• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶାରଦୀୟ ଦୁର୍ଗାପୂଜା ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ। ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ଦଶହରା ପାଳନ ହେବ। 

  2. 2.ନେପାଳର ରାଜନୈତିକ ଇତିହାସରେ ଏକ ଅଭୂତପୂର୍ବ ଘଟଣା, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

  3. 3.ସି.ପି. ରାଧାକ୍ରିଷ୍ଣନ୍ ରାଷ୍ଟ୍ରପତି ଭବନରେ ଭାରତର ୧୫ଶ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି।

  4. 4.କାଣ୍ଡଲାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସ୍ପାଇସଜେଟ ବିମାନ  ଶୁକ୍ରବାର ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି। ଉଡ଼ାଣ ଆରମ୍ଭ ସମୟରେ ବିମାନର ଗୋଟିଏ ବାହାର ଚକ ଖସି ରନ୍‌ୱେରେ ପଡ଼ିଥିଲା।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଣିପୁର ଗସ୍ତ କରିବେ।  ୨୦୨୩, ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ।

  6. 6.ପ୍ରଧାନ ବିଚାରପତି ଜଷ୍ଟିସ୍‌ ବିଆର୍ ଗୱାଇ କହିଛନ୍ତି, ଯଦି ଏନ୍‌ସିଆର୍‌ର ନାଗରିକମାନେ ସ୍ୱଚ୍ଛ ବାୟୁ ପାଇବାକୁ ହକଦାର, ତେବେ ଅନ୍ୟ ସହରର ଲୋକମାନେ କାହିଁକି ପାଇବେ ନାହିଁ ? ସେ କହିଛନ୍ତି, ଆମେ କେବଳ ଦିଲ୍ଲୀ ପାଇଁ ଗୋଟିଏ ନୀତି କରିପାରିବୁ ନାହିଁ। କାରଣ ସେମାନେ ଦେଶର ସମ୍ଭ୍ରାନ୍ତ ନାଗରିକ। 

  7. 7.ଆପଣ ଯଦି କିସ୍ତିରେ ଏକ ମୋବାଇଲ ଫୋନ କିଣିଛନ୍ତି ଓ କିସ୍ତି ଶୁଝୁନାହାନ୍ତି ତେବେ ଆପଣଙ୍କ ମୋବାଇଲ ଫୋନ ଲକ୍ ହୋଇପାରେ । ଅନ୍ୟ କ୍ଷୁଦ୍ର ଋଣ ନ ଶୁଝିବା କ୍ଷେତ୍ରରେ ବି ଏପରି ହୋଇପାରେ । 

  8. 8.ଜାତିସଂଘ ସାଧାରଣ ପରିଷଦ ‘ନ୍ୟୁୟର୍କ ଘୋଷଣାନାମା’କୁ ସମର୍ଥନ କରିଛି, ଯେଉଁଥିରେ ସ୍ଵତନ୍ତ୍ର ଇସ୍ରାଏଲ ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଏବଂ ଗାଜାକୁ ହମାସ ମୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ଭାରତ ସମେତ ୧୪୨ଟି ଦେଶ ସମର୍ଥନ କରିଛନ୍ତି।

  9. 9.ବିଜୁ ଜନତା ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ଦଳର ପଞ୍ଜିକରଣ ରଦ୍ଦ କର।  କିଛି ଏଭଳି କହି ବିଜୁ ଜନତା ଦଳ ଉପରେ ଦୋଷ ଲଦିଛି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି)।

  10. 10.ଅଗଷ୍ଟ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁଲାଇରେ ଏହା ୧.୬୧ ପ୍ରତିଶତ ରହିଥିଲା। ଅଗଷ୍ଟରେ ଦେଶର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୧.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୨.୪୭ ପ୍ରତିଶତରେ ପହଞ୍ଚିଛି।

  11. 11.ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ଅଶ୍ୱିନୀ କୁମାର ପଣ୍ଡା ଶୁକ୍ରବାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ସେ ଏବେ ସମ୍ବଲପୁର ଜିଲା ବାମରା ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି।

  12. 12.ରାଜ୍ୟ ସରକାର ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

  13. 13.  ରାଜଧାନୀ ଅଞ୍ଚଳ ନଗର ପରିବହନ (CRUT) ଓଡ଼ିଶାର ଆଉ ୬ଟି ସହରାଞ୍ଚଳରେ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚାଲାଇବାକୁ ଯୋଜନା କରିଛି।

  14. 14.ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ G+2 ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି।

  15. 15.ବଦଳିଗଲା ୧୦୦୦ ବର୍ଷର ଐତିହାସିକ ସହରର ଭିନ୍ନ ପରିଚୟ ବାଲିଯାତ୍ରାର ନାଁ। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.