- 1.ଉଭୟ କାଠମାଣ୍ଡୁ ମେୟର ବଲେନ ଶାହ ଓ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବା ପାଇଁ ମନା କରିବାରୁ ବିକ୍ଷୋଭକାରୀ ଜେନ୍-ଜେଡ୍ ନେପାଳ ବିଦ୍ୟୁତ୍ ପ୍ରାଧିକରଣର ଖ୍ୟାତନାମା ମୁଖ୍ୟ ଇଞ୍ଜିନିୟର କୁଲମାନ୍ ଘିସିଂଙ୍କୁ ମନୋନୀତ କରିଛି।
-
2.ଭାରତ-ନେପାଳ ସୀମାକୁ ଜଗି ରହିଥିବା ସଶସ୍ତ୍ର ସୀମା ବଳ ଅନ୍ତର୍ଜାତୀୟ ସୀମାର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନେପାଳୀ, ଯେଉଁମାନେ ନିଜ ଦେଶରେ ଅଶାନ୍ତି ସମୟରେ ଜେଲ୍ ଭାଙ୍ଗି ପଳାୟନ କରିଥିବା ସନ୍ଦେହ କରାଯାଉଛି।
-
3.ଫେକ ନ୍ୟୁଜର ମୁକାବିଲା କରିବାକୁ ବର୍ତ୍ତମାନ ଥିବା ନିୟମାବଳୀ ଏବଂ ଆଇନର ସଂଶୋଧନ କରାଯିବା, ଦଣ୍ଡ ପରିମାଣ ବୃଦ୍ଧି କରାଯିବା ଏବଂ ଦାୟିତ୍ୱ ସ୍ଥିର କରାଯିବା ଉଚିତ୍।
-
4. ଓରାକେଲର ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କଠାରୁ ଶୀର୍ଷ ସ୍ଥାନ ହରାଇବା ପରେ ଏଲୋନ ମସ୍କ ବିଶ୍ୱର ଦ୍ବିତୀୟ ଧନୀ ବ୍ୟକ୍ତି ବନି ଯାଇଥିଲେ। ତାଙ୍କ ଶୀର୍ଷ ସ୍ଥାନକୁ ଅଧିକାର କରି ନେଇଥିଲେ ଲାରି ଏଲିସନ। ହେଲେ ମାତ୍ର କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ମସ୍କ୍।
-
5. ଶ୍ରୀଲଙ୍କା ସଂସଦରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଦିଆଯାଉଥିବା ବିଶେଷ ସୁବିଧାସୁଯୋଗକୁ ଉଚ୍ଛେଦ କରିବା ପାଇଁ ଏକ ନୂତନ ଆଇନ ପ୍ରଣୟନ ହେବା ପରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ତାଙ୍କର ସରକାରୀ ବଙ୍ଗଳା ଛାଡିଛନ୍ତି।
-
6.ପୁରୀ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ସରକାର ଭାଙ୍ଗିବେ।
-
7.ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ ପ୍ରହସନ ଅକ୍ଟୋବର ମଧ୍ୟରେ ଶେଷ ହେବ।
-
8.ସରକାର ମହାନଦୀ ନଦୀତଟ ୨୪୦ କୋଟି ଖର୍ଚ୍ଚ ବିକାଶ ଯୋଜନାକୁ ଅନୁମୋଦନ କଲେ ।
-
9.ଆସନ୍ତା ୧୬ ତାରିଖରେ ସର୍ବଦଳୀୟ ବୈଠକ, ୧୮ରୁ ୨୫ ଯାଏ ଚାଲିବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ।
-
10.ବିଡିଓଙ୍କ ଆର୍ଥିକ କ୍ଷମତା ବଢ଼ିଲା ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁମୋଦନ ଦେଇପାରିବେ।
-
11.ଫିଜିଓଥେରାପିଷ୍ଟମାନେ ନିଜ ନାମ ପୂର୍ବରୁ ଡାକ୍ତର ଶବ୍ଦ ବ୍ୟବହାର କରିପାରିବେ ନାହିଁ ।
-
12.ବିଗତ ୧୦ ଦିନରେ ଅବକାରୀ ବିଭାଗ କୋଟିଏ ୪୬ ଲକ୍ଷର ଗଂଜେଇ ଜବତ କଲେ। ୧୩୬ ଚାଲାଣକାରୀ ଗିରଫ, ୨୨୪ ମାମଲା ରୁଜୁ ହୋଇଛି ।
-
13.ଛତିଶଗଡ଼ ନାରାୟଣପୁର ଜିଲ୍ଲା ଆବୁଝମାଡ ଜଂଗଲର ୧୬ ଜଣ ମାଓବାଦୀମାନେ ଆତ୍ମସମର୍ପଣ କଲେ।
-
14.ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ।
-
15. ଜିଏସ୍ଟିରେ ହ୍ରାସ ଘୋଷଣା ପରେ କେଉଁ ଜିନିଷର ଦାମ୍ କେତେ କମିଛି ତାହା ଜାଣିବା ଲାଗି କେନ୍ଦ୍ର ସରକାର କମ୍ପାନିଗୁଡ଼ିକୁ ସେମାନଙ୍କ ଜିନିଷର ନୂଆ ଦର ତାଲିକା ମାଗିଛନ୍ତି। ସେମାନଙ୍କୁ ଉଭୟ ପୁରୁଣା ଓ ନୂଆ ଦରର ସୂଚନା ଜିଏସ୍ଟିର ଅଫିସିଆଲ୍ ୱେବସାଇଟ୍ରେ ଅପ୍ଲୋଡ୍ କରିବାକୁ କୁହାଯାଇଛି।
-
16.ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଗୋପାଳପୁରରେ ସ୍ଥାପନ କରାଯାଉଥିବା ଗ୍ରିନ୍ ଆମୋନିଆ କାରଖାନାକୁ ୨୦୨୯-୩୦ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। କାରଖାନା ସମ୍ପୂର୍ଣ୍ଣ ହେବା ପରେ ସେଥିରୁ ବାର୍ଷିକ ୦.୪ ନିୟୁତ ଟନ୍ ଗ୍ରିନ୍ ଆମୋନିଆ ଉତ୍ପାଦନ କରାଯିବ।
-
17.ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କୁଲି' ଏବେ ସିନେମା ହଲ୍ ପରେ ଓଟିଟିରେ ରିଲିଜ୍ ହୋଇଛି। ଏହି ଫିଲ୍ମଟି ବକ୍ସ ଅଫିସରେ ହ୍ରିତିକ୍ ରୋଶନଙ୍କ 'ୱାର୍ ୨' ସହିତ ମଧ୍ୟ ଟକ୍କର ଦେଇଥିଲା।
-
18.ଯୌନ କେଳେଙ୍କରୀରେ ଲିପ୍ତ କୁଖ୍ୟାତ ଅପରାଧୀ ଜେଫରୀ ଏପଷ୍ଟିନ ସହିତ ସମ୍ପର୍କ ରଖିଥିବା ଆମେରିକା ଦୂତାବାସରେ ଅବସ୍ଥାପିତ ବ୍ରିଟିଶ ଆମ୍ବାସାଡର ପିଟର ମାଣ୍ଡେଲସନଙ୍କୁ ହଟାଇଛି ବ୍ରିଟେନ।
-
19.ଆମେ ଆମର ସମ୍ବିଧାନ ପାଇଁ ଗର୍ବିତ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ବୁଧବାର ମତବ୍ୟକ୍ତ କରିଛନ୍ତି। ପ୍ରେସିଡେନ୍ସିଆଲ ରେଫରେନ୍ସ ଉପରେ ଶୁଣାଣି କରିବା ସମୟରେ ସେ କହିଛନ୍ତି ଯେ ଗୋଟିଏ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥା ନଷ୍ଟ ହୋଇଗଲେ ତାହା ଅରାଜକତା ଆଡକୁ ଚାଲିଯାଏ।
-
20.ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ କରିବା ପାଇଁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
