-
1.ଆଜି ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ।
-
2.ମିଳିତ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ।
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅଚାନକ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଭାରତ ସହ ସଂପର୍କରେ ଉନ୍ନତି ଆଣିବାକୁ ସଙ୍କେତ ଦେଇଛନ୍ତି। ହ୍ବାଇଟ୍ ହାଉସ୍ରେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି- ‘ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି।
-
4.ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା ପୀଠରେ ଏକ ରୋପ୍ୱେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରୋପ୍ୱେ ଜିନିଷପତ୍ର ନେବାଆଣିବା ପାଇଁ ବ୍ୟବହାର କରାଯାଏ।
-
5.ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ଆତଙ୍କ ଖେଳାଇ ଦେଇଛି। ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି ବଡ଼ ଧରଣର ଭୂସ୍ଖଳନ ହୋଇ ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି।
-
6. ‘ଅପରେସନ ସିନ୍ଦୂର’ ଲହର ଭଳି ୮୮ ଘଣ୍ଟା ଧରି ଚାଲିଥିଲା ଏବଂ ପରେ ଅସ୍ତ୍ରବିରତି ହୋଇଥିଲେ ସୁଦ୍ଧା ପାକିସ୍ତାନ ସହ ରଣନୀତିକ ସ୍ତରରେ ଯୁଦ୍ଧ ଜାରି ରହିଛି। ‘ଅପରେସନ୍ ସିନ୍ଦୂର: ବିଫୋର୍ ଆଣ୍ଡ ବିୟଣ୍ଡ୍’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଦ୍ଵିବେଦୀ କହିଛନ୍ତି।
-
7.ଆଦାନୀ ପାୱାର ଏବଂ ଭୁଟାନର ସରକାରୀ ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ଡ୍ରୁକ୍ ଗ୍ରୀନ୍ ପାୱାର କର୍ପ ଲିମିଟେଡ୍ (DGPC) ଶନିବାର ଭୁଟାନରେ ୫୭୦ ମେଗାୱାଟ ୱାଙ୍ଗଚୁ ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଏକ ଅଂଶୀଦାର ଚୁକ୍ତି ସ୍ୱାକ୍ଷର କରିଛନ୍ତି।
-
8.ୟୁରୋପ ଟେକ୍ କମ୍ପାନୀ ଗୁଗୁଲ୍ ଉପରେ ୨.୯ ବିଲିୟନ ଡଲାର (ପ୍ରାୟ ୨୯ ହଜାର କୋଟି ଟଙ୍କା) ଜରିମାନା ଲଗାଇବା ପରେ ଟ୍ରମ୍ପ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
-
9.ଅଶୋକ ଗେହଲଟ୍ କହିଛନ୍ତି,ରାହୁଲ ଗାନ୍ଧୀ ବହୁ ପୂର୍ବରୁ କହିଥିଲେ, ସମସ୍ତ ବର୍ଗର ଲୋକମାନେ ଜିଏସଟି ବିଷୟରେ ଚିନ୍ତିତ। ସେମାନେ ବ୍ୟବସାୟୀ ହୁଅନ୍ତୁ,ଗ୍ରାହକ ହୁଅନ୍ତୁ କିମ୍ବା ଅନ୍ୟମାନେ।
-
10.ସମ୍ପ୍ରତି ମହାରାଷ୍ଟ୍ର ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଉଛି ଠାକରେ ଭାଇମାନଙ୍କ ସମ୍ଭାବ୍ୟ ପୁନର୍ମିଳନ । ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ସାକ୍ଷାତ ବୃଦ୍ଧି ପାଇଛି।
-
11.ଗତ ୩ ତାରିଖରେ ଘୋଷିତ ଜିଏସଟି ପରିଷଦର ନିଷ୍ପତ୍ତି ଅନୁସାରେ ଏବେ ୧୨୦୦ସିସି ପର୍ଯ୍ୟନ୍ତ ଇଞ୍ଜିନ୍ ଥିବା ପେଟ୍ରୋଲ, ସିଏନଜି ଏବଂ ଏଲପିଜି କାର ଏବଂ ୧୫୦୦ସିସି ପର୍ଯ୍ୟନ୍ତ ଏବଂ ୪୦୦୦ ମିମିରୁ କମ୍ ଇଞ୍ଜିନ୍ ଥିବା ଡିଜେଲ୍ କାରଗୁଡ଼ିକ ଉପରେ କେବଳ ୧୮% ଜିଏସଟି ଲାଗୁ ହେବ। ପୂର୍ବରୁ, ଏଗୁଡ଼ିକ ଉପରେ ୨୮% ଟିକସ ଲାଗୁଥିଲା।
-
12.ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପ୍ଟେମ୍ବର ୬ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧.୦୮ ଲକ୍ଷ ଟଙ୍କା ଅତିକ୍ରମ କରିଛି।
-
13.ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିବା ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି।
-
14.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ।
-
15.୪୦୦ କିଲୋଗ୍ରାମ୍ ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ପଠାଇ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ତଥା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ନୋଏଡାରୁ ୫୦ ବର୍ଷୀୟ ଅଶ୍ୱୀନ କୁମାର ସାପ୍ରାଙ୍କୁ ଗିରଫ କରିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.