନାରେ ପ୍ରସ୍ତୁତ ‌ଡ୍ରେସ୍‌ ଏବେ ‌ସାମ୍‌ନାକୁ ଆସିଛି। ଡ୍ରେସ୍‌ଟି ଗିନିଜ୍‌ ୱାର୍ଲଡ୍‌ ରେକର୍ଡରେ ସବୁଠୁ ଅଧିକ ଓଜନ ସୁନାରେ ନିର୍ମିତ ‌ପୋଷାକ ମାନ୍ୟତା ବି ପାଇଛି। ଉକ୍ତ ଡ୍ରେସ୍‌ର ଡିଜାଇନ୍‌ ଓ ନିର୍ମାଣ ଅଲ୍‌ ‌ରୋମାଇଜାନ୍‌ ଗୋଲ୍‌ଡ ଆଣ୍ଡ୍‌ ଜୁଏଲାରି ନାମକ ସାଉଦି ଆରବ କମ୍ପାନି ପକ୍ଷରୁ କରାଯାଇଛି। 

  5. 5.ଦେଶର ୨୯ଟି ବଡ଼ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ  ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍‌ ଜରିଆରେ ପୈଠ ହେଉଛି।

  6. 6.ଓଡିଶା ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍‍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ ।

  7. 7.ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ ସହିତ ଜାତୀୟ ସ୍ତରରେ ଶୀର୍ଷ ସ୍ଥାନରେ ରହିଛି।

  8. 8.ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଭାରତ ଏସିଆ କପ୍ ହାସଲ କରିଛି। ଏଥିଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଭାରତୀୟ କ୍ରିକେଟ୍ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

  9. 9.ତାମିଲନାଡ଼ୁର କରୁରରେ ଗତକାଲି ତାମିଲାଗା ଭେଟ୍ଟ୍ରି କାଜାଗମ୍‌ (ଟିଭିକେ) ଦଳର ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

  10. 10.ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ହୋଇଛି । ରବିବାର ମିସିଗାନର ଗ୍ରାଣ୍ଡ ବ୍ଲାଙ୍କରେ ଥିବା ଚର୍ଚ୍ଚ ଅଫ୍ ଜିସସ୍ ଖ୍ରୀଷ୍ଟ ଅଫ୍ ଲାଟର-ଡେ ସେଣ୍ଟସ୍ (ମୋରମନ୍ ଚର୍ଚ୍ଚ)ରେ ଏହି ଗୁଳିକାଣ୍ଡ ଘଟିଛି।

  11. 11.ସେପ୍ଟେମ୍ବର ୩୦ ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୬ କିମ୍ବା ୭ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି।

  12. 12.ହୀରାକୁଦ ଡ୍ୟାମର  ବର୍ତ୍ତମାନ ୬ଟି ଗେଟ୍‍ ଖୋଲାଯାଇଛି । ବାମ ପଟର ୪ଟି ଗେଟ୍‍ ଓ ଡାହାଣ ପଟର ୨ଟି ଗେଟ୍‍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୩୭ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୯୬ହଜାର ୪୯୪ କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୩ହଜାର ୭୫୮କ୍ୟୁସେକ୍‍ ଜଳ ନିଷ୍କାସିତ ହେଉଛି ।

  13. 13.ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ କିସ୍‌ର ୨ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ଭତ୍ରା ଓ ପୁଷ୍ପରାଣୀ କୁଜୁର।

  14. 14.ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣି(ମିନିଷ୍ଟେରିଆଲ ଷ୍ଟାଫ୍‌)ଙ୍କର ୩ ବର୍ଷରେ ବଦଳି ବାଧ୍ୟତାମୂଳକ କରାଯାଇଛି।

  15. 15.ସରକାରୀ ଟେଲିକମ କମ୍ପାନୀ BSNL ଆଉ ଏକ ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ଯୋଜନା ୩୦ ଦିନର ଭ୍ୟାଲିଡିଟି ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.