-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ପଠାଇଥିବା ଜଣେ ଅବତାରୀ ପୁରୁଷ ବୋଲି କହିଛନ୍ତି।
-
2.ଭାରତର ନିର୍ବାଚନ କମିସନ (ଇସିଆଇ) ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବାଲଟ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ଇଭିଏମ୍ ବାଲଟ୍ରେ ପ୍ରାର୍ଥୀଙ୍କ ଫଟୋ ଏବେ ପୂର୍ଣ୍ଣ ରଙ୍ଗୀନ ହେବ।
-
3.ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ୭୫ତମ ଜନ୍ମଦିନରେ ମହିଳାଙ୍କ ପାଇଁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି ।
-
4.ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପକ୍ଷରୁ ଅଜିମ ପ୍ରେମ୍ଜୀ ଶିକ୍ଷାବୃତ୍ତି ଘୋଷଣା କରାଯାଇଛି। ୨୦୨୫-୨୬ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨.୫ ଲକ୍ଷ ଛାତ୍ରୀଙ୍କୁ ବୃତ୍ତି ଦିଆଯିବ। ଓଡ଼ିଶାରୁ ୨୦ ହଜାର ଛାତ୍ରୀ ବୃତ୍ତିର ଲାଭ ପାଇପାରିବେ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
-
5.ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କ ଉପରେ ଯେଉଁ ଇ-ଚାଲାଣ କଟାଯାଇଥିଲା ସେ ବାବଦକୁ ଜରିମାନା ଆଦାୟ କରାଯାଇପାରୁନି। ଏହି ବକେୟା ଜରିମାନା ଆଦାୟ ପାଇଁ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ସମାଧାନ (ଓଟିଏସ୍) ଘୋଷଣା କରାଯାଇଛି। ଏହା ଆସନ୍ତା ୬ମାସ ପାଇଁ ଲାଗୁ ହେବ। ଏହି ଓଟିଏସ୍ରେ ବହୁ ଜରିମାନା ଉପରେ ଅଧା ଜରିମାନା ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ଜରିମାନା ଦେୟ ୫ହଜାର ଟଙ୍କାରେ ସୀମିତ ରଖାଯାଇଛି।
-
6. ଲେଖିକା ପଞ୍ଚମୀ ମାନୁ ଉକିଲ ତାଙ୍କ ରଚିତ ପୁସ୍ତକ ‘ମହାଗୋପନରେ ମହାବାହୁ’ ପୁସ୍ତକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି।
-
7.କିଛି ଦିନ ମଧ୍ୟରେ ୪ ଲକ୍ଷ ଲୋକ ଗାଜାରୁ ପଳାୟନ କରିଛନ୍ତି। ଗାଜାର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ଥିଲା ଏବଂ ପ୍ରାୟ ୪ ଲକ୍ଷ ଲୋକ ସେଠାରୁ ପଳାୟନ କରିଛନ୍ତି। ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟା ଗାଜା ଛାଡି ପଳାୟନ କରିଛନ୍ତି।
-
8.ବାଂଲାଦେଶ ଗୁଇନ୍ଦା ସଂସ୍ଥା ସୂତ୍ର ଅନୁଯାୟୀ, ଆମେରିକା ସେନା ଏବଂ ବାୟୁସେନାର ପ୍ରାୟ ୧୨୦ ଜଣ ଅଧିକାରୀ ସେପ୍ଟେମ୍ବର ୧୦ ତାରିଖରେ ଚିତ୍ତଗଙ୍ଗର ରାଡିସନ ବ୍ଲୁ ହୋଟେଲରେ ପ୍ରବେଶ କରିଥିଲେ। ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ମିଳିତ ଅଭ୍ୟାସ କରିବାପାଇଁ ଆମେରିକୀୟ ସେନା ବାଂଲାଦେଶ ଆସିଥିଲେ।
-
9.ବୁଧବାର ସୁପ୍ରିମ୍କୋର୍ଟ ଦିଲ୍ଲୀର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲ ଅବଶେଷ (ନଡ଼ାପାଳ) ଜାଳିବା ପାଇଁ କୃଷକମାନଙ୍କୁ ଦିଆଯାଇଥିବା ସମ୍ପୂର୍ଣ୍ଣ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇନ ଉଲ୍ଲଂଘନକାରୀ ଚାଷୀ କାହିଁକି ଗିରଫ ହେବେନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିବା ସହ ଏଭଳି ମାମଲାରେ ସୁରକ୍ଷା ମିଳିବା ଜରୁରୀ ନୁହେଁ ବୋଲି କହିଛନ୍ତି।
-
10.ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମା’ଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରି ପାଟନା ହାଇକୋର୍ଟ କଂଗ୍ରେସକୁ କଡ଼ା ଝଟକା ଦେଇଛନ୍ତି। ଏହି ନିର୍ଦ୍ଦେଶରେ କୋର୍ଟ ଯଥାଶୀଘ୍ର ମୋଦୀ ଓ ତାଙ୍କ ମା’ଙ୍କ ଭିଡିଓକୁ ହଟାଇବାକୁ କଂଗ୍ରେସକୁ ଚେତାଇ ଦେଇଛନ୍ତି।
-
11.ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
-
12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ “ଏକ ପେଡ଼ ମା କେ ନାମ୍” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାରେ ୧,୪୯,୧୧,୩୩୯ ଚାରା ରୋପଣ କରି ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି।
-
13. ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଭୋଟର ତାଲିକାର ଏସ୍ଆଇଆର୍ କରାଯାଇଛି।
-
14.ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧, ୨୦୨୫ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ସ୍କୂଲ ଛାତ୍ରଛାତ୍ରୀ ବୈଧ ଛାତ୍ର ପରିଚୟପତ୍ର କିମ୍ବା ସ୍କୂଲ ୟୁନିଫର୍ମ ଦେଖାଇ ମାଗଣା ବସ୍ ଯାତ୍ରା ସୁବିଧା ପାଇପାରିବେ।
-
15.ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍ ଆକ୍ୱାରିୟମ୍ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
