-
1.ସିପି ରାଧାକ୍ରିଷ୍ଣନ ଏନ୍ଡିଏ ପ୍ରାର୍ଥୀ ଦେଶର ୧୫ତମ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୪୫୨ ଭୋଟ୍ ପାଇ ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଅନ୍ୟପକ୍ଷରେ ମିଳିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍ ମିଳିଛି।
-
2.୨୦୨୫ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହି ଖର୍ଚ୍ଚ ୩ ବର୍ଷରେ ୩୩ ପ୍ରତିଶତ ବଢ଼ିଛି।
-
3.ସେମିକଣ୍ଡକ୍ଟରରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ରଖିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଭୁବନେଶ୍ବର ବିମାନବନ୍ଦର ପାଖରେ ଏକ ନୂଆ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ବିକାଶ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୦୦୦ ଏକର ଜମି ଚିହ୍ନଟ କରିଛନ୍ତି।
-
4.ଚେନ୍ନାଇ ଭାରତୀୟ ଜନତା ପାର୍ଟିର ପୂର୍ବତନ ତାମିଲନାଡୁ ସଭାପତି କେ. ଅନ୍ନାମଲାଇ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ଖୋଲାଖୋଲି ଭାବରେ କହିଛନ୍ତି। ସେ ଦାବି କରିଛନ୍ତି ଯେ, ବିଜେପି ଏକାକୀ ୨୦୨୬ ବିଧାନସଭା ନିର୍ବାଚନ ଜିତିପାରିବ ନାହିଁ।
-
5.ଓଡ଼ିଶାରେ ଗଲା ଚାରି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୧ ହଜାର ୯୧୯ ଜଣ। ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି। ଏକାଠି ରହୁଥିବା ଦମ୍ପତି, ଅଲଗା ରହୁଥିବା ଦମ୍ପତି, ବିବାହ ବିଚ୍ଛେଦ ହୋଇଥିବା ଦମ୍ପତି, ବିଧବା, ଅବିବାହିତ ଏବଂ ଅନ୍ୟାନ୍ୟ।
-
6.ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି। ୨୦୩୦ ସୁଦ୍ଧା ସବୁ ପ୍ରକାର ଗାଡ଼ିରେ ଇଭି ଗ୍ରହଣୀୟତାକୁ ୫୦%ରେ ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
-
7.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ପୁଣି ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
-
8.ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ ଗ୍ରୀସ୍ ନିଜର ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଏବଂ ଏହାକୁ ବୃଦ୍ଧି କରିବା ପାଇଁ ୧.୬ ବିଲିୟନ ୟୁରୋର ଏକ ବଡ଼ ପ୍ୟାକେଜ୍ ଆଣିଛି। ଏହି ଯୋଜନା ଅନ୍ତର୍ଗତ, ସରକାର ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକସ ଛାଡ଼ ସମେତ ଅନେକ ପ୍ରୋତ୍ସାହନମୂଳକ ପଦକ୍ଷେପ ଘୋଷଣା କରିଛନ୍ତି।
-
9.ନେପାଳରେ ହିଂସାତ୍ମକ ଆନ୍ଦୋଳନ ଲଗାତାର ଦ୍ଵିତୀୟ ଦିନରେ ଜାରି ରହିଥିବାବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ତାଙ୍କ ପତ୍ନୀ ଅର୍ଜୁ ରାଣା ଦେଉବାଙ୍କ ଉପରେ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି।
-
10.ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି।
-
11.ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ସତ୍ତ୍ବେ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ । ସ୍ଥିତିକୁ ଦେଖି ଏବେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି।
-
12.କଟକ ଦୌରା ଜଜ୍ ଅଦାଲତଙ୍କ ଜାମିନ ମଞ୍ଜୁର ନିର୍ଦ୍ଦେଶରେ ଦୁଇ ଜାମିନଦାରଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ କୁଟୁମ୍ବ/ସଂପର୍କୀୟ ହୋଇଥିବେ ବୋଲି ରଖାଯାଇଥିବା ସର୍ତ୍ତକୁ ହାଇକୋର୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
13.ଓଡିଶା ରାଜ୍ୟରେ ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତିରେ ଆମକୁ ଯେକୌଣସି ସ୍ତରକୁ ଯାଇ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସିସି ଟିଭି ଲଗାଯିବ। ଏଥିପାଇଁ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
-
14.ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ହ୍ରଦର ପରିବେଶଗତ ଅବନତିଜନିତ ପରିସ୍ଥିତି ସମ୍ପର୍କରେ ଓଡ଼ିଶା ପରିବେଶ ସମିତି(ଓଇଏସ୍) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଏହି ପ୍ରଥମ ରାମସାର ସ୍ଥଳୀ ତଥା ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ବର୍ତ୍ତମାନ ବିପଦର ସମ୍ମୁଖୀନ ହେଉଛି।
-
15.ଏମ୍କେସିଜିରେ ଏକ ବିରଳ ଅସ୍ତ୍ରୋପଚାର ଏମ୍କେସିଜି ବଡ଼ଡାକ୍ତରଖାନା ଇଏନ୍ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି।
-
16.ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଏକ କଠୋର ପଦକ୍ଷେପ ନେଇଛନ୍ତି। ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି। ତାଙ୍କୁ ଆଇନର ଦ୍ୱାରସ୍ଥ ହେବାକୁ ପଡିଛି। ଅଭିନେତ୍ରୀ ତାଙ୍କ ଅନୁମତି ବିନା ତାଙ୍କ ନାମ ଏବଂ ମୁହଁର ବ୍ୟବହାରକୁ ନେଇ ଆପତ୍ତି ଉଠାଇଛନ୍ତି।
-
17.ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି।
-
18.ଭଏସ ଅଫ ପାକିସ୍ତାନ ମାଇନୋରିଟି (VOPM) ଅନୁଯାୟୀ, ୨୦୨୫ ବର୍ଷର ପ୍ରଥମାର୍ଦ୍ଧରେ ୨୧୩୦ଟି ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ୧୦୩ଟି ଶିଶୁଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୩ ମଧ୍ୟରେ ଶିଶୁମାନଙ୍କ ବିରୁଦ୍ଧରେ ୨୨ ହଜାର ଯୌନ ହିଂସା ମାମଲା ରିପୋର୍ଟ ହୋଇଛି। କେବଳ ୨୦୨୨ ରେ ୪୨୫୩ ଜଣ ଶିଶୁ ପ୍ରଭାବିତ ହୋଇଥିଲେ। ଗୋଷ୍ଠୀ କହିଛି ଯେ ପ୍ରତିଦିନ ହାରାହାରି ୧୨ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି।
-
19.ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି ଶିଖିବା ଉଚିତ।
-
20.ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ, ସୁନା ଏବଂ ରୂପାରେ ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୩୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୧୦,୨୯୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.