• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଗୁରୁ ଶିଷ୍ୟର ପରମ୍ପରା ଆମ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ହଜାର ହଜାର ବର୍ଷ ଧରି ଋଦ୍ଧିମନ୍ତ କରିଆସିଛି। ଆଜି ଆମ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଶିକ୍ଷକ, ଦାର୍ଶନିକ ତଥା ଭାରତୀୟ ସଂସ୍କୃତିର ଆଗଧାଡ଼ିର ବ୍ୟକ୍ତିତ୍ୱ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ପବିତ୍ର ଜୟନ୍ତୀ।

  2. 2.ଭୟାନକ ବନ୍ୟାରେ ପ୍ରଭାବିତ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରେ ବେଆଇନ ଗଛ କଟାଯିବା ଅତି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ବୋଲି  ସୁପ୍ରିମ୍‌କୋର୍ଟ କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ଓ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ନୋଟିସ୍‌ ଜାରି କରିଛନ୍ତି।

  3. 3.ଜିଏସ୍‌ଟି ବ୍ୟବସ୍ଥାରେ ହୋଇଥିବା ସରଳୀକରଣର ଲାଭ ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଏମ୍ଏସ୍‌ଏମ୍ଇ, କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ମିଳିବ। ମଧ୍ୟବିତ୍ତ ବର୍ଗ ବିଶେଷ ଭାବେ ଉପକୃତ ହେବେ।

  4. 4. କୋଇଲା ଉପରେ ଜିଏସ୍‌ଟି ହାରକୁ ୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରାଯାଇଛି। ଏହା ଦ୍ଵାରା ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ୩ରୁ ୪ ଗୁଣା ଅଧିକ ରାଜସ୍ଵ ଏ ବାବଦରେ ଓଡ଼ିଶାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  5. 5.ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି। ଆଜି ଅର୍ଥାତ୍ ସେପ୍ଟେମ୍ବର ୪ ରେ ଭାରତୀୟ ଦଳ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ବିଜୟ ହାସଲ କରିଛି।

  6. 6.ଫ୍ୟାସନ ଜଗତରେ ଅର୍ମାନି ଏକ ପ୍ରସିଦ୍ଧ ବ୍ରାଣ୍ଡ । ଅର୍ମାନି ସୁଟ ପିନ୍ଧିବା ସମଗ୍ର ବିଶ୍ଵରେ ଏକ ଷ୍ଟାଟସ ସିମ୍ବଲ ବୋଲି ପରିଗଣିତ ହୁଏ । ଏହି ବ୍ରାଣ୍ଡର ପ୍ରତିଷ୍ଠାତା ପ୍ରସିଦ୍ଧ ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ଜିଓର୍ଜିଓ ଅର୍ମାନୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା।

  7. 7.ନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି | ନେପାଳ ସରକାରଙ୍କର ଟେଲି କମ୍ୟୁନିକେସନ ଅଥରିଟି ଏନେଇ ନିର୍ଦ୍ଦେଶନାମା ଜାରି କରିଛି |

  8. 8.ରନ୍ତର ସ୍ଲୋଗାନ ଦେବା ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ପାଞ୍ଚ ଜଣ ବିଜେପି ବିଧାୟକ - ମୁଖ୍ୟ ସଚେତକ ଡକ୍ଟର ଶଙ୍କର ଘୋଷ, ଅଗ୍ନିମିତ୍ର ପାଲ, ମିହିର ଗୋସ୍ୱାମୀ, ଅଶୋକ ଦିଣ୍ଡା ଏବଂ ବଙ୍କିମ ଘୋଷଙ୍କୁ ଆଜି ପାଇଁ ଗୃହର ଅବଶିଷ୍ଟ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

  9. 9.ୟୁପିଆଇ ମଧ୍ୟମରେ ଆପଣ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଇପାରିବେ । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, ଷ୍ଟକ ବଜାରରେ ନିବେଶ କରିବା ଭଳି କାରବାର ଏବେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।

  10. 10.ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌)-୨୦୨୫ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦୁଇଟି ଘରୋଇ ଓ ୩ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ମିଶାଇ ରାଜ୍ୟର ମୋଟ ୫ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି।

  11. 11.ଡଟ୍‌ପେନ୍‌ର ଟପ୍ ଓ ନିବ୍ ଶ୍ଵାସନଳୀ ଭିତରେ ପଶି ଶ୍ଵାସକ୍ରିୟା ବେଳେ ହ୍ବିସଲ୍‌ ଭଳି ବାଜୁଥିଲା। ଏହାକୁ ନେଇ ନାକେଦମ୍‌ ହୋଇଥିଲେ ଦୁଇ ଶିଶୁ ଓ ସେମାନଙ୍କ ପରିବାର। କିନ୍ତୁ କଟକ ଶିଶୁଭବନର ଡାକ୍ତର ବିନା ଅସ୍ତ୍ରୋପଚାରରେ ସଫଳ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଦାଲତ ଟ୍ରମ୍ପଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏହି ପଦକ୍ଷେପ ଅବୈଧ ବୋଲି କୋର୍ଟ ଘୋଷଣା କରିଥିଲେ। ଟ୍ରମ୍ପ ନିଜ ସୀମା ଲଂଘନ କରି ଜରୁରିକାଳୀନ ଶକ୍ତିର ଦୁରୁପଯୋଗ କରିଥିବା କୋର୍ଟ କହିଥିଲେ।

  13. 13.୫ କି ୧୦ ହଜାର କିଲୋମିଟର ନୁହେଁ। ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି।

  14. 14.ସାରା ଦୁନିଆରେ କିଛି ଦିନ ହେବ ଭାରତ-ରୁଷ ଓ ଚୀନ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କ ଟାରିଫ୍‌ ପରେ ଏହି ୩ ଦେଶଙ୍କ ଯୋଡି ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚିନ୍ତାର କାରଣ ବୋଲି କୁହାଯାଉଛି ।

  15. 15.ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ଵର ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଫୁଲୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.